ଆଜିର ଖାସ ଖବର
Fri. Sep 11th, 2026

ଯାଜପୁର ଫୁଟବଲ ଖେଳାଳିଙ୍କ କମାଲ: ଓଡ଼ିଶା ଅଣ୍ଡର-୧୭ ଜାତୀୟ ଦଳରେ ୮ ଜଣ ମନୋନୀତ

By Admin_Dainkasha Aug24,2026

~ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଗ୍ରାସରୁଟ୍ ଫୁଟବଲ୍‌ ତାଲିମ କେନ୍ଦ୍ରର ୫ ଜଣ ଖେଳାଳି ସାମିଲ

କଳିଙ୍ଗନଗର,ଅଗଷ୍ଟ ୨୩,୨୦୨୬: ଆଗାମୀ ୧୭ ବର୍ଷରୁ କମ୍ ଜାତୀୟ ଫୁଟବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ରାଜ୍ୟ ଦଳରେ ଯାଜପୁରର ୮ ଜଣ ପ୍ରତିଭାବାନ ଯୁବ ଖେଳାଳି ସ୍ଥାନ ପାଇଛନ୍ତି। ଏହି ସଫଳତା ସହ ଯାଜପୁର ରାଜ୍ୟ ଫୁଟବଲ କ୍ଷେତ୍ରରେ ଏକ ନୂତନ ଶକ୍ତିକେନ୍ଦ୍ର ଭାବେ ଉଭା ହୋଇଛି। ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ୍)ର ସୁବ୍ୟବସ୍ଥିତ ତାଲିମ ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ା ବିକାଶ ଯୋଗୁଁ ଏହି ବଡ଼ ସଫଳତା ମିଳିପାରିଛି।

ମନୋନୀତ ହୋଇଥିବା ୮ ଜଣ ଖେଳାଳିଙ୍କ ମଧ୍ୟରୁ ୫ ଜଣ ଟିଏସଏଫର ତୃଣମୂଳ ଫୁଟବଲ ତାଲିମ କେନ୍ଦ୍ରରେ ଖେଳାଳି । ନିଜର ଉତ୍କୃଷ୍ଟ କୌଶଳ, ଶୃଙ୍ଖଳା ଓ କଠିନ ପରିଶ୍ରମ ବଳରେ ରାଜ୍ୟ ଦଳରେ ସ୍ଥାନ ପକ୍କା କରିଥିବା ଏହି ଖେଳାଳିମାନେ ହେଲେ, ସୁକିନ୍ଦାର ପ୍ରେମଚାନ୍ଦ ଏବଂ ଲକ୍ଷ୍ମଣ ମାଝୀ ଶାଳବଣିଆ, ବ୍ରାହ୍ମଣୀପାଳର ଲକି ଟୁଡୁ, କଳିଙ୍ଗନଗରର ମଙ୍ଗଳ ବେସ୍ରା ଏବଂ ସିରକା ଗାଗରାଇ। ସ୍ଥାନୀୟ ପ୍ରତିଭାଙ୍କୁ ଚିହ୍ନଟ କରି, ଉପଯୁକ୍ତ ତାଲିମ ଦେଇ ଉଚ୍ଚସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବାରେ ଟିଏସଏଫର ପ୍ରୟାସ ଏବେ ସଫଳ ହେଉଥିବା ଦର୍ଶାଉଛି ।

କଳିଙ୍ଗନଗର, ସୁକିନ୍ଦା ଓ ବ୍ରାହ୍ମଣୀପାଳ ସମେତ ସମଗ୍ର ଯାଜପୁର ଜିଲ୍ଲାରେ ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ଏହି ତୃଣମୂଳ ଫୁଟବଲ କାର୍ଯ୍ୟକ୍ରମ ମାଧ୍ୟମରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଗ୍ରାମୀଣ ତଥା ଆଦିବାସୀ ଯୁବପିଢ଼ିଙ୍କୁ ଉନ୍ନତ ପ୍ରଶିକ୍ଷଣ ଓ ପ୍ରତିଯୋଗିତାମୂଳକ ସୁଯୋଗ ଯୋଗାଇ ଦେଉଛି। ସ୍ଥାନୀୟ ପ୍ରତିଭାଙ୍କୁ ରାଜ୍ୟ ସ୍ତରର ମଞ୍ଚ ସହ ଯୋଡ଼ି ଏହି ଅଭିଯାନ ଓଡ଼ିଶାର ଉଦୀୟମାନ ଖେଳାଳିଙ୍କ ସ୍ୱପ୍ନକୁ ସାକାର କରିଚାଲିଛି।

Related Post