ଆଜିର ଖାସ ଖବର
Sat. May 30th, 2026

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ପଞ୍ଚମ ବାର୍ଷିକ ମହୋତ୍ସବ

By Admin_Dainkasha Oct30,2025

ବଲାଙ୍ଗିର: ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନର ବାର୍ଷିକ ଭେଟ କାର୍ଯ୍ୟକ୍ରମ ସମର୍ପଣ ଉତ୍ସବ ହୋଇଯାଇଛି। ସ୍ଥାନୀୟ କୋସଲ କଳା ମଣ୍ଡଳ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜେପି ନେତା ଗୋପାଲଜି ପାଣିଗ୍ରାହୀ, ବଲାଙ୍ଗିର ପୌରଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ସଦର ବ୍ଳକ ଅଧ୍ଯକ୍ଷା ସରିତା ବାଗ, ବିଜେଡି ନେତା ଲକ୍ଷ୍ମଣ ମେହେର, ସ୍ୱରାଜ ଡାକ୍ତରଖାନା ଡାଇରେକ୍ଟର ସ୍ୱରାଜ ମିଶ୍ର ଓ ତାଙ୍କ ସ୍ତ୍ରୀ, ବ୍ୟବସାୟୀ ସମାଜ ସେବୀ କିଶୋର ରଥ ପ୍ରମୁଖ ଯୋଗଦେଇଥିଲେ । ଅସହାୟ ଶିଶୁ ଓ ଭିନ୍ନକ୍ଷମ ଶିଶୁମାନଙ୍କୁ ନେଇ ସମର୍ପଣ ଦିବସ ପାଳନ କରାଯାଇଥିଲା। ପରେ ବହୁ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମ୍ବଲପୁରୀ ଗାୟକ ଉମାକାନ୍ତ ବାରିକ ସମ୍ବଲପୁରୀ ଗୀତରେ ମଞ୍ଚ ଦୁଲୁକାଇଥିଲେ । ସୋନପୁର ଜିଲ୍ଲାର କନ୍ଧେନ୍ ଯୁରି ଦୃଷ୍ଟି ହୀନ ଭଜନ ପରିବାର ସମର୍ପଣ ସନ୍ଧ୍ୟାକୁ ଭକ୍ତିମୟ କରିଥିଲେ । ସେହିପରି ସଂଜ୍ୟୋତ କଳାକେନ୍ଦ୍ର  ବଲାଙ୍ଗୀର  ର ଛାତ୍ରଛାତ୍ରୀ ଦ୍ଵାରା ସଂଗୀତା ଦାସ ଙ୍କ ନିର୍ଦ୍ଦେଶିତ ଆଦିବାସୀ ନୃତ୍ୟ ବଇଁଶୀ ର ଧୂନ୍ ଲୋକମାନଙ୍କର ମନକୁ ମୋହିନେଇଥିଲା । ସେହି ଅବସରରେ ପାୟଲ ନାଗ, ବବୁଲୁ ମିଶ୍ର, ଅମରଜିତ୍ ପଟେଲ, ଦୀପ୍ତିରେଖା ନାୟକ, ଦିବ୍ୟମ କେଜରିୱାଲ, ଦେବେନ୍ଦ୍ର କୁମାର ସାହୁଙ୍କୁ ବଲାଙ୍ଗିର ସେଛାସେବୀ ସଂଗଠନର ସେବା ଓ ସମର୍ପଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Related Post