ଆଜିର ଖାସ ଖବର
Thu. May 28th, 2026

ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ

By Admin_Dainkasha Feb28,2026

୨୭/୨/୨୦୨୬ବ୍ରହ୍ମପୁର,ପ୍ରଶିକ୍ଷଣ ଭାରତୀୟ ଜନତାପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କର ଏକ ପ୍ରମୁଖ ଅଙ୍ଗ । ବିଜେପି ତା’ର କାର୍ଯ୍ୟକର୍ତ୍ତାମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ରାଜନୈତିକ ବିକାଶ କରିବାକୁ ବିଭିନ୍ନ ସମୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଏହି କ୍ରମରେ ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ କର୍ମଶାଳା ସ୍ଥାନୀୟ ଆମ୍ବପୁଆ ସ୍ଥିତ କୃଷି ଭବନ ଠାରେ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” କୁ ସଫଳ କରିବା ପାଇଁ ଜିଲ୍ଲା ସ୍ତରୀୟ ଯୋଜନା ବୈଠକ ଜିଲ୍ଲା ସଭପତି ଶ୍ରୀ ସରୋଜ ସାବତ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଯାଇଛି । ଆଗମୀ ଦିନ ରେ ଗଞ୍ଜାମ ସାଂଗଠାନିକ ଜିଲ୍ଲାର ୩୭ ଟି ମଣ୍ଡଳ, ଜିଲ୍ଲା ର ସମସ୍ତ ମୋର୍ଚ୍ଚାର ବୁଥ ସ୍ତରରୁ ଆରମ୍ଭ କରି ପ୍ରଦେଶ ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା, ବିଧାୟକ ଓ ସାଂସଦମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଅବସରରେ ଆୟୋଜିତ ଯୋଜନା ବୈଠକରେ ମାନ୍ୟବର ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାର ଙ୍କ ବାଣିଜ୍ୟ, ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥୀ, ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନୀଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା, ରାଷ୍ଟ୍ର କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ କାହ୍ନୁ ଚରଣ ପତି, ଏହି କର୍ମଶାଳା ର ସଂଯୋଜକ ସିଦ୍ଧାନ୍ତ ଗଙ୍ଗଦେବ, ଶିବ ପ୍ରସାଦ ଶତପଥୀ, ଜିଲ୍ଲା ସାଧାରଣ ସମ୍ପାଦକ ଗୌରୀ ଶଙ୍କର ସାମନ୍ତରାୟ, ବନମାଳୀ ସେଠୀ, ପ୍ରଦୀପ ନାୟକ, ଗଙ୍ଗାଧର ଶତପଥୀ, ଜିଲ୍ଲା ସଭାନେତ୍ରୀ ମିନା ଦ୍ୟାନ ସାମନ୍ତରାୟ , ରତ୍ନ ଗର୍ଭା ସରସ୍ଵତୀ ଦେବୀ, ବନିତା ସାହୁ , ଜିଲ୍ଲା ର ସମସ୍ତ ପଦାଧିକାରୀ, ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ, ମଣ୍ଡଳ ପ୍ରଶିକ୍ଷଣ ଟୋଲି ସଦସ୍ୟମାନେ ଯୋଗଦେଇ ଆଲୋଚନା କରିଥିଲେ ।
ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଆଗମୀ ଦିନରେ ଶୃଙ୍ଖଳା ଓ ଅନୁଶାସନକୁ ଗୁରୁତ୍ୱ ଦେଇ ଏବଂ ସିଦ୍ଧାନ୍ତ, ବିଚାର ଓ ରାଷ୍ଟ୍ର ନିର୍ମାଣ ଚିନ୍ତାଧାରାରେ ଅନୁପ୍ରାଣିତ ହେବାକୁ ଶିବିରରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ । ପ୍ରଥମରେ ରାଷ୍ଟ୍ର, ଦ୍ୱିତୀୟରେ ସଂଗଠନ ଏବଂ ତୃତୀୟ ତଥା ଶେଷରେ ବ୍ୟକ୍ତିତ୍ୱ ଏହା ହେଉଛି ବିଜେପିର ମୂଳମନ୍ତ୍ର । ସମାଜ ଓ ରାଷ୍ଟ୍ର ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟକୁ ତୁଲାଇବା ଲକ୍ଷ୍ୟରେ ସମର୍ପିତ କାର୍ଯ୍ୟକର୍ତ୍ତା ନିର୍ମାଣ ହେଉଛି ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ । ପ୍ରଶିକ୍ଷଣକୁ ବ୍ୟବସ୍ଥିତ, ଶୃଙ୍ଖଳିତ, ସଂଗଠିତ ଏବଂ ସଫଳ କରିବା ପାଇଁ ହେବ ସେସବୁ ବିଷୟରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ବିକାଶ ପାଇଁ କେଉଁ ବିଷୟରେ ପ୍ରଶିକ୍ଷଣ ରହିବ ସେସବୁ ପ୍ରସଙ୍ଗ ନିର୍ଦ୍ଧାରିତ ହୋଇଥିଲା । ରାଜ୍ୟସ୍ତରରୁ ବୁଥ ସ୍ତର ଯାଏ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ । ଏ ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ସମାପ୍ତ ହେବ ସେ ଉପରେ ବୈଠକରେ ଖସଡା ପ୍ରସ୍ତୁତ କରା ଯାଇଥିଲା ।

Related Post