ଆଜିର ଖାସ ଖବର
Fri. Sep 11th, 2026

ଟେବଲ୍‌ସ୍ପେସ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Aug12,2026

ବେଙ୍ଗାଲୁରୁରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଟେବଲସ୍ପେସ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ପକ୍ଷରୁ ଏହାର ପ୍ରସ୍ତାବିତ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
ଏହି ଆଇପିଓରେ ୮୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ୬୫,୪୭୫,୪୩୨ ଇକ୍ୱିଟି ସେୟାର ବିକ୍ରି କରାଯିବ। ଅଫର ଫର୍ ସେଲ୍‌ରେ ଏଜିଏସ୍ ଟିଏସ୍ ୨ ହୋଲ୍‌ଡିଂସ୍ ପିଟିଇ ଲିମିଟେଡ୍ ୪୯,୮୩୪,୧୪୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, କରଣ ଚୋପ୍ରା ୧,୩୧୧,୪୩୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଓ କୁନାଲ ମେହେରା ୧୦,୦୭୪,୭୪୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିବେ। କମ୍ପାନିର ପ୍ରମୋଟରମାନେ ହେଉଛନ୍ତି କରଣ ଚୋପ୍ରା, କୁନାଲ ମେହେରା, ସରିତା ବାନାର୍ଜୀ, କେଏଏମ ଆଡଭାଇଜର୍ସ ପ୍ରାଇଭେଟ ଲିମିଟେଡ ଓ ଏଜିଏସ ଟିଏସ ୨ ହୋଲଡିଂସ ପିଟିଇ ଲିମିଟେଡ।
ଏହା ବ୍ୟତୀତ ଓଏଫଏସରେ ଶ୍ରୀନିବାସ ପ୍ରସାଦ ୧,୯୬୭,୧୪୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ନରେନ୍ଦ୍ର କୁମାର କାମରାଜୁ ୭୨୩,୯୧୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଓ ଆରଏସପି ରିଅଲ ଇଷ୍ଟେଟ ଏଲଏଲପି ୮୪୦,୧୬୨ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଓ ରାମଚନ୍ଦ୍ର ଭେଙ୍କଟସୁବା ରାଓ ୭୨୩,୯୧୦ ପର୍ଯ୍ୟନ୍ତ ଇକ୍ୱିିଟି ସେୟାର ବିକ୍ରି କରିବେ।
କମ୍ପାନି ପକ୍ଷରୁ ଗ୍ଲୋବାଲ କାପାବିଲିଟି ସେଂଟର, ଫର୍ଚୁନ ୫୦୦ କମ୍ପାନି ଓ ବହୁଦେଶୀୟ କମ୍ପାନିକୁ କର୍ମକ୍ଷେତ୍ର ଯୋଗାଇ ଦେଉଛି। ଡିଆରଏଚପି ଅନୁସାରେ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନିର ପରିଚାଳନା ଅଧୀନରେ ୯.୩୩ ନିୟୁତ ବର୍ଗଫୁଟର ଲିଜ ସ୍ଥାନ ରହିଛି ଓ ତାହାର ୯୮.୦୧ ପ୍ରତିଶତ ଏ ଗ୍ରେଡ ସଂପତିରେ ରହିଛି। କମ୍ପାନିର ଅକ୍ୟୁପାନ୍ସି ହାର ୯୨.୬୪ ପ୍ରତିଶତ ରହିଛି।
୨୦୨୫-୨୬ ଆର୍ଥିକ ବର୍ଷରେ କମ୍ପାନିର ରାଜସ୍ୱ ପରିମାଣ ୨୪,୭୭୬.୮୩ ନିୟୁତ ଟଙ୍କା ଥିଲା ଯାହା ଗତବର୍ଷ ତୁଳନାରେ ୫୬.୪୨ ପ୍ରତିଶତ ଅଧିକ। ଏହି ସମୟରେ କମ୍ପାନିର ଏବିଟଡା ୪୫୩୭.୯୯ ନିୟୁତ ଟଙ୍କା ଥିଲା ଯାହା ପୂର୍ବବର୍ଷ ତୁଳନାରେ ୧୨୪.୩୬ ପ୍ରତିଶତ ଅଧିକ। ଟିକସ ପୂର୍ବବର୍ତୀ ଲାଭ ୧୩୪୭.୧୨ ନିୟୁତ ଟଙ୍କା ଥିଲା।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଆକ୍ସିସ କ୍ୟାପିଟାଲ ଲିମିଟେଡ, ବିଓଏଫଏ ସିକ୍ୟୁରିଟିଜ ଇଣ୍ଡିଆ ଲିମିଟେଡ, ସିଏଲଏସଏ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ ଓ ଜେଏମ ଫାଇନାନ୍ସିଆଲ ଲିମିଟେଡ ଏବଂ ରେଜିଷ୍ଟ୍ରାର ହେଉଛି କେଫିନ ଟେକ୍ନୋଲୋଜିସ୍ ଲିମିଟେଡ୍‌।

Related Post