ଆଜିର ଖାସ ଖବର
Wed. Apr 15th, 2026

ପ୍ରୋଜେକ୍ଟସ ଟୁଡେ ପକ୍ଷରୁ ଏଆଇ ଆଧାରିତ ବ୍ୟବସାୟ ସୁଯୋଗ ପ୍ଲାଟଫର୍ମର ଶୁଭାରମ୍ଭ

By Admin_Dainkasha Feb28,2026
Projects Today Introduces Ai-Driven Business Opportunity Platform To Strengthen India’s Project Ecosystem
Projects Today Introduces Ai-Driven Business Opportunity Platform To Strengthen India’s Project Ecosystem

ଭୁବନେଶ୍ୱର: ଭାରତର ପ୍ରକଳ୍ପ ପରିସଂସ୍ଥାନକୁ ସୁଦୃଢ଼ କରିବା ପାଇଁ ପ୍ରୋଜେକ୍ଟସ ଟୁଡେ ପକ୍ଷରୁ ଏକ ଏଆଇ ଆଧାରିତ ବ୍ୟବସାୟ ସୁଯୋଗ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି। ଏଥିରେ ପ୍ରକଳ୍ପର ବିଭିନ୍ନ ସ୍ତର ଯଥା ଟେଣ୍ଡର ଓ ଏଲ୧/ ଅର୍ଡର ଅପ୍‌ଡେଟ୍ ଓ ଅଂଶୀଦାର ସମ୍ପର୍କିତ ସୂଚନାକୁ ଗୋଟିଏ ସହଜ ଉପାୟରେ ଉପଲବ୍ଧ କରାଯାଇଛି ଯାହା ସଂଗଠନଗୁଡିକୁ ସଠିକ୍ ସମୟରେ ସଠିକ୍ ପ୍ରକଳ୍ପ ସହ ଯୋଡ଼ି ହେବାରେ ସାହାଯ୍ୟ କରିବ।
ଏଆଇ ଆଧାରିତ ଏହି ପ୍ଲାଟଫର୍ମରେ ବିଓକ୍ୟୁ ସର୍ଚ, ଉପ-ପ୍ରକଳ୍ପ ଟ୍ରାକିଂ, ଟେଣ୍ଡରରୁ ଅର୍ଡର ପର୍ଯ୍ୟନ୍ତ ଯାତ୍ରାକୁ ଦେଖିପାରିବା, ବିଡର ଓ ଅଂଶଗ୍ରହଣ ସମ୍ପର୍କିତ ସୂଚନା, ସୁଯୋଗ ଆକଳନ ଟୁଲ, ବିଶ୍ୱସନୀୟତା ଓ ଆନାଲିଟିକ୍ସ ଡ୍ୟାସବୋର୍ଡ ଭଳି ପ୍ରତ୍ୟକ୍ଷ ଫଳାଫଳ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ସୁବିଧାଗୁଡ଼ିକ ବ୍ୟବହାରକାରୀମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ସୁଯୋଗକୁ ଶୀଘ୍ର ସନ୍ଧାନ କରିବାରେ ସହାୟକ ହେବ ଯାହା ସେମାନଙ୍କୁ “କଣ ଘଟୁଛିଠାର”ୁ ଆଗକୁ ନେଇ “ଆଗକୁ କଣ କରିବାକୁ ହେବ” ପର୍ଯ୍ୟନ୍ତ ନେଇଯିବ ଯାହା ପ୍ରକଳ୍ପର ସ୍ତର, ସୁଯୋଗ ଓ ଅଂଶୀଦାରଙ୍କ ଉପରେ ସେମାନଙ୍କୁ ସ୍ପଷ୍ଟ ଚିତ୍ର ପ୍ରଦାନ କରିବ।
ଗବେଷଣା ଆଧାରିତ ପ୍ରକାଶନୀରେ ୨୫ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ପ୍ରୋଜେକ୍ଟସ୍ ଟୁଡେ ପକ୍ଷରୁ ଗମ୍ଭୀରତାର ସହ ବିଚାର କରାଯାଉଥିବା, ଯୋଜନା, ଟେଣ୍ଡରିଂ କିମ୍ବା କାର୍ଯ୍ୟକାରୀ କରାଯାଉଥିବା ୫୦,୦୦୦ରୁ ଅଧିକ ପ୍ରକଳ୍ପକୁ ଟ୍ରାକ୍ କରାଯାଉଛି। ଏହି ପ୍ଲାଟଫର୍ମ ପକ୍ଷରୁ ପ୍ରତି ମାସରେ ୧୫୦୦ରୁ ଅଧିକ ନୂଆ ପ୍ରକଳ୍ପ ଓ ୧୦,୦୦୦ରୁ ଅଧିକ ଟେଣ୍ଡର ସମ୍ପର୍କରେ ସୂଚନା ସଂଗ୍ରହ କରାଯାଉଥିବା ବେଳେ ମାସିକ ୧୨୦୦ରୁ ଅଧିକ ଏଲ୧/ ଅର୍ଡର ଅପ୍‌ଡେଟ୍ ଦିଆଯାଉଛି ଯାହା ବିଭିନ୍ନ କ୍ଷେତ୍ର ଓ ରାଜ୍ୟରେ ନିଷ୍ପତି ନେବାକୁ ସହଜ କରିଛି।
ଏହାର ଉଦ୍ଦେଶ୍ୟ କେବଳ ସୂଚନା ପ୍ରଦାନ ମଧ୍ୟରେ ସୀମିତ ନୁହେଁ। ଏହାର ମୂଳ ଲକ୍ଷ୍ୟ ହେଉଛି— ଯେଉଁମାନେ ଦେଶ ଗଠନ କରନ୍ତି ଏବଂ ଯେଉଁମାନେ ଏଥିରେ ସହାୟକ ହୁଅନ୍ତି, ଯଥାଞ୍ଜ- ପ୍ରୋମୋଟର, ଠିକାଦାର, ପରାମର୍ଶଦାତା, ଯୋଗାଣକାରୀ, ସେବା ପ୍ରଦାନକାରୀ ଏବଂ ଆର୍ôଥକ ସହାୟତାକାରୀ ସେମାନଙ୍କ ମଧ୍ୟରେ ସୁଯୋଗର ପ୍ରବାହକୁ ନିରନ୍ତର ଓ ସହଜ କରିବା। ନୂଆ ପ୍ରଯୁକ୍ତି ଓ ଗଭୀର ବୁଦ୍ଧିମତା ସହ ପ୍ରୋଜେକ୍ଟସ୍ ଟୁଡେ ଆଗକୁ ବଢ଼ିବା ସହ କ୍ଲାଏଂଟ୍ ପ୍ରଥମ, ଦେଶ ସବୁବେଳେ ନୀତିକୁ ଅନୁସରଣ କରିବ।
ଏହି ଶୁଭାରମ୍ଭ, ପ୍ରକଳ୍ପଗୁଡ଼ିକର ଉନ୍ନତ ସମୟାନୁବର୍ତ୍ତୀ ଯୋଗଦାନ, ସଠିକ୍ ସମନ୍ୱୟ ଏବଂ ଦ୍ରୁତ କାର୍ଯ୍ୟକାରିତା ମାଧ୍ୟମରେ ଭାରତର ପ୍ରକଳ୍ପ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ପ୍ରୋଜେକ୍ଟସ ଟୁଡେ ର ଦୂରଦୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ – ଯାହାଫଳରେ ସୁଯୋଗଗୁଡ଼ିକ ଯୋଜନାରୁ ସହଭାଗିତା ଏବଂ ଲକ୍ଷ୍ୟରୁ ସଫଳତା ଆଡ଼କୁ ଦକ୍ଷତାର ସହ ଅଗ୍ରସର ହୋଇପାରିବ।

Related Post