ଆଜିର ଖାସ ଖବର
Sat. May 30th, 2026

ଯୁବ ସଂଗଠନ ତରଫରୁ ଖପ୍ରାଖୋଲ ମହୋତ୍ସବ ପାଇଁ କଂସ ବରଣ

By Admin_Dainkasha Oct31,2025
Oplus_16777216

ଖପ୍ରାଖୋଲ ୩୧।୧୦ (ଆନିସ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଯୁବ ସଂଗଠନ ତରଫରୁ ଖପ୍ରାଖୋଲ ମହୋତ୍ସବ ପାଳିତ ହେବା ପାଇଁ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଯାଇଛି । ମହୋତ୍ସବ ନଭେମ୍ବର ୨୯ ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ଅବସରରେ କଂସ ଦରବାର ଆୟୋଜନ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ଜଣାପଡିଛି । ସ୍ଥାନୀୟ ଇଷ୍ଟଦେବୀ ମାଁ ଡୁମେରତଲେନ ମନ୍ଦିର ପରିସରରେ କଂସ ଭୂମିକା ପାଇଁ ବରିଷ୍ଠ କଳାକାର ଆର୍ତ୍ତତ୍ରାଣ ସୁନାନୀଙ୍କୁ ନଡ଼ିଆ, ଫୁଲ,ମାଳ ଗୁଆ ଦେଇ ଆୟୋଜକ କମିଟି ତରଫରୁ ବରଣ କରାଯାଇଥିଲା । ଏହି ଅବସରରେ ୩୦ ରୁ ୪ ତାରିଖ ପାର୍ବତୀ ଗଣନାଟ୍ୟ ଅପେରା ମଞ୍ଚସ୍ଥ କରାଯିବ ବିଶେଷ ଆକର୍ଷଣ ପାଇଁ ଅପେରା ମଞ୍ଚରେ ହାସ୍ୟ ଅଭିନେତା ପପୁ ପମ ପମ ଙ୍କ ହାସ୍ୟ ଅଭିନୟ ୩୦ ତାରିଖ ଦିନ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି । ଆୟୋଜକ କମିଟି ସଭାପତି ବୁଲୁ ପଣ୍ଡା କଂସ ବରଣ କରିଥିବା ବେଳେ ସମ୍ପାଦକ ବାଦଲ ଦଣ୍ଡସେନା, ଉପ-ସଭାପତି ଡୋଲାମଣି ଷାଣ୍ଢ , କୋଷାଧ୍ୟକ୍ଷ ରଞ୍ଜନ ସାହୁ, ଉଦ୍ଧବ ମେହେର, ରାଜୁ ବାରିକ, ସତ୍ୟ ବାଗ, ଅରକ୍ଷିତ ସାହୁ, ବିନୋଦ ସାହୁ, କୁନୁ ସାହୁ, ବାଦଲ ଦଣ୍ଡସେନା, ହରିବୋଲ ଦାସ, ପଦ୍ମନାଭ ପଧାନ(ହାକା), ରୋହିତ ଶଗଡ଼ିଆ, ସୁଶାନ୍ତ ପଧାନ, ଆଶିଷ ଭୋଇ ଉପସ୍ଥିତ ରହିଥିଲେ । 

Related Post