ଆଜିର ଖାସ ଖବର
Sun. May 31st, 2026

ସରକାରୀ ଚାକିରିରୁ ଅବସର ଗ୍ରହଣ 

By Admin_Dainkasha Oct31,2025

ଓଡ଼ଗାଁ,୩୧।୧୦(): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ବରିଷ୍ଠ କିରାନି ବିମଳ କୁମାର ବାରିକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ସିଆରସିସି, ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟାଳୟ ପରିସରରେ ଏବିଓ କମ୍ ବିଆରସିସି ରାଜକିଶୋର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅବସର ଗ୍ରହଣ ସଭାରେ ଏବିଓ ରଘୁନାଥ ମଲିକଙ୍କ ସହିତ ସମସ୍ତ ସିଆରସିସି ଓ ଅନ୍ୟ କର୍ମଚାରୀ ମାନେ ଅଂଶଗ୍ରହଣ କରି ବିମଳ କୁମାର ବାରିକଙ୍କ କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟାଳୟ ପରିଚାଳନା ସମ୍ପର୍କରେ ଆଲୋଚନା ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ତଥା ସାମ୍ବାଦିକ ରାମକୃଷ୍ଣ ପରିଡ଼ା, ସାରସ କୁମାର ମିଶ୍ର, ଫକୀର ମହାରଣା ଏବଂ ଗଣେଶ୍ୱର ସାହୁ ଯୋଗଦେଇ ବିମଳ ବାବୁଙ୍କ ଅବସର ପରର ଜୀବନ ଯାତ୍ରା ମଙ୍ଗଳମୟ ହେବାକୁ ରଘୁନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Related Post