ଆଜିର ଖାସ ଖବର
Sat. Jun 13th, 2026

ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ନୂଆ କର୍ପୋରେଟ୍ ଫିଲ୍ମ ଉନ୍ମୋଚିତ

By Admin_Dainkasha Jun11,2026

ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏହାର ନୂଆ କର୍ପୋରେଟ୍ ଏଭିକୁ ଉନ୍ମୋଚନ କରାଯାଇଛି। ଏଥିରେ ବ୍ୟକ୍ତି ଓ ପରିବାରଗୁଡ଼ିକୁ ଜୀବନକୁ ବିଶ୍ୱାସ, ପ୍ରତିଶ୍ରୁତି ଓ ମାନସିକ ଶାନ୍ତି ସହ ଆଗକୁ ବଢ଼ିବାରେ ବୀମା ଗ୍ରହଣ କରିଥିବା ଭୂମିକା ଉପରେ ଆଲୋକପାତ କରାଯାଇଛି।

ଏମିତି ଏକ ସମୟରେ, ଯେତେବେଳେ ଉପଭୋକ୍ତାମାନେ ଆର୍ôଥକ ପ୍ରସ୍ତୁତି ଏବଂ ସମଗ୍ର ସୁରକ୍ଷାକୁ ଅଧିକ ପ୍ରାଥମ୍ୟ ଦେଉଛନ୍ତି, ଏହି ଚଳଚ୍ଚିତ୍ରଟି ଦର୍ଶାଉଛି ଯେ ଆଜିର ବୀମା କେବଳ ଆର୍ôଥକ ସୁରକ୍ଷାରେ ସୀମିତ ନୁହେଁ; ବରଂ ଏହା ଦୈନନ୍ଦିନ ନିଷ୍ପତ୍ତି, ଆକାଂକ୍ଷା ଏବଂ ଜୀବନଯାତ୍ରାରେ ଆତ୍ମବିଶ୍ୱାସ ଯୋଗାଇବାର ଏକ ଅତ୍ୟାବଶ୍ୟକ ସହାୟକ ଭାବେ ପରିଣତ ହୋଇଛି।

ଜୀବନର ପ୍ରାସଙ୍ଗିକ ତଥା ବାସ୍ତବ ମୁହୂର୍ତ୍ତକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି କର୍ପୋରେଟ୍ ଫିଲ୍ମରେ ଆବେଗିକ କାହାଣୀ ଜରିଆରେ ସୁରକ୍ଷା ଦ୍ୱାରା ଲୋକମାନେ କିଭଳି ସଶକ୍ତ ହୋଇ ପ୍ରତିଶ୍ରୁତି ସହ ଆଗକୁ ବଢ଼ୁଥିବା ବେଳେ ନିଜ ପ୍ରିୟଜନମାନଙ୍କ ସୁରକ୍ଷାକୁ ନିଶ୍ଚିତ କରୁଛନ୍ତି ତାହା ପ୍ରଦର୍ଶନ କରାଯାଇଛି। ସରଳ ତଥା ଅର୍ଥପୂର୍ଣ୍ଣ ବ୍ୟାଖ୍ୟା ଜରିଆରେ ଏହି ସିନେମାରେ ଗ୍ରାହକଙ୍କ ସହ ପ୍ରତିଟି ମାଇଲଖୁଂଟ, ଅନିଶ୍ଚିତତା ଓ ଅଭିଳାଷରେ ଠିଆ ହୋଇ ରହିବାର ଉଦ୍ଦେଶ୍ୟକୁ ପ୍ରତିିଫଳିତ କରାଯାଇଛି।

ଏହି ଫିଲ୍ମଟି କମ୍ପାନୀର ନିରନ୍ତର ବିକାଶକୁ ମଧ୍ୟ ପ୍ରତିଫଳିତ କରେ, ଯେଉଁଥିରେ ଏହା ଏକ ଆଧୁନିକ ଏବଂ ଡିଜିଟାଲ୍‌-ଚାଳିତ ବୀମା ପ୍ରଦାନକାରୀ ସଂସ୍ଥା ଭାବେ ସ୍ୱାସ୍ଥ୍ୟ, ମୋଟର, ଭ୍ରମଣ ଏବଂ ଅନ୍ୟାନ୍ୟ ସୁରକ୍ଷା ଶ୍ରେଣୀରେ ଗ୍ରାହକ-କେନ୍ଦ୍ରିତ ସମାଧାନ ଯୋଗାଇବାରେ କେନ୍ଦ୍ରିତ ଅଛି। ଏହି ସମାଧାନଗୁଡ଼ିକ ଆଧୁନିକ ଭାରତର ପରିବର୍ତ୍ତନଶୀଳ ଆବଶ୍ୟକତା ଓ ଆଶା-ଆକାଂକ୍ଷା ସହ ସମନ୍ୱୟ ରଖିଥାଏ।

ଏହି ଅଭିଯାନ ସମ୍ପର୍କରେ ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସ୍ୟୁରାନ୍ସର ସଭାପତି ଓ ଡିଜିଟାଲ ବ୍ୟବସାୟ, ମାର୍କେଟିଂ ଓ ଷ୍ଟ୍ରାଟେଜି ମୁଖ୍ୟ ତରୁଣ ଖନ୍ନା କହିଛନ୍ତି ଯେ,“ବୀମାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବାର ଶକ୍ତି ଦେବା। ଆମର ନୂତନ କର୍ପୋରେଟ୍ ଫିଲ୍ମ ଆମେ କିଏ, କେଉଁ ମୂଲ୍ୟବୋଧ ପାଇଁ ପରିଚିତ ଏବଂ ପ୍ରତିଦିନ କେମିତି ପ୍ରଭାବ ସୃଷ୍ଟି କରିବାକୁ ଆମେ ଆକାଂକ୍ଷା ରଖୁଛୁ, ତାହାର ଏକ ପ୍ରତିଫଳନ। ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ସୁରକ୍ଷା ଦେବା ସହିତ ଭାରତର ବ୍ୟକ୍ତି, ପରିବାର, ବ୍ୟବସାୟ ଓ ସମୁଦାୟମାନଙ୍କର ଆକାଂକ୍ଷାକୁ ସମର୍ଥନ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ଉଜାଗର କରେ। ଆମେ ଯେପରିକି ଆମର ପ୍ରଯୁକ୍ତିଗତ କ୍ଷମତାକୁ ଆହୁରି ସୁଦୃଢ଼ କରୁଛୁ, ଆମର ପହଞ୍ଚକୁ ବିସ୍ତାର କରୁଛୁ ଏବଂ ଭାଗୀଦାରିକୁ ଗଭୀର କରୁଛୁ, ସେପରିକି ଆମେ ଗ୍ରାହକମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ମୂଲ୍ୟ ସୃଷ୍ଟି କରିବା ଓ ସୁରକ୍ଷା ମାଧ୍ୟମରେ ପ୍ରଗତିକୁ ସକ୍ଷମ କରିବା ଉପରେ କେନ୍ଦ୍ରିତ ରହିଛୁ। ଏହି ଫିଲ୍ମଟି ଆମର ସେହି ବିଶ୍ୱାସକୁ ପ୍ରକାଶ କରେ ଯେ, ଯେତେବେଳେ ଆମେ ସମସ୍ତେ ଏକାଠି ଆଗକୁ ବଢ଼ୁ, ପ୍ରତ୍ୟେକ ଯାତ୍ରା ଅଧିକ ଶକ୍ତିଶାଳୀ ହୋଇଯାଏ।”

କମ୍ପାନିର ବ୍ୟାପକ ପ୍ରଚାର ରଣନୀତିର ଅଂଶ ଭାବେ ଏହି ଫିଲ୍ମକୁ ୟୁଟ୍ୟୁବ୍‌, ଇନଷ୍ଟାଗ୍ରାମ, ଫେସ୍‌ବୁକ୍ ଓ ଲିଙ୍କ୍‌ଡଇନ୍‌ରେ ପ୍ରଚାର କରାଯାଉଛି। ଏହି କର୍ପୋରେଟ୍ ସିନେମା ଜରିଆରେ ଏକ ଆଧୁନିକ, କରୁଣାମୟ ଓ ଡିଜିଟାଲ ସକ୍ଷମ ବୀମା ପରିସଂସ୍ଥା ଗଠନ କରିବା ଏବଂ ଗ୍ରାହକଙ୍କୁ ସେମାନଙ୍କ ଜୀବନର ପ୍ରତି ସ୍ତରରେ ସାହାଯ୍ୟ କରିବାର ପ୍ରତିବଦ୍ଧତାକୁ କମ୍ପାନି ଦୋହରାଇଛି।

Related Post