ଆଜିର ଖାସ ଖବର
Tue. Apr 28th, 2026

ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ୨୦୨୫ ସେପ୍ଟେମ୍ବର ୩୦ ସୁଦ୍ଧା ୧୮,୩୪୯ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ ହାସଲ

By Admin_Dainkasha Oct27,2025

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ୨୦୨୫ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ସମୟ ମଧ୍ୟରେ ୧୮,୩୪୯ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ ହାସଲ କରିଛି ଯାହା ବର୍ଷକ ପୂର୍ବରୁ ସେହି ସମରେ ୧୫,୭୨୫ କୋଟି ଟଙ୍କା ଥିଲା। ସେହିପରି, ନିୟମିତ ପ୍ରିମିୟମ ପରିମାଣ ଏହି ସମୟରେ ୧୦ ପ୍ରତିଶତ ବୃଦ୍ଧି ପାଇଛି।
ସୁରକ୍ଷା ଉପରେ ସ୍ପଷ୍ଟ ଗୁରୁତ୍ୱ ଦେଇଥିବା ଏସବିଆଇ ଲାଇଫର ନୂଆ ବ୍ୟବସାୟ ପ୍ରିମିୟମ ପରିମାଣ ୨୦୨୫ ସେପ୍େଟମ୍ବର ୩୦ ସୁଦ୍ଧା ଶେଷ ତ୍ରୈମାସିକରେ ୨,୨୧୧ କୋଟି ଟଙ୍କା ରହିଛି ଯାହା ପୂର୍ବବର୍ଷ ତୁଳନାରେ ୨୫ ପ୍ରତିଶତ ଅଧିକ। ସୁରକ୍ଷା ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ ପରିମାଣ ଏହି ସମୟରେ ୩୭୧ କୋଟି ଟଙ୍କା ହୋଇଛି। ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ ୬ ପ୍ରତିଶତ ବୃଦ୍ଧି ପାଇ ୧୨,୧୭୫ କୋଟି ଟଙ୍କା ରହିଛି।
୨୦୨୫ ସେପ୍ଟେମ୍ବର ୩୦ ସୁଦ୍ଧା ଏସବିଆଇ ଲାଇଫର ଟିକସ ପରବର୍ତୀ ଲାଭ ୧୦୮୯ କୋଟି ଟଙ୍କା ରହିଛି। ୨୦୨୪ ସେପ୍ଟେମ୍ବର ତୁଳନାରେ ଏହା ୪ ପ୍ରତିଶତ ଅଧିକ। କମ୍ପାନିର ସଲଭେନ୍ସି ରେସିଓ ୧.୯୪ ପ୍ରତିଶତ ରହିଛି ଯାହା ନିୟାମକ ଆବଶ୍ୟକତା ୧.୫୦ରୁ ଅଧିକ।
୨୦୨୫ ସେପ୍େଟମ୍ବର ୩୦ ସୁଦ୍ଧା ଏସବିଆଇ ଲାଇଫର ପରିଚାଳନା ଅଧୀନ ସଂପତି (ଏୟୁଏମ) ପରିମାଣ ୧୦ ପ୍ରତିଶତ ବୃଦ୍ଧି ପାଇ ୪,୮୧,୪୬୫ କୋଟି ଟଙ୍କା ରହିଛି ଯାହା ୨୦୨୪ ସେପ୍େଟମ୍ବର ୩୦ ବେଳକୁ ୪,୩୮,୯୫୪ କୋଟି ଟଙ୍କା ଥିଲା। ଏହାର ଡେବଟ ଓ ଇକ୍ୱିଟି ମିଶ୍ରଣ ୬୦:୪୦ ରହିଛି। କମ୍ପାନିର ୯୦ ପ୍ରତିଶତ ଡେବଟ ନିବେଶ ଏଏଏ ଓ ସୋଭରେନ ଉପକରଣରେ ନିବେଶ କରାଯାଇଛି।
ଦେଶରେ କମ୍ପାନିର ୩୪୩,୫୪୩ ପ୍ରଶିକ୍ଷିତ ବୀମା ପ୍ରଫେସନାଲଙ୍କ ଏକ ବିବିଧ ବିତରଣ ନେଟୱର୍କ ଓ ୧୧୫୪ କାର୍ଯ୍ୟାଳୟ ସହ ବ୍ୟାପକ ଉପସ୍ଥିତି ରହିଛି। ବ୍ୟାଙ୍କାସ୍ୟୁରାନ୍ସ ଚ୍ୟାନେଲ, ଏଜେନ୍ସି ଚ୍ୟାନେଲ, କର୍ପୋରେଟ ଏଜେଂଟ, ବ୍ରୋକର, ପଏଂଟ ଅଫ ସେଲ ପର୍ସନ, ବୀମା ମାର୍କେଟିଂ କମ୍ପାନି, ୱେବ ଏଗ୍ରିଗେଟର ଓ ପ୍ରତ୍ୟକ୍ଷ ବ୍ୟବସାୟର ବିତରଣ ନେଟୱର୍କ ରହିଛି।

Related Post