ଆଜିର ଖାସ ଖବର
Fri. Sep 11th, 2026

ଇଣ୍ଡୋସିଇଣ୍ଡ ଜେନେରାଲ ଇନସୁରାନ୍ସ ପକ୍ଷରୁ ଓଡ଼ିଶାର କୃଷକମାନଙ୍କ ମଧ୍ୟରେ ‘ପିଏମ୍‌‌ଏଫବିୱାଇ’ ସଚେତନତା କାର୍ଯ୍ୟକ୍ରମ

By Admin_Dainkasha Aug6,2026

ଭୁବନେଶ୍ୱର: ଇଣ୍ଡୋସିଇଣ୍ଡ ଜେନେରାଲ ଇନ୍‌‌ସୁରାନ୍ସ ପକ୍ଷରୁ ଚାଲିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌‌ଏଫବିୱାଇ) ସଚେତନତା ଓ ଆଉଟ୍‌‌ରିଚ୍ କାର୍ଯ୍ୟକ୍ରମ ଅଧୀନରେ ନିକଟରେ ଓଡ଼ିଶାର ବରଗଡ଼, ଭଦ୍ରକ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, ପୁରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ଏକ ମୋବାଇଲ୍ ଭ୍ୟାନ୍ ଅଭିଯାନ ଆୟୋଜିତ ହୋଇଯାଇଛି। ଗ୍ରାମାଞ୍ଚଳ, ସ୍ଥାନୀୟ ହାଟ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ କୃଷକମାନଙ୍କ ସହ ସିଧାସଳଖ ଯୋଗାଯୋଗ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଯୋଜନାରେ ଅଧିକରୁ ଅଧିକ ଭାଗିଦାରୀକୁ ଉତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଗାଡ଼ି ମାଧ୍ୟମରେ ନିରନ୍ତର ଡାକବାଜି ଯନ୍ତ୍ର ଦ୍ୱାରା ଯୋଜନାର ଲାଭ, ଯୋଗ୍ୟତା, ନାମଲେଖା ପ୍ରକ୍ରିୟା, କୃଷକଙ୍କ ଦେୟ ପ୍ରିମିୟମ୍‌‌, ଫସଲ କ୍ଷତିପୂରଣ ଏବଂ କ୍ଲେମ୍ ସେଟଲମେଣ୍ଟ (ଦାବି ପୂରଣ) ପ୍ରକ୍ରିୟା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଚାର କରାଯାଇଛି। ଏହା ସହିତ ପିଏମ୍‌‌ଏଫବିୱାଇ ବ୍ରାଣ୍ଡେଡ୍ ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ କରାଯିବା ସହ କୃଷକମାନଙ୍କୁ ସହଜରେ ବୁଝିବା ଭଳି ତଥ୍ୟ ଥିବା ବ୍ରୋସର ବଣ୍ଟନ କରାଯାଇଛି।
ଏହି ଅଭିଯାନ ଫସଲ ବୀମା ସମ୍ପର୍କରେ କୃଷକମାନଙ୍କ ସଚେତନତାକୁ ସୁଦୃଢ଼ କରିବା ସହ ଅନିଶ୍ଚିତ କୃଷିଜନିତ କ୍ଷତିରୁ ରକ୍ଷା ପାଇବା ପାଇଁ ପିଏମ୍‌‌ଏଫବିୱାଇ କୁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ôଥକ ସୁରକ୍ଷା କବଚ ଭାବେ ଗ୍ରହଣ କରିବାକୁ ଉତ୍ସାହିତ କରିଛି।

Related Post