ଆଜିର ଖାସ ଖବର
Mon. Apr 27th, 2026

ଏସ୍‌ବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ “ମେରି ପଲିସି ମେରେ ହାଥ” ଓ ବିକଶିତ କୃଷି ସଂକଳ୍ପ ଅଭିଯାନକୁ ସମର୍ଥନ

By Admin_Dainkasha Oct16,2025

ଭୁବନେଶ୍ୱର: ଦୁଇ ପ୍ରମୁଖ ଜାତୀୟ ସ୍ତରୀୟ ଅଭିଯାନ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଥିବା ମେରି ପଲିସି ମେରେ ହାଥ ଓ ବିକଶିତ କୃଷି ସଂକଳ୍ପ ଅଭିଯାନ ପାଇଁ ଦେଶର ଅଗ୍ରଣୀ ଜେନେରାଲ୍ ଇନସ୍ୟୁରାନ୍ସ କମ୍ପାନି ଏସ୍‌ବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସହିତ ସହଯୋଗିତା ସ୍ଥାପନ କରିଛି। ଏହି ଅଭିଯାନଗୁଡ଼ିକର ଲକ୍ଷ୍ୟ ହେଉଛି ଓଡ଼ିଶା, ମଧ୍ୟପ୍ରଦେଶ, ଉତରପ୍ରଦେଶ, ଉତରାଖଣ୍ଡ, ଆନ୍ଧ୍ରପ୍ରଦେଶ, ଆସାମ, ତାମିଲନାଡୁ ଓ କର୍ଣ୍ଣାଟକ ଭଳି ପ୍ରମୁଖ ରାଜ୍ୟରେ ଖରିଫ ଋତୁରେ ଭାରତୀୟ କୃଷି ସମୁଦାୟକୁ ସଶକ୍ତ ଓ ସମର୍ଥନ କରିବା। ଏସ୍‌ବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ଫସଲ ବୀମା ସଚେତନତାର ପ୍ରସାର କରିବା ଏବଂ ଦେଶବ୍ୟାପୀ ସ୍ଥାୟୀ କୃଷି ଅଭିବୃଦ୍ଧିକୁ ସକ୍ଷମ କରିବାକୁ ଲକ୍ଷ୍ୟ ରଖିଛି।
ମେରି ପଲିସି ମେରେ ହାଥ୍ ଅଭିଯାନ ୨୦୨୫ ଅକ୍ଟୋବର ୧ରୁ ୩୧ ପର୍ଯ୍ୟନ୍ତ ଚାଲିବ ଯେଉଁଥିରେ ପ୍ରତିଟି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ଫସଲ ବୀମା ପଲିସିକୁ ସିଧାସଳଖ ଚାଷୀମାନଙ୍କ ଘରେ ପହଂଚାଇବା। ଏସବିଆଇ ଲାଇଫ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଦେଶବ୍ୟାପୀ ଫସଲ ବୀମ ପାଠଶାଳା, ମହିଳା କୈନ୍ଦ୍ରୀକ କର୍ମଶାଳା ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ଯେଉଁଥିରେ ଫସଲ ବୀମାରେ ସାମିଲ ହେବା ଓ ତାହାର ଲାଭ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯିବ।
ସେହିପରି ବିକଶିତ କୃଷି ସଂକଳ୍ପ ଅଭିଯାନ ୨୦୨୫ ଅକ୍ଟୋବର ୩ ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ଯେଉଁଥିରେ ପାରମ୍ପରିକ ପଦ୍ଧତି ଓ ଆଧୁନିକ ଚାଷ ଭିତରେ ଥିବା ଅନ୍ତରକୁ ଦୂର କରୁଥିବା ଅଭିନବ ପ୍ରଯୁକ୍ତିକୁ ପ୍ରଦର୍ଶନ କରାଯିବ। ସୂକ୍ଷ୍ମ ଚାଷ, ସ୍ମାର୍ଟ ଜଳସେଚନ ଓ ଫସଲ ପରିଚାଳନା ଆଦି ଉପରେ ଗୁରୁତ୍ୱାରୋପ କରି ଏହି ଅଭିଯାନରେ ଉଚ୍ଚ ଉତ୍ପାଦକତା ଓ ଆୟ ସ୍ଥିରତା ପାଇଁ ଚାଷୀମାନଙ୍କୁ ସଶକ୍ତ କରାଯିବ।
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଏମଡି ଓ ସିଇଓ ଶ୍ରୀ ନବୀନ ଚନ୍ଦ୍ର ଝା କହିଛନ୍ତି ଯେ, “ବିଗତ ୯ ବର୍ଷ ଧରି ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ପିଏମଏଫବିୱାଇ ସହ ସହଯୋଗିତା କରି ଭାରତୀୟ ଚାଷୀମାନଙ୍କ ସହ ଦୃଢ଼ ଭାବେ ଠିଆ ହୋଇଥିବାରୁ କୃତଜ୍ଞ। ଆମ ପ୍ରତିବଦ୍ଧତା କେବଳ ଫସଲ ବୀମା ନୁହେଁ, ଏହା ହେଉଛି ପ୍ରତିଟି ସୋପାନରେ ସୁରକ୍ଷା ଓ ଭରସା ପ୍ରଦାନ କରିବା। ଚାଷୀମାନଙ୍କୁ ସଚେତନ କରି, ସେମାନଙ୍କ ପାଖରେ ସୁବିଧା ଓ ସହନଶୀଳତା ପହଂଚାଇ ଆମେ ସେମାନଙ୍କୁ ଅନିଶ୍ଚିତତାକୁ ବିଶ୍ୱାସର ସହ ସାମ୍ନା କରିବା ଲାଗି ସଶକ୍ତ କରୁଛୁ। ତୃଣମୂଳ ସ୍ତରରେ ପ୍ରତ୍ୟକ୍ଷ ଯୋଗାଯୋଗ ଓ ପ୍ରମୁଖ ଅଂଶୀଦାରମାନଙ୍କ ସହ ସହଯୋଗିତାରେ ଆମେ ଜୀବନଜୀବିକାର ସୁରକ୍ଷା, ସମ୍ବେଦନଶୀଳତା କମ୍ କରିବା ଏବଂ ସଫଳ ହେବା ପାଇଁ ଗ୍ରାମୀଣ ସମୁଦାୟକୁ ସକ୍ଷମ କରିବା ଭଳି ପ୍ରଭାବ ସୃଷ୍ଟି କରୁଛୁ। ଏହା ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଓ ସ୍ଥାୟୀ କୃଷି କ୍ଷେତ୍ର ପ୍ରତି ଯୋଗଦାନ ଦେବାରେ ଆମର ରହିଥିବା ମିସନକୁ ପ୍ରତିଫଳିତ କରୁଛି।”

Related Post