ଆଜିର ଖାସ ଖବର
Mon. Jul 27th, 2026

ଇନଭେସ୍କୋ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ସମିଟ ଇକ୍ୱିଟି ଲଙ୍ଗ-ସର୍ଟ ଫଣ୍ଡର ଶୁଭାରମ୍ଭ

By Admin_Dainkasha Jul9,2026

ଭୁବନେଶ୍ୱର: ସମିଟ ଏସଆଇଏଫ ବ୍ରାଣ୍ଡ ନାମରେ ସ୍ୱତନ୍ତ୍ର ନିବେଶ ପାଣ୍ଠି (ଏସଆଇଏଫ) ବର୍ଗରେ ପ୍ରବେଶ କରିଥିବା ସମ୍ପର୍କରେ ଇନଭେସ୍କୋ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଘୋଷରା କରାଯାଇଛି। ଏଥି ସହିତ କମ୍ପାନି ଏହାର ପ୍ରଥମ ଏସଆଇଏଫ ନିବେଶ ରଣନୀତି ଅନୁସାରେ ସମିଟ ଇକ୍ୱିଟି ଲଣ୍ଡ-ସର୍ଟ ଫଣ୍ଡର ଶୁଭାରମ୍ଭ କରିଛି। ଏହା ହେଉଛି ଏକ ଓପନ ଏଣ୍ଡେଡ ଇକ୍ୱିଟି ନିବେଶ ରଣନୀତି ଯେଉଁଥିରେ ପାଣ୍ଠିକୁ ତାଲିକାଭୁକ୍ତ ଇକ୍ୱିଟି ଓ ଇକ୍ୱିଟି ସମ୍ପର୍କିତ ଉପକରଣରେ ନିବେଶ କରାଯିବ।
ସମିଟ ଇକ୍ୱିଟି ଲଣ୍ଡ-ସର୍ଟ ଫଣ୍ଡରେ ଦୀର୍ଘକାଳୀନ ଉପସ୍ଥାପନା ଜରିଆରେ ଦିଗଗତ ବୃଦ୍ଧି ଓ ଚତୁର ଉପସ୍ଥାପନା ଜରିଆରେ ହ୍ରାସ ସମୟର ସୁଯୋଗ ହାସଲ କରିବାକୁ ଉଦ୍ୟମ କରାଯିବ। ବଜାର ସ୍ଥିତି ସହ ଖାପଖୁଆଇ ଆଗକୁ ବଢ଼ିବା ସହ ଆଲଫା ହାସଲ କରିବା ପାଇଁ ଉଦ୍ୟମ କରିବା ନିମନ୍ତେ ସମିଟ ଏସଆଇଏଫର ରହିଥିବା ମୂଳ ଦର୍ଶନକୁ ଏହି ରଣନୀତି ପ୍ରତିଫଳିତ କରୁଛି। ଏହି ନିବେଶ ରଣନୀତିକୁ ଶ୍ରୀ ହିତେନ ଜୈନ ପରିଚାଳନା କରିବେ ଏବଂ ଏହାକୁ ବିଏସଇ ୫୦୦ ଟିଆରଆଇରେ ବେଂଚମାର୍କ କରାଯିବ।
ଏହି ଅବସରରେ ଇନଭେସ୍କୋ ଆସେଟ ମ୍ୟାନେଜମେଂଟ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡର ଏମଡି ଓ ସିଇଓ ଶ୍ରୀ ସୌରଭ ନାନାବତୀ କହିଛନ୍ତି ଯେ, “ଭାରତୀୟ ସଂପତ୍ତି ପରିଚାଳନାରେ ଆମେ ଏକ ନିର୍ଣ୍ଣାୟକ ମୁହୁର୍ତ୍ତରେ ଅଛୁ। ଏସଆଇଏଫ ବର୍ଗ ଅଭିଜ୍ଞ ନିବେଶକମାନଙ୍କୁ ପୋର୍ଟଫୋଲିଓରେ ନମନୀୟତାର ସେହି ସ୍ତର ପ୍ରଦାନ କରୁଛି ଯାହା ପୂର୍ବରୁ ସଂସ୍ଥାଗତ ପୁଞ୍ଜି ପାଇଁ ସଂରକ୍ଷିତ ରହିଥିଲା। ଭାରତର ପରବର୍ତ୍ତୀ ପିଢ଼ିର ସମ୍ପତ୍ତି ଗଠନକାରୀମାନଙ୍କ ପାଇଁ ସ୍ୱତନ୍ତ୍ର ନିବେଶ ଭାବନା ଆଣିବା ପାଇଁ ଆମ ପ୍ରତିବଦ୍ଧତାର ଫଳ ହେଉଛି ସମିଟ ଏସଆଇଏଫ।”
ଇନଭେସ୍କୋ ମ୍ୟୁଚୁଆଲ ଫଣ୍ଡର ଫଣ୍ଡ ମ୍ୟାନେଜର ଶ୍ରୀ ହିତେନ ଜୈନ କହିଛନ୍ତି ଯେ, “ଆଜିର ପରିବର୍ତ୍ତିିତ ବଜାରରେ ଆଲଫା ସୃଷ୍ଟି କରିବା କେବଳ ବଜାରର ଅସ୍ଥିରତାକୁ ଅତିକ୍ରମ କରିବାଠାରୁ ଢ଼େର ଅଧିକ। ଏଥିପାଇଁ ଉଭୟ ସୁଯୋଗ ଓ ରିସ୍କକୁ ଅତିକ୍ରମ କରିବାକୁ ପଡ଼ିବ। ପାରମ୍ପରିକ କେବଳ-ଲମ୍ବା ସମୟ ଧରି ରଖାଯାଉଥିବା ପାଣ୍ଠିରେ ଷ୍ଟକ ମୂଲ୍ୟ ବଢ଼ିଲେ ହିଁ ଟଙ୍କା ବଢ଼ିବ। କିନ୍ତୁ ବଜାବରରେ ରିଟର୍ଣ୍ଣ ହାସଲ କରିବା ନିୟମିତ ସ୍ଥାନ ପରିବର୍ତ୍ତନ ଉପରେ ନିର୍ଭର କରୁଛି। ଉଭୟ ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ସୁଯୋଗକୁ ତୋଳି ଧରିବା ପାଇଁ ସମିଟ ଇକ୍ୱିଟି ଲଙ୍ଗ-ସର୍ଟ ଫଣ୍ଡକୁ ପ୍ରସ୍ତୁତ କରାଯାଇଛି ଯାହା ଅସ୍ତିର ବଜାର ଓ ଉଦୀୟମାନ ସୁଯୋଗକୁ ହାସଲ କରିବା ସକ୍ଷମ କରିବ।”
ଏହାର ଏନଏଫଓ ୨୦୨୬ ଜୁଲାଇ ୨ରେ ଖୋଲିବ ଓ ଜୁଲାଇ ୧୬ରେ ବନ୍ଦ ହେବ। ଏଥିରେ ସର୍ବନିମ୍ନ ନିବେଶ ରାଶି ୧୦ ଲକ୍ଷ ଟଙ୍କା ରହିଛି ଏବଂ ଏହାପରେ ଏକ ଟଙ୍କାର ଗୁଣିତକ ହିସାବରେ ତାହା ବଢ଼ିବ। ପଞ୍ଜୀକୃତ ନିବେଶକମାନଙ୍କ ପାଇଁ ସର୍ବନିମ୍ନ ରାଶି ୧,୦୦,୦୦୦ ଟଙ୍କା ରହିଛି। ଏସଆଇପି ନିବେଶରେ ସର୍ବନିମ୍ନ ୧୦୦୦ ଟଙ୍କା ନିବେଶ କରିବାକୁ ପଡ଼ିବ ଏବଂ ସବୁ ସମିଟ ଏସଆଇଏଫରେ ନିବେଶକୁ ୧୦ ଲକ୍ଷ ଟଙ୍କା ସୀମା ମଧ୍ୟରେ ରଖିବାକୁ ହେବ।
ଆବଟଂନର ତିନି ମାସ ପୂର୍ବରୁ ୟୁନିଟକୁ ରିଡିମ କଲେ କିମ୍ବା ବଦଳାଇଲେ ୦.୫୦% ଏକ୍ଜିଟ୍ ଲୋଡ୍ ଚାର୍ଜ ଲାଗୁ ହେବ। କିନ୍ତୁ ସେହି ସମୟ ସୀମା ଅତିକ୍ରମ କରିବା ପରେ ସେଭଳି କୌଣସି ଚାର୍ଜ ଲାଗିବ ନାହିଁ।

Related Post