ଆଜିର ଖାସ ଖବର
Tue. Apr 28th, 2026

ସରଳ ଓ ସହଜ ହେଉଛି ବିଦ୍ୟୁତ୍ ସେବା ସମ୍ପର୍କିତ ସହାୟତା

By Admin_Dainkasha Oct19,2025

ବାଲେଶ୍ଵର, 15/10: ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା କ୍ଷେତ୍ରରେ ସର୍ବଦା ଗୁରୁତ୍ଵ ଦେଉଥିବା ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ସେବା ବିତରଣ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିବା ପାଇଁ ବିଶେଷ ଧ୍ୟାନ ଦେଉଛି। ମୁଖ୍ୟତଃ ଉପଭୋକ୍ତାମାନଙ୍କ ବିଭିନ୍ନ ସମସ୍ୟାର ତ୍ଵରିତ ସମାଧାନ ଓ ସେମାନଙ୍କ ହାତ ପାଆନ୍ତାରେ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇବାକୁ ଗୁରୁତ୍ଵ ଦେଉଥିବା ଦେଖିବାକୁ ମିଳିଛି। ବ୍ଲକ ଓ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜନ ସହ ଟିପିଏନଓଡ଼ିଏଲର ସମ୍ବନ୍ଧ, ଜାଗୃତି, ଦିଶା ଭଳି ଅଭିନବ କାର୍ଯ୍ୟକ୍ରମ ବେଶ୍ ଜନାଦୃତି ଲାଭ କରିଛି। ବୈଦ୍ୟୁତିକ ପରିଚାଳନା ଓ ନିରାପତ୍ତା ବ୍ୟବସ୍ଥା, ବିଲ୍ ପଇଠ ପଦ୍ଧତି, ରିହାତି, ଅଫର୍ ତଥା ଯୋଜନା ଆଦି ସମ୍ପର୍କରେ ସଚେତନ କରିବା ପାଇଁ ବିଭିନ୍ନ ବ୍ଲକ ସ୍ତରରେ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ, ଉପଭୋକ୍ତାଙ୍କୁ ସେବା ଓ ସୁବିଧା ସମ୍ପର୍କରେ ସଚେତନ କରାଯିବା, ଶକ୍ତି ସଂରକ୍ଷଣ, ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାରକୁ ଗୁରୁତ୍ଵ ଆଦି ଉପରେ ବିଭିନ୍ନ ଶିବିରରେ ଗୁରୁତ୍ଵ ଦିଆଯାଉଛି। ଉପଭୋକ୍ତାଙ୍କ ମଧ୍ୟରେ ସ୍ମାର୍ଟ ମିଟର ସମ୍ପର୍କିତ ସଚେତନତା ସୃଷ୍ଟି କରିବା ତଥା ଏ ନେଇ ସେମାନଙ୍କ ମଧ୍ୟରେ ଥିବା ଦ୍ଵନ୍ଦ୍ଵକୁ ଦୂର କରିବା ପାଇଁ ଟିପିଏନଓଡ଼ିଏଲର ପ୍ରତ୍ଯେକ ଗ୍ରାହକ ସେବା କେନ୍ଦ୍ରରେ ସ୍ମାର୍ଟ ମିଟର ଓ ସାଧାରଣ ବୈଦ୍ୟୁତିକ ମିଟର ସ୍ଥାପନ କରାଯାଇଛି। ଦୁଇଟି ମିଟରକୁ ସମାନ ବୈଦ୍ୟୁତିକ ଲୋଡ୍ ପ୍ରଦାନ କରାଯାଇ ସ୍ମାର୍ଟ ମିଟର ସମ୍ପର୍କିତ ଦ୍ଵନ୍ଦ୍ଵକୁ ଉପସ୍ଥିତ ଗ୍ରାହକ ସେବା ଅଧିକାରୀ ଦୂର କରିବାରେ ସହାୟତା କରୁଛନ୍ତି।
ଏହା ସହ ‘ମାଇ ଟାଟା ପାୱାର ଆପ୍’ ଉପଭୋକ୍ତାମାନଙ୍କ ବିଦ୍ୟୁତ ସେବା ସମ୍ପର୍କିତ ଯେ କୌଣସି ସମସ୍ଯାର ସମାଧାନ ପାଇଁ ୨୪ଘଣ୍ଟିଆ ଦେୟ ମୁକ୍ତ ଗ୍ରାହକ ସେବା ନମ୍ବର ୧୮୦୦-୩୪୫୬-୭୧୮/ ୧୯୧୨ ର ସୁବିଧା କରାଯାଇଛି । ୧୬ଟି ଗ୍ରାହକ ସେବା କେନ୍ଦ୍ର ଓ ୧୩୯ଟି ଅନୁଭବ କେନ୍ଦ୍ର ମଧ୍ୟ ଖୋଲିଛି। ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଟିପିଏନଓଡିଏଲର ସମସ୍ତ ଡିଭିଜନରେ ଖୋଲିଥିବା ବେଳେ ଅନୁଭବ କେନ୍ଦ୍ରଗୁଡ଼ିକ ଗ୍ରାମାଞ୍ଚଳର ଉପଭୋକ୍ତାମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଖୋଲିଛି। ଏହି କେନ୍ଦ୍ରଗୁଡ଼ିକରେ ଉପଭୋକ୍ତା ବିଦ୍ୟୁତ ସେବା ସମ୍ପର୍କିତ ନିଜର ଦ୍ଵନ୍ଦ୍ଵ ଦୂର କରିବା, ସମସ୍ଯାର ସମାଧାନ କରିବା ସହିତ ବିଲ ପଇଠ ମଧ୍ୟ କରିପାରିବେ। ଗ୍ରାହକ ସେବା କେନ୍ଦ୍ର ଓ ଅନୁଭବ କେନ୍ଦ୍ରଗୁଡ଼ିକ ଛୁଟିଦିନ ବ୍ୟତୀତ ପ୍ରତିଦିନ ସକାଳ ୯.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ସମସ୍ତ ସେକ୍ସନ,ସବ-ଡିଭିଜନ୍ ଓ ଡିଭିଜନ ଅଫିସରେ ମଧ୍ୟ ଉପଭୋକ୍ତା ନିଜର ଅଭିଯୋଗ ଦାଖଲ କରିବାର ସୁଯୋଗ ପାଉଛନ୍ତି।

Related Post