ଭୁବନେଶ୍ୱର: ଦେଶର ଅନ୍ୟତମ ସବୁଠୁ ବିଶ୍ୱସନୀୟ ଘରୋଇ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ ପକ୍ଷରୁ ୨୦୨୬ ପାରା ସ୍ପୋର୍ଟସ ସିଜନ ପାଇଁ ଭାରତୀୟ ଉପମହାଦେଶର “ପ୍ରିନ୍ସିପାଲ ପାର୍ଟନର” (ପ୍ରମୁଖ ସହଯୋଗୀ) ଭାବେ ଭାରତୀୟ ପାରାଲିମ୍ପିକ କମିଟି ସହ ସହଯୋଗିତା କରିଛି। ଭାରତୀୟ ପାରାଲିମ୍ପିକ ଦଳର “ଅଫିସିଆଲ ଜୀବନ ବୀମା ସହଯୋଗୀ’ ଭାବେ କମ୍ପାନି କାମ କରିବ। ଗ୍ଲାସଗୋରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ରାଜ୍ୟଗୋଷ୍ଠୀ ପାରା ଗେମ୍ସ ୨୦୨୬ ଓ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସିଆନ ପାରା ଗେମ୍ସ ୨୦୨୬ରେ ସେହି ଟିମ୍ ଭାଗ ନେବ।
୨୦୨୪ ପ୍ୟାରିସ୍ ପାରାଲିମ୍ପିକ ଗେମ୍ସରେ ପାରା କ୍ରୀଡ଼ାବିତମାନଙ୍କ ସହ ସଫଳତାର ସହ ସହଯୋଗିତା ଆଧାରରେ ଏସବିଆଇ ଲାଇଫ ଲୋକମାନଙ୍କୁ ବିଶ୍ୱାସର ସହ ନିଜ ଅଭିଳାଷ ପୂରଣ କରିବାକୁ ସମର୍ଥନ କରୁଛି। ଏହୌ ସହଯୋଗିତାରେ ଏସବିଆଇ ଲାଇଫ ପକ୍ଷରୁ ଭାରତୀୟ ପ୍ରମୁଖ ପାରା କ୍ରୀଡ଼ାବିତମାନଙ୍କୁ ଉଚ୍ଚ ପ୍ରଦର୍ଶନକାରୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ଯେଉଁମାନେ ନିଜ ସମର୍ପଣ ଓ ପ୍ରତିବଦ୍ଧତା ସହ ସମ୍ଭାବନାର ନୂଆ ଅଧ୍ୟାୟ ଲେଖିବେ। ସେମାନଙ୍କ ଯାତ୍ରା ଏକ ନିରାଟ ସତ ଉପରେ ଆଲୋକପାତ କରୁଛି। ତାହା ହେଉଛି ଯେତେବେଳେ ବ୍ୟକ୍ତିଙ୍କ ପାଖରେ ବିଶ୍ୱାସ, ସମର୍ଥନ ଓ ଆଗକୁ ବଢ଼ିବାର ପ୍ରସ୍ତୁତି ରହିଥିବ ସେତେବେଳେ ଅଭିଳାଷ ପୂରଣ କରାଯାଇପାରିବ।
ଏସବିଆଇ ଲାଇଫ ଇନସ୍ୟୁରାନ୍ସର ବ୍ରାଣ୍ଡ, କର୍ପୋରେଟ ଯୋଗାଯୋଗ ଓ ସିଏସଆର ମୁଖ୍ୟ ଶ୍ରୀ ରବିନ୍ଦ୍ର ଶର୍ମା କହିଛନ୍ତି ଯେ, “ଆତ୍ମବିଶ୍ୱାସ ହିଁ ବ୍ୟକ୍ତିଙ୍କୁ ଜୀବନର ଅନିଶ୍ଚିତତା ପାଇଁ ସଜାଗ ରଖିବା ସହ ନିଜର ଆକାଂକ୍ଷା ପୂରଣ କରିବାକୁ ସମର୍ଥ କରେ ବୋଲି ଏସବିଆଇ ଲାଇଫ୍ ବିଶ୍ୱାସ କରେ। ଏହି ଭାବନା ଆମ ବ୍ରାଣ୍ଡର ଆଦର୍ଶ ‘ଅପନେ ଲିଏ, ଅପନୋ କେ ଲିଏ’ର ମୂଳ ସତ୍ତା, ଯାହା ପାରାଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆ ସହ ଆମର ଏହି ଯୋଡ଼ିକୁ ଅତ୍ୟନ୍ତ ଅର୍ଥପୂର୍ଣ୍ଣ କରିଥାଏ। ଭାରତର ପାରା-ଆଥଲେଟ୍ମାନେ ଦୃଢ଼ ଲକ୍ଷ୍ୟସାଧନ, କାମ ପ୍ରତି ଏକାଗ୍ରତା ଏବଂ ଅଟଳ ସଂକଳ୍ପର ପ୍ରକୃତ ସଂଜ୍ଞା। ସଠିକ୍ ସହାୟତା ଓ ଭିତ୍ତିଭୂମି ମିଳିଲେ ବ୍ୟକ୍ତି ଯେକୌଣସି ପ୍ରତିବନ୍ଧକକୁ ଏଡ଼ାଇ ଅସାଧାରଣ ସଫଳତା ହାସଲ କରିପାରେ, ତାହା ସେମାନଙ୍କ ଜୀବନଯାତ୍ରାରୁ ପ୍ରମାଣିତ ହୁଏ। ୨୦୨୬ ପାରା କ୍ରୀଡ଼ା ଋତୁ ପାଇଁ ଭାରତୀୟ ଦଳର ‘ପ୍ରମୁଖ ଅଂଶୀଦାର’ ଭାବେ ସମ୍ପର୍କକୁ ଅଧିକ ସୁଦୃଢ଼ କରୁଥିବା ବେଳେ, ବିଶ୍ୱସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଥିବା ଏହି ଅସାଧାରଣ କ୍ରୀଡ଼ାବିତ୍ଙ୍କ ସହ ଛିଡ଼ା ହେବା ଆମ ପାଇଁ ଗୌରବର ବିଷୟ। କେବଳ କ୍ରୀଡ଼ା ଉତ୍କର୍ଷତାକୁ ସହଯୋଗ କରିବା ନୁହେଁ, ବରଂ ଏହି ସହଭାଗିତା ଆତ୍ମବିଶ୍ୱାସ ବୃଦ୍ଧି କରିବାର ଆମର ବୃହତ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି—ଯାହା ବ୍ୟକ୍ତି ଓ ପରିବାରଗୁଡ଼ିକୁ ନିଶ୍ଚିନ୍ତ ଭାବେ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ଉତ୍ସାହିତ କରେ, ଯେପରି ସେମାନେ ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ୱପ୍ନ ପୂରଣ କରିବା ଉପରେ ଧ୍ୟାନ ଦେଇପାରିବେ।”
ଏହି ଅବସରରେ ପାରାଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ପଦ୍ମଭୂଷଣ, ପଦ୍ମଶ୍ରୀ, ମେଜର ଧ୍ୟାନଚନ୍ଦ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାରପ୍ରାପ୍ତ ଶ୍ରୀ ଦେବେନ୍ଦ୍ର ଝାଝରିଆ କହିଛନ୍ତି, “୨୦୨୬ ପାରା କ୍ରୀଡ଼ା ସିଜନ ପାଇଁ ଭାରତୀୟ ଦଳର ‘ପ୍ରମୁଖ ଅଂଶୀଦାର’ ଭାବେ ଏସବିଆଇ ଲାଇଫ୍ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରି ଆମେ ଅତ୍ୟନ୍ତ ଆନନ୍ଦିତ। ପାରାଲିମ୍ପିକ୍ ଆନ୍ଦୋଳନ ପ୍ରତି ଏସବିଆଇ ଲାଇଫର ନିରନ୍ତର ଆସ୍ଥା ପାଇଁ ଆମେ କୃତଜ୍ଞ; ସେମାନେ ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ସ ଗେମ୍ସରେ ମଧ୍ୟ ଆମ ସହ ଠିଆ ହୋଇଥିଲେ, ଯେଉଁଠାରେ ଭାରତ ୨୯ଟି ପଦକ ଜିତି ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଥିଲା। ଏହିପରି କର୍ପୋରେଟ୍ ସହଭାଗିତା ଏକ ସାନୁକୂଳ ପରିବେଶ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଯେଉଁଥିରେ ଆମର ପାରା-ଆଥଲେଟ୍ମାନେ କେବଳ କ୍ରୀଡ଼ା ଉତ୍କର୍ଷତା ହାସଲ କରିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇପାରିବେ। ଆମ ଆଥଲେଟ୍ମାନଙ୍କ ପ୍ରତି ଏସବିଆଇ ଲାଇଫର ଏହି ଅଟଳ ବିଶ୍ୱାସ, ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ, ସର୍ବୋଚ୍ଚ ସ୍ତରରେ ପ୍ରଦର୍ଶନ କରିବାକୁ ଏବଂ ଦେଶକୁ ଗୌରବାନ୍ୱିତ କରିବାକୁ ସକ୍ଷମ କରିବାର ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଆମେ କମନୱେଲଥ୍ ପାରା ଗେମ୍ସ ଏବଂ ଏସୀୟ ପାରା ଗେମ୍ସ ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଏହି ସହଭାଗିତା ଆମ ଆଥଲେଟ୍ମାନଙ୍କୁ ନିଜର ସୀମା ଅତିକ୍ରମ କରି ଦେଶ ପାଇଁ ଆହୁରି ଅଧିକ ଗୌରବ ଆଣିବାକୁ ପ୍ରେରିତ କରିବ ବୋଲି ଆମେ ଦୃଢ଼ ବିଶ୍ୱାସୀ।”
ଭାରତୀୟ ପାରା କ୍ରୀଡ଼ାବିତମାନେ ରାଜ୍ୟଗୋଷ୍ଠୀ ପାରା ଗେମ୍ସ ୨୦୨୬ ଓ ଏସିଆନ ପାରା ଗେମ୍ ଓ ୨୦୨୬ରେ ଭାଗ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ଉତ୍କର୍ଷ ସନ୍ଧାନରେ ସେମାନଙ୍କ ସହିତ ଏସବିଆଇ ଲାଇଫ୍ ଠିଆ ହୋଇରହିଛି। ବିଶ୍ୱାସ, ପ୍ରସ୍ତୁତି ଓ ସହାୟତା ସହିତ ଲୋକମାନେ ନିଜ ପରିସୀମା ବଢ଼ାଇପାରିବେ ଏବଂ ଅସାଧାରଣ ଯାତ୍ରା ସୃଷ୍ଟି କରିପାରିବାର ବିଶ୍ୱାସକୁ ଏହି ସହଯୋଗିତା ସୁଦୃଢ଼ କରିଛି।
ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ ପକ୍ଷରୁ ୨୦୨୬ ପାରା ସ୍ପୋର୍ଟସ୍ ସିଜନ ପାଇଁ “ପ୍ରିନ୍ସିପାଲ୍ ପାର୍ଟନର” ଭାବେ ଭାରତୀୟ ପାରାଲିମ୍ପିକ କମିଟି (ପିସିଆଇ) ସହ ସହଯୋଗିତା

