ଆଜିର ଖାସ ଖବର
Thu. Apr 16th, 2026

ମାଲାବାର ଗ୍ରୁପ ଅଧ୍ୟକ୍ଷ ଏମ ପି ଅହମ୍ମଦଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଦ୍ୱାରା ‘ମହାରାଷ୍ଟ୍ରିଆନ ଅଫ ଦି ଇୟର ଆୱାର୍ଡ ୨୦୨୬’ ପ୍ରଦାନ

Rajendra Darda - Editor in Chief -Lokmat Media Group Dr Vijay Darda - Chairman - Lokmat Media Group Mr. Asher O - MD-India, Malabar Gold & Diamonds Devendra Fadnavis - CM Maharashtra State Mr. M.P. Ahammad - Chairman, Malabar Group Eknath Shinde - DCM Maharashtra State

ଭୁବନେଶ୍ୱର: କୋଲମତ ମହାରାଷ୍ଟ୍ରିଆନ ଅଫ ଦି ଇୟର ଆୱାର୍ଡ ୨୦୨୬ ସମାରୋହରେ ମାଲାବାର ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଏମ ପି ଅହମ୍ମଦଙ୍କୁ ସମ୍ମାନଜନକ ବିଜନେସ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ବିଶ୍ୱ ଗହଣା ରିଟେଲ ଦୃଶ୍ୟପଟ୍ଟ ଓ ସମାଜରେ ରୂପାନ୍ତରଣ ଆଣିଥିବାରେ ତାଙ୍କ ଉଦ୍ୟମ ପ୍ରତି ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଗେଟୱେ ଅଫ ଇଣ୍ଡିଆରେ ଆୟୋଜିତ ଏହି ପୁରସ୍କାର ସମାରୋହରେ ନୀତି ନିର୍ମାତା, ଶିଳ୍ପ ଲିଡର ଏବଂ ବ୍ୟବସାୟ ଓ ମନୋରଞ୍ଜନ ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନେ୍ଦ, ଲୋକମତର ଅଧ୍ୟକ୍ଷ ଶ୍ରୀ ବିଜୟ ଦାରଦା ଅତିଥି ଭାବେ ଯୋଗଦେଇଥିଲେ ।
ଲୋକମତ ଗ୍ରୁପ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଶିଳ୍ପକୁ ଆକାର ପ୍ରଦାନ କରିବା ଓ ସମାଜ ପ୍ରତି ଅର୍ଥପୂର୍ଣ୍ଣ ଯୋଗଦାନ ଦେବାରେ ବ୍ୟକ୍ତିମାନଙ୍କ ଦୂରଦୃଷ୍ଟି, ନେତୃତ୍ୱ ଓ ସଫଳତାକୁ ପାଳନ କରୁଛି । ଶ୍ରୀ ଅହମ୍ମଦଙ୍କୁ ଏହି ପୁରସ୍କାର ତାଙ୍କ ଉଲ୍ଲେଖନୀୟ ଉଦ୍ୟମିତା ଯାତ୍ରା ଓ ମାଲାବାର ଗୋଲ୍ଡକୁ ଗଢ଼ିବା ଓ ତାହାକୁ ବିଶ୍ୱର ପଂଚମ ସବର୍ବୃହତ ଜୁଏଲାରି ରିଟେଲରେ ପରିଣତ କରିବାରେ ସେ ଗ୍ରହଣ କରିଥିବା ଭୂମିକାକୁ ସ୍ୱୀକୃତି ପ୍ରଦାନ କରୁଛି ।
ଏହି ସମ୍ମାନ ଗ୍ରହଣ କରିବା ସହ କୃତଜ୍ଞତା ପ୍ରକାଶ କରି ମାଲାବାର ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଏମ ପି ଅହମ୍ମଦ କହିଛନ୍ତି ଯେ, “ଲୋକମତ ମହାରାଷ୍ଟ୍ରିଆନ ଇୟର ଅଫ ଦି ଆୱାର୍ଡସରେ ବିଜନେସ ଭୂଷଣ ପୁରସ୍କାର ଗ୍ରହଣ କରି ମୁଁ ଅତ୍ୟନ୍ତ ଗର୍ବିତ । ଏହି ମାନ୍ୟତା ସମଗ୍ର ମାଲାବାର ପରିବାରର ସମର୍ପଣ ଓ ଦୀର୍ଘବର୍ଷ ଧରି ଆମ ଉପରେ ଗ୍ରାହକମାନେ ଯେଉଁ ଭରସା ପ୍ରକଟ କରିଛନ୍ତି ତାହାକୁ ପ୍ରତିଫଳିତ କରୁଛି । ସମାଜରେ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି କରିବା ପାଇଁ ଦାୟିତ୍ୱ, ସଚ୍ଚୋଟତା ଓ ପ୍ରତିବଦ୍ଧତାର ମାର୍ଗଦର୍ଶନରେ ଆଗକୁ ବଢ଼ିବା ସହ ଆମେ କରୁଥିବା ପ୍ରତିଟି କାର୍ଯ୍ୟରେ ଉକôର୍ଷ ହାସଲ ପାଇଁ ଉଦ୍ୟମ ଜରିଆରେ ଆମର ସମସ୍ତ ଅଂଶୀଦାରମାନଙ୍କ ପାଇଁ ସାମଗ୍ରିକ ଅଭିବୃଦ୍ଧିର ଦର୍ଶନ ଉପରେ ଆମ ଯାତ୍ରାର ମୁଳଦୁଆ ଠିଆ ହୋଇଛି ।”
୧୯୯୩ରେ ସ୍ଥାପନ ହୋଇଥିବା ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ଦାୟିତ୍ୱବାନ ଓ ସ୍ୱଚ୍ଛ ଗହଣା ରିଟେଲ କ୍ଷେତ୍ରରେ ଅଗ୍ରଣୀ ରହିଥିବା ବେଳେ ନିଯୁକ୍ତି ସୃଷ୍ଟି ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ େଉଛି, ସଂଗଠିତ ଖୁଚୁରା ବ୍ୟବସ୍ଥାକୁ ଦୃଢ଼ କରୁଛି ଓ ବିଶ୍ୱସ୍ତରୀୟ ଡିଜାଇନ ଓ ସେବା ସହ ଗ୍ରାହକ ଅନୁଭୂତିକୁ ବଢ଼ାଉଛି । କମ୍ପାନିର ଭାରତ ସମେତ ୧୪ଟି ଦେଶରେ ୪୨୫ ସୋ’ରୁମ ରହିଛି । ମହାରାଷ୍ଟ୍ରରେ କମ୍ପାନିର ୩୪ଟି ସୋରୁମ ରହିଛି । ୨୦୨୯ ସୁଦ୍ଧା କମ୍ପାନି ମହାରାଷ୍ଟ୍ର ଷ୍ଟୋର ସଂଖ୍ୟା ୬୪କୁ ବଢ଼ାଇବାକୁ ଯୋଜନା ରଖିଛି ।
ବ୍ୟବସାୟ ଅଭିବୃଦ୍ଧି ବ୍ୟତୀତ ଶ୍ରୀ ଅହମ୍ମଦଙ୍କ ମାର୍ଗଦର୍ଶନରେ କମ୍ପାନିର ୫ପ୍ରତିଶତ ଲାଭକୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ବାସଗୃହ ସହାୟତା, ମହିଳା ସଶକ୍ତୀକରଣ କାର୍ଯ୍ୟରେ ବ୍ୟବହାର କରାଯାଉଛି ।

Related Post