ଆଜିର ଖାସ ଖବର
Fri. Apr 24th, 2026

ଜେଏସଡବ୍ଲୁ ସିମେଣ୍ଟ ପକ୍ଷରୁ ସମ୍ବଲପୁରରେ ଏକ ନୂତନ ୟୁନିଟ୍ କାର୍ଯ୍ୟକ୍ଷମ କରିବା ସହିତ ପୂର୍ବ ଭାରତରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିଛି

By Admin_Dainkasha Oct10,2025
  • ସ୍ଥାପିତ ୟୁନିଟ୍‌ର କ୍ଷମତା ୧.୦ ଏମଟିପିଏ, ଯାହା ଜେଏସଡବ୍ଲୁ ସିମେଣ୍ଟ୍‌ର ମୋଟ ଗ୍ରାଇଣ୍ଡିଂ କ୍ଷମତାକୁ ୨୧.୬ ଏମଟିପିଏକୁ ବୃଦ୍ଧି କରୁଛି

ଭୁବନେଶ୍ୱର: ୨୩ ବିଲିୟନ ଆମେରିକୀୟ ଡଲାରର ବିବିଧ-ଜେଏସଡବ୍ଲୁ ଗ୍ରୁପ୍‌ର ଏକ ଅଂଶ, ଜେଏସଡବ୍ଲୁ ସିମେଣ୍ଟ, ଏହାର ସହାୟକ ଶିବା ସିମେଣ୍ଟ୍ ମାଧ୍ୟମରେ, ଓଡ଼ିଶାର ସମ୍ବଲପୁରରେ ଏକ ନୂତନ ଅତ୍ୟାଧୁନିକ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ କାର୍ଯ୍ୟକ୍ଷମ କରିଛି।
କମ୍ପାନୀର ରଣନୀତି ଅନୁଯାୟୀ, ପୂର୍ବ ଭାରତରେ ଏହାର ବଜାର ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ଏହି ଅଞ୍ଚଳରେ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ କମ୍ପାନୀର ଅଧିକାଂଶ ମାଲିକାନା ଥିବା ସହାୟକ ଶିବା ସିମେଣ୍ଟ୍ ଦ୍ୱାରା ଭୂଷଣ ପାୱାର ଆଣ୍ଡ୍ ଷ୍ଟିଲ୍ ଲିମିଟେଡ୍ (ବିପିଏସଏଲ) ସହିତ ଏକ ବାଣିଜ୍ୟିକ ଚୁକ୍ତି ଅଧୀନରେ ଆର୍ôଥକ ସହାୟତା ଏବଂ ତଦାରଖ ସ୍ୱକ୍ଷର କରାଯାଇଛି। ଯାହା ଫଳରେ ଶିବ ସିମେଣ୍ଟ୍ ଉତ୍ପାଦନ କ୍ଷମତା ୧.୦ ଏମଟିପିଏ ସହିତ, ଜେଏସଡବ୍ଲୁ ସିମେଣ୍ଟ ମୋଟ ସ୍ଥାପିତ କ୍ଷମତା ୨୧.୬ ଏମଟିପିଏରେ ପହଞ୍ଚିଛି।
ଏହି ଅବସରରେ, ଜେଏସଡବ୍ଲୁ ସିମେଣ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନିଲେଶ ନାର୍ଭେକର କହିଛନ୍ତି, “ଦେଶର ପୂର୍ବାଞ୍ଚଳ ଆଗାମୀ ବର୍ଷଗୁଡ଼ିକରେ ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ। ରାଜ୍ୟରେ ଉତ୍ପାଦନ ଏବଂ ଭିତ୍ତିଭୂମି କ୍ଷେତ୍ରର ଦ୍ରୁତ ପ୍ରସାର ସହିତ, ଓଡ଼ିଶା ଏହି ଅଞ୍ଚଳର ଶିଳ୍ପ ଏବଂ ଅର୍ଥନୈତିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ତେଣୁ, ସମ୍ବଲପୁରରେ ଏହି ନୂତନ ଅତ୍ୟାଧୁନିକ ସୁବିଧା ଜେଏସଡବ୍ଲୁ ସିମେଣ୍ଟ ପାଇଁ ଏକ ରଣନୈତିକ ପଦକ୍ଷେପ ଏବଂ ବଜାରରେ ଆମର ସ୍ଥିତିକୁ ବିସ୍ତାର ଓ ସୁଦୃଢ଼ କରିବା ପାଇଁ ଆମର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସଦୃଶ ହେବ। ଏହି ବିଶ୍ୱସ୍ତରୀୟ ସୁବିଧା ଜେଏସଡବ୍ଲୁ ସିମେଣ୍ଟର ପରିବେଶ ଅନୁକୂଳ ପଦେକ୍ଷପକୁ ଆହୁରି ମଜବୁତ ଏବଂ ବିସ୍ତାର କରିବ।
ଶିବା ସିମେଣ୍ଟର ଉତ୍ପାଦନ ସୁବିଧା ତିନୋଟି ଭାରତୀୟ ରାଜ୍ୟ – ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଭୌଗୋଳିକ ସୀମାରେ ରଣନୈତିକ ଭାବରେ ଅବସ୍ଥିତ – ଯେଉଁଠାରୁ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ସହଜରେ ଉପଲବ୍ଧ ହୋଇପାରୁଛି।
ଜେଏସଡବ୍ଲୁ ସିମେଣ୍ଟ ଏହାର ସମଗ୍ର ଭାରତରେ ଉପସ୍ଥିତିକୁ ବିସ୍ତାର କରିବା ଦିଗରେ ୪୧.୮୫ ଏମଟିପିଏ ଗ୍ରାଇଣ୍ଡିଂ କ୍ଷମତା ଏବଂ ୧୩.୦୪ ଏମଟିପିଏ କ୍ଲିଙ୍କର୍ କ୍ଷମତାରେ ପହଞ୍ଚିବା ପାଇଁ ଅନୁମୋଦିତ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ସ୍ଥିର ଭାବରେ ଅଗ୍ରଗତି କରୁଛି। ରାଜସ୍ଥାନର ନାଗୌର ସମନ୍ୱିତ ୟୁନିଟ୍‌, ଯାହା ୩.୩୦ ଏମଟିପିଏ କ୍ଲିଙ୍କର୍ କ୍ଷମତା ଏବଂ ୩.୫ ଏମଟିପିଏ ଗ୍ରାଇଣ୍ଡିଂ କ୍ଷମତା ନେଇ ଗଠିତ, ଯୋଜନା ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଆର୍ôଥକ ବର୍ଷ ୨୦୨୬ ର ପ୍ରଥମ ତ୍ରୟମାସରେ ପ୍ରତି ଟନ୍ ସିମେଣ୍ଟ ସାମଗ୍ରୀରେ ୨୭୭ କିଲୋଗ୍ରାମ ଅଙ୍ଗାରକାମ୍ଳ ଉତ୍ସର୍ଜନ ସହିତ କମ୍ପାନୀର ଅଙ୍ଗାରକାମ୍ଳ ନିର୍ଗମନ ତୀବ୍ରତା ଶିଳ୍ପରେ ସର୍ବନିମ୍ନ ରହିଛି ।

Related Post