ଆଜିର ଖାସ ଖବର
Fri. Jul 24th, 2026

ବନ୍ଧନ ବ୍ୟାଙ୍କର ୨୦୨୬-୨୭ ଆର୍ଥିକ ବର୍ଷରେ ମୋଟ ବ୍ୟବସାୟରେ ୧୧% ବୃଦ୍ଧି

By Admin_Dainkasha Jul23,2026

ଭୁବନେଶ୍ୱର/କୋଲକାତା : ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ôଥକ ଫଳାଫଳ ଘୋଷଣା କରାଯାଇଛି । ବ୍ୟାଙ୍କର ମୋଟ ବ୍ୟବସାୟ ଏହି ସମୟରେ ୧୧ ପ୍ରତିଶତ ବୃଦ୍ଧି ପାଇ ୩.୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି । ମୋଟ ଜମାରେ ବ୍ୟାଙ୍କର ରିଟେଲ୍ ଭାଗ ଏବେ ପ୍ରାୟ ୭୪ ପ୍ରତିଶତ ରହିଛି । ବିତରଣ ନେଟୱର୍କରେ ସମ୍ପ୍ରସାରଣ, ପରିଚାଳନା ଦକ୍ଷତାରେ ଉନ୍ନତି ଓ ଉତ୍କର୍ଷ ପାଇଁ ନିରନ୍ତର ପ୍ରୟାସ ସହ ୨୦୨୬-୨୭ ଆର୍ôଥକ ବର୍ଷ ପ୍ରଥମ ତ୍ରୈମାସିକରେ ବ୍ୟାଙ୍କ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ୨୦୨୬-୨୭ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକରେ ବ୍ୟାଙ୍କ ୫୦୨ କୋଟି ଟଙ୍କାର ଲାଭ କରିଛି।
ଭାରତର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରୁ ୩୫ଟିରେ ବ୍ୟାଙ୍କ ୬୪୦୦ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଜରିଆରେ ଏହାର ୩.୨ କୋଟି ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି । ବନ୍ଧନ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୭୪,୫୦୦ ରହିଛି ।
୨୦୨୬-୨୭ ଆର୍ôଥକ ବର୍ଷ ପ୍ରଥମ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୭% ବୃଦ୍ଧି ପାଇଛି ଏବଂ ମୋଟ ଜମା ଏବେ ୧.୬୫ ଲକ୍ଷ କୋଟି ଟଙ୍କା ରହିଛି । ମୋଟ ଅଗ୍ରୀମ ପରିମାଣ ୧.୫୬ ଲକ୍ଷ କୋଟି ଟଙ୍କା ହୋଇଛି । (କରେଂଟ୍‌) ଚଳନ୍ତୀ ଓ ସଂଚୟ ଖାତା ପୁସ୍ତିକା (କାସା) ମୋଟ ଜମାର ୨୯.୪% ରହିଛି । ବ୍ୟାଙ୍କ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ୱଚ୍ଛତା ଅନୁପାତ (ସିଏଆର) ସୁଦୃଢ଼ ୧୮.୦% ରହିଛି ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି ।
ଫଳାଫଳ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଏମ୍ଡି ଓ ସିଇଓ ପାର୍ଥ ପ୍ରତୀମ ସେନଗୁପ୍ତା କହିଛନ୍ତି ଯେ, “ଆମର ୨୦୨୬-୨୭ ର ପ୍ରଥମ ତ୍ରୈମାସିକର ଆର୍ଥିକ ଫଳାଫଳ ଆମର ଟିମର ପ୍ରତିବଦ୍ଧତା ଓ ଆମ ଉପରେ ଆମ ଅଂଶୀଦାରମାନଙ୍କ ରହିଥିବା ଭରସା ଓ ଆମ ଫ୍ରାଂଚାଇଜିର ଦୃଢ଼ତାକୁ ଦର୍ଶାଉଛି । ସେହି ଧାରାରେ ଆମେ ଆଗକୁ ବଢ଼ୁଥିବା ବେଳେ ଗ୍ରାହକ କୈନ୍ଦ୍ରିକତା ପ୍ରଦାନ ଓ ଡିଜିଟାଲ ସକ୍ଷମ ଅଭିବୃଦ୍ଧି ଉପରେ ଆମର ଧ୍ୟାନ ରହିବ। ଆମ ବିତରଣ ନେଟୱର୍କକୁ ସୁଦୃଢ଼ କରିବା, ପ୍ରଦାନ କରୁଥିବା ଉତ୍ପାଦର ସମ୍ପ୍ରସାରଣ କରି ଏବଂ ଡାଟା ଆଧାରିତ ନିର୍ଯ୍ୟାସକୁ ବ୍ୟବହାର କରି ଆମ ଗ୍ରାହକ ଓ ଅଂଶୀଦାରମାନଙ୍କ ପାଇଁ ଶ୍ରେଷ୍ଠ ମୂଲ୍ୟ ସୃଷ୍ଟି କରିବା ସହିତ ନିରନ୍ତର, ସନ୍ତୁଳିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ଅଭିବୃଦ୍ଧିକୁ ବଢ଼ାଇବାକୁ ଆମେ ଭଲ ସ୍ଥିତିରେ ରହିଛୁ।’’
ଖୁଚୁରା ପୋର୍ଟଫୋଲିଓକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ସହିତ ବ୍ୟଙ୍କ ସମ୍ପତ୍ତିିରେ ବିବିଧତା ଉପରେ ଗୁରୁତ୍ୱାରୋପ କରୁଛି । ଦକ୍ଷତାକୁ ଆଗକୁ ବଢ଼ାଇବା, ଉତ୍ପାଦକତାରେ ଉନ୍ନତି ଆଣିବା ଓ ଗ୍ରାହକ ଅନୁଭୂତିକୁ ବଢ଼ାଇବା ପାଇଁ ଡିଜିଟାଇଜେସନ୍କୁ ତ୍ୱରାନ୍ୱିତ କରିବାକୁ ପ୍ରାଥମିକତା ଦିଆଯାଉଛି ।

Related Post