ଆଜିର ଖାସ ଖବର
Wed. May 27th, 2026

ବାଗମାନି ପ୍ରାଇମ ଅଫିସ ଆଇଆଇଟିର ୩୪୦୫ କୋଟି ଟଙ୍କାର ଆଇପିଓ ୨୦୨୬ ମେ ୫ରେ ଖୋଲିବ

By Admin_Dainkasha May6,2026

ଭୁବନେଶ୍ୱର: ବେଙ୍ଗାଲୁରୁର ଅଗ୍ରଣୀ ବାଣିଜ୍ୟିକ କାର୍ଯ୍ୟାଳୟ ଆଇଆଇଟି ବାଗମାନି ପ୍ରାଇମ ଅଫିସ ଆରଇଆଇଟିର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୬ ମେ ୫, ମଙ୍ଗଳବାର ଦିନ ଖୋଲିବ ଓ ମେ ୭, ଗୁରୁବାର ଦିନ ବନ୍ଦ ହେବ। ଏହି ଅଫରରେ ସେୟାର ପିଛା ମୂଲ୍ୟ ୯୫ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ନିବେଶକମାନେ ସର୍ବନିମ୍ନ ୧୫୦ଟି ୟୁନିଟ ପାଇଁ ବିଡ ଦାଖଲ କରିପାରିବେ ଓ ସେଥିରେ ୧୫୦ଟି ଲେଖାଏଁ ୟୁନିଟକୁ ଗୁଣିତକ ହିସାବରେ ଯୋଡ଼ିପାରିବେ।
ଏହି ଆଇପିଓରେ ଆରଇଆଇଟି ତରଫରୁ ୨୩୯୦ କୋଟି ଟଙ୍କାର ନୂଆ ୟୁନିଟ୍ ଜାରି କରାଯିବ ଏବଂ ଅଫର ଫର ସେଲରେ ବିଆରଇପି ଏସିଆ ୩ ଇଣ୍ଡିଆ ହୋଲଡିଂ କୋ ୮ ପିଟିଇ ଲିମିଟେଡ ପକ୍ଷରୁ ୧୦୧୫ କୋଟି ଟଙ୍କାର ୟୁନିଟ ବିକ୍ରି କରାଯିବ। ଏହି ଅଫରରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ ୧ ନିୟୁତ ବର୍ଗଫୁଟର ଏକ ପ୍ରିମିୟମ ବାଗମାନେ କ୍ୟାପିଟାଲ ଟେକ ପାର୍କକୁ ଅଧିଗ୍ରହଣ କରିବାରେ, ୧.୧ ନିୟୁତ ବର୍ଗଫୁଟର ବାଗମାନେ ରିଓ ବିଜନେସ ପାର୍କର ୯୩ ପ୍ରତିଶତ ଅଂଶଧନକୁ ଅଧିଗ୍ରହଣ କରିବାରେ ବ୍ୟବହାର କରାଯିବ।
ବୁକ ବିଲଡିଂ ପ୍ରକ୍ରିୟାବ ଜରିଆରେ ଓ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମକୁ ପାଳନ କରି ଏହି ଅଫର ଜାରି କରାଯିବ। ଇସ୍ୟୁର ୭୫ ପ୍ରତିଶତ ପର୍ଯ୍ୟନ୍ତ ୟୁନିଟକୁ ସଂସ୍ଥାଗତ ନିବେଶକମାନଙ୍କୁ ଓ ୨୫ ପ୍ରତିଶତ ୟୁନିଟକୁ ଅଣ ସଂସ୍ଥାଗତ ନିବେଶକଙ୍କୁ ଜାରି କରାଯିବ।
ଏହି ଆରଇଆଇଟିର ପ୍ରାୟୋଜକ ହେଉଚି ବାଗମାନି ରିଅଲଟି ଆଣ୍ଡ ଇନଫ୍ରାଷ୍ଟ୍ରକଚର ଏଲଏଲପି ଯାହା ହେଉଛ ଭାରତ ଓ ବେଙ୍ଗାଲୁରୁର ଅନ୍ୟତମ ବୃହତ ଗ୍ରେଡ ଏ+ ଅଫିସ ମାଲିକ ଓ ଡେଭେଲପର। ଆକ୍ସିସ ଟ୍ରଷ୍ଟି ସର୍ଭିସେସ ଲିମିଟେଡ ହେଉଛି ଏହାର ଟ୍ରଷ୍ଟି ଓ ବାଗମାନି ରିଅଲିଟି ଇନଭେଷ୍ଟମେଂଟ ମ୍ୟାନେଜର ପ୍ରାଇଭେଟ ଲିମିଟେଡ ହେଉଛି ଏହି ଆରଇଆଇଟିର ମ୍ୟାନେଜର।
ଏହି ଅଫରର ଲିଡ ମ୍ୟାନେଜର ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ, କୋଟକ ମହିନ୍ଦ୍ରା କ୍ୟାପିଟାଲ କମ୍ପାନି ଲିମିଟେଡ, ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ, ୩୬୦ ୱାନ ଡବ୍ଲ୍ୟୁଏଏମ ଲିମିଟେଡ ଓଏଚଡିଏଫସି ବ୍ୟାଙ୍କ ଲିମିଟେଡ। ଏହାର ରେଜିଷ୍ଟ୍ରାର ହେଉଛି କେଫିନ ଟେକ୍ନୋଲୋଜିସ ଲିମିଟେଡ। ଏହି ୟୁନିଟଗୁଡ଼ିକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ ଇଣ୍ଡିଆ ଲିମିଟେଡରେ ତାଲିକାଭୁକ୍ତ କରାଯିବ।

Related Post