ଆଜିର ଖାସ ଖବର
Wed. Sep 16th, 2026

‘ବନ୍ଦେ ଭାରତମ୍‌‌’ରେ ମିକୋବ୍‌‌କୁ ୩୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି: ୩ଡି ନିର୍ମାଣ ପ୍ରଯୁକ୍ତି ପାଇଁ ଭାରତରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ନିବେଶ

By Admin_Dainkasha Sep16,2026

ଭୁବନେଶ୍ବର: ଭାରତର ତୃଣମୂଳସ୍ତରର ନବସୃଜନକାରୀ ଓ ଉଦ୍ୟୋଗୀମାନଙ୍କୁ ଖୋଜିବା ଏବଂ ସେମାନଙ୍କ ପ୍ରତିଭାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଗୌତମ ଆଦାନୀଙ୍କ ଦେଶବ୍ୟାପୀ ପଦକ୍ଷେପ ‘ବନ୍ଦେ ଭାରତମ୍‌‌’ ଚଳିତ ସିଜନ୍‌‌ର ସବୁଠାରୁ ବଡ଼ ନିବେଶ ପ୍ରତିଶ୍ରୁତି ହାସଲ କରିଛି।
ଗୁଜରାଟଭିତ୍ତିକ ନିର୍ମାଣ-ପ୍ରଯୁକ୍ତି ଷ୍ଟାର୍ଟଅପ୍ ମିକୋବ୍‌‌ର ପ୍ରତିଷ୍ଠାତା ଅଙ୍କିତା ସିହ୍ନା, ଶଶାଙ୍କ ଶେଖର ଏବଂ ଋଷଭ ମାଥୁର। ସେପ୍େଟମ୍ବର ୧୪ରେ ପ୍ରସାରିତ ‘ବନ୍ଦେ ଭାରତମ୍‌‌’ର ଏପିସୋଡ୍‌‌ ୭ରେ ମିକୋବ୍‌‌ ୩୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ପାଇଛି।
ଏହି ଏପିସୋଡ୍‌‌ର ପ୍ୟାନେଲ୍‌‌ରେ ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଲିମିଟେଡ୍‌‌ର ପରିଚାଳନା ନିର୍ଦ୍ଦେଶକ କରଣ ଆଦାନୀ, ଫ୍ଲିପକାର୍ଟର ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତି, ରେନେ କସ୍‌‌ମେଟିକ୍ସର ସହ-ପ୍ରତିଷ୍ଠାତା ଆଶୁତୋଷ ଭାଲାନୀ ଏବଂ କ୍ୟାକ୍ଟସ୍ ପାର୍ଟନର୍ସର ସହ-ପ୍ରତିଷ୍ଠାତା ଓ ଜେନେରାଲ୍ ପାର୍ଟନର୍ ରାଜୀବ କଲମ୍ବୀ ସାମିଲ ଥିଲେ।
ନିବେଶ ସମ୍ପର୍କରେ : ୩୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି କଲ୍ୟାଣ କୃଷ୍ଣମୂର୍ତ୍ତି ଏବଂ ଆଶୁତୋଷ ଭାଲାନୀ ମିଳିତ ଭାବେ ପ୍ରଦାନ କରିଛନ୍ତି।
ଏହାଛଡ଼ା, ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଲିମିଟେଡ୍‌‌ର ପରିଚାଳନା ନିର୍ଦ୍ଦେଶକ କରଣ ଆଦାନୀ ମିକୋବ୍‌‌ର ଚାଲୁଥିବା ଏବଂ ଭବିଷ୍ୟତର ନିର୍ମାଣ ପ୍ରକଳ୍ପଗୁଡ଼ିକ ପାଇଁ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ଏହା ମିକୋବ୍‌‌ର ପ୍ରଯୁକ୍ତିକୁ ଆଦାନୀ ଗ୍ରୁପ୍‌‌ର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ ବ୍ୟବହାର କରିବା ପାଇଁ ଏକ ସମ୍ଭାବ୍ୟ ସୁଯୋଗ ସୃଷ୍ଟି କରିଛି।
ମିକୋବ୍‌‌ ସମ୍ପର୍କରେ: ମିକୋବ୍‌‌ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ ନିର୍ମାଣ-ଉତ୍ପାଦନ ପ୍ଲାଟଫର୍ମ ବିକଶିତ କରିଛି। ଏହା କେବଳ ରୋବୋଟିକ୍ ୩ଡି ପ୍ରିଣ୍ଟିଂରେ ସୀମିତ ନୁହେଁ। ଏହି ପ୍ଲାଟଫର୍ମରେ ନିଜସ୍ୱ ପ୍ରିଣ୍ଟିଂ ଯୋଗ୍ୟ କଂକ୍ରିଟ୍ ସାମଗ୍ରୀ, ସ୍ୱୟଂଚାଳିତ ବ୍ୟାଚିଂ, ସ୍ମାର୍ଟ ମିକ୍ସିଂ ଓ ପମ୍ପିଂ, ନିୟନ୍ତ୍ରିତ ଏକ୍ସଟ୍ରୁଜନ୍‌, ରୋବୋଟିକ୍ ଡିପୋଜିସନ୍‌, ଡିଜିଟାଲ୍ ପ୍ରକ୍ରିୟା ଯୋଜନା ଏବଂ ଗୁଣବତ୍ତା ନିୟନ୍ତ୍ରଣକୁ ଏକ ସମନ୍ୱିତ ପ୍ରକ୍ରିୟାରେ ଏକତ୍ର କରାଯାଇଛି।
ଏହି ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟକୁ ଏକ ନିୟନ୍ତ୍ରିତ ଏବଂ ଉତ୍ପାଦନ-କେନ୍ଦ୍ରିତ ପ୍ରକ୍ରିୟାରେ ପରିଣତ କରେ। ଫଳରେ ପାରମ୍ପରିକ ଫର୍ମୱର୍କ ଏବଂ ନିର୍ମାଣସ୍ଥଳରେ ମାନବ ଶ୍ରମ ଉପରେ ନିର୍ଭରଶୀଳତା କମିଥାଏ। ଏଥିସହିତ ପ୍ରକଳ୍ପକୁ ଶୀଘ୍ର ସମ୍ପନ୍ନ କରିବା, ସାମଗ୍ରୀର ଅପଚୟ କମାଇବା ଏବଂ ନିର୍ମାଣର ଗୁଣବତ୍ତାକୁ ଏକ ସମାନ ଓ ବଡ଼ ପରିମାଣରେ ବଜାୟ ରଖିବା ସମ୍ଭବ ହୋଇଥାଏ।
ମିକୋବ୍‌‌ର ପ୍ରଯୁକ୍ତି ଏବେ ପ୍ରତିରକ୍ଷା, ଭିତ୍ତିଭୂମି ଏବଂ ସିଭିଲ୍ ନିର୍ମାଣ କ୍ଷେତ୍ରରେ ବ୍ୟବହୃତ ହେଉଛି। ବଙ୍କର, ରିଟେନିଂ ଷ୍ଟ୍ରକ୍ଚ,ର୍ ମଡ୍ୟୁଲାର୍ କୋଠା, ହସ୍ପିଟାଲିଟି ଢାଞ୍ଚା ଏବଂ ଶିଳ୍ପ କ୍ଷେତ୍ରର ବିଭିନ୍ନ ଉପାଦାନ ନିର୍ମାଣରେ ଏହାର ପ୍ରଯୁକ୍ତି ବ୍ୟବହାର କରାଯାଉଛି।
ମିକୋବ୍‌‌ ନିଜକୁ ବଡ଼ ଭିତ୍ତିଭୂମି ଗ୍ରୁପ୍‌‌ଗୁଡ଼ିକ ପାଇଁ ଏକ ପ୍ରଯୁକ୍ତି ଓ ନିର୍ମାଣ କାର୍ଯ୍ୟାନ୍ୱୟନ ସହଯୋଗୀ ଭାବେ ପରିଚିତ କରାଇଛି। ଏହା ମାଧ୍ୟମରେ ଅଧିକ ଦ୍ରୁତ, ପରିବେଶ ଅନୁକୂଳ ଏବଂ ଅଧିକ ନିର୍ଭରଯୋଗ୍ୟ ଭାବେ ନିର୍ମାଣ କାର୍ଯ୍ୟ କରିବା ଲକ୍ଷ୍ୟ ରହିଛି।
ଏହି ନିବେଶ ସମ୍ପର୍କରେ ମତ ରଖି ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଲିମିଟେଡ୍‌‌ର ପରିଚାଳନା ନିର୍ଦ୍ଦେଶକ କରଣ ଆଦାନୀ କହିଛନ୍ତି: “ମିକୋବ୍‌‌ ହେଉଛି ବନ୍ଦେ ଭାରତମ୍‌‌ କେଉଁ ଧରଣର ନବସୃଜନକୁ ସାମ୍ନାକୁ ଆଣିବାକୁ ଚାହୁଁଛି, ତାହାର ଏକ ସ୍ପଷ୍ଟ ଉଦାହରଣ। ଏହା ଏକ ଗଭୀର ପ୍ରଯୁକ୍ତିଭିତ୍ତିକ ନବସୃଜନ, ଯାହା ଭୂମିସ୍ତରରେ ବାସ୍ତବ ଭିତ୍ତିଭୂମି ସମସ୍ୟାର ସମାଧାନ କରୁଛି। ସେମାନଙ୍କ ପ୍ଲାଟଫର୍ମ ଦେଶରେ ଆମେ ଯେଭଳି ନିର୍ମାଣ କରୁଛୁ, ସେଥିରେ ପରିବର୍ତ୍ତନ ଆଣିବାର କ୍ଷମତା ରଖେ। ଏହି ଯାତ୍ରାରେ ସହଯୋଗ କରି ଆମେ ଖୁସି।’
ନିବେଶ ସମ୍ପର୍କରେ ଫ୍ଲିପକାର୍ଟର ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତି କହିଛନ୍ତି: “ଆମକୁ ଯାହା ସବୁଠାରୁ ଅଧିକ ପ୍ରଭାବିତ କରିଥିଲା, ତାହା କେବଳ ପ୍ରଯୁକ୍ତି ନୁହେଁ। ମିକୋବ୍‌‌ର ପ୍ଲାଟଫର୍ମ ପ୍ରତିରକ୍ଷା, ଭିତ୍ତିଭୂମି ଏବଂ ଶିଳ୍ପ କ୍ଷେତ୍ରରେ ପୂର୍ବରୁ ବ୍ୟବହୃତ ହୋଇ ସଫଳତାର ସହ କାମ କରୁଥିବା ଦେଖିବା ମଧ୍ୟ ଆମକୁ ପ୍ରଭାବିତ କରିଥିଲା। ଏହି ପର୍ଯ୍ୟାୟରେ ଏଭଳି ଉଦାହରଣ ବହୁତ କମ୍‌‌ ଦେଖିବାକୁ ମିଳେ। ସେଥିପାଇଁ ଆମେ ତୁରନ୍ତ ସେମାନଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଛୁ।’
ମିକୋବ୍‌‌ ପାଇଥିବା ନିବେଶ ପ୍ରତିଶ୍ରୁତି ଚଳିତ ସିଜନ୍‌‌ରେ ‘ବନ୍ଦେ ଭାରତମ୍‌‌’ରେ ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସବୁଠାରୁ ବଡ଼ ଏକକ ନିବେଶ ପ୍ରତିଶ୍ରୁତି। ସେହିପରି, ସମାନ ଧରଣର ପ୍ଲାଟଫର୍ମଗୁଡ଼ିକ ମଧ୍ୟରେ ଭାରତରେ ଏହା ଏହି ପ୍ରକାରର ସବୁଠାରୁ ବଡ଼ ଏକକ ନିବେଶ ଚୁକ୍ତି ବୋଲି ଦର୍ଶାଯାଇଛି। ଏହା ଦେଶର ତୃଣମୂଳସ୍ତରର ନବସୃଜନକାରୀମାନଙ୍କ ପାଇଁ ‘ବନ୍ଦେ ଭାରତମ୍‌‌’ ମାଧ୍ୟମରେ ସୃଷ୍ଟି ହେଉଥିବା ବିପୁଳ ସୁଯୋଗକୁ ପ୍ରତିଫଳିତ କରୁଛି।
ସେପ୍େଟମ୍ବର ୧୭ରେ ‘ବନ୍ଦେ ଭାରତମ୍‌‌’ର ସିଜନ୍‌‌ର ଗ୍ରାଣ୍ଡ ଫାଇନାଲ୍‌‌ ଅନୁଷ୍ଠିତ ହେବ। ଏଥିରେ ବିଜେତାମାନଙ୍କୁ ଆଦାନୀ ଗ୍ରୁପ୍‌‌ର ସହଯୋଗରେ ୨ କୋଟି ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯିବ।

Related Post