ଆଜିର ଖାସ ଖବର
Tue. Oct 27th, 2026

ଦୈନନ୍ଦିନ ଡିଜିଟାଲ୍ ଲେଣଦେଣ ମାଧ୍ୟମରେ ଅସହାୟ ପିଲାଙ୍କ ଶିକ୍ଷାକୁ ସହଯୋଗ କରିବା ପାଇଁ ‘ମିଠି ଦିୱାଲି’ ଅଭିଯାନରେ ଗୁଞ୍ଜ ସହ ହାତ ମିଳାଇଲା ଭୀମ୍ ପେମେଣ୍ଟ୍ସ ଆପ୍‌

By Admin_Dainkasha Oct27,2026

ଭୁବନେଶ୍ୱର : ଏନ୍‌ପିସିଆଇ ଭୀମ୍ ଦ୍ୱାରା ବିକଶିତ ଭାରତର ନିଜସ୍ୱ ଡିଜିଟାଲ୍ ପେମେଣ୍ଟ୍ ଆପ୍ ଭୀମ୍ ପେମେଣ୍ଟ୍ସ ଆପ୍ ଏହାର ‘ମିଠି ଦିୱାଲି’ ଅଭିଯାନର ତୃତୀୟ ସଂସ୍କରଣ ସହ ଦୀପାବଳିର ଖୁସି ବାଣ୍ଟୁଛି । ଅକ୍ଟୋବର ୧୯ରୁ ନଭେମ୍ବର ୮ ମଧ୍ୟରେ ଏହି ଆପ୍‌ରେ ଜଣେ ଉପଭୋକ୍ତା କରୁଥିବା ପ୍ରତି ୭ମ ଲେଣଦେଣ ଅବସରରେ, ପାଠପଢ଼ା ପାଇଁ ଆବଶ୍ୟକ ସାମଗ୍ରୀ ଦରକାର କରୁଥିବା ପିଲାଙ୍କୁ ସ୍କୁଲ୍ କିଟ୍ ଯୋଗାଇବାରେ ଭୀମ୍ ପେମେଣ୍ଟ୍ସ ଆପ୍ ସହଯୋଗ କରିବ ।
ଏହି ଅଭିଯାନ ପାଇଁ ଭୀମ୍ ଆପ୍ ଶିକ୍ଷା, ସମୁଦାୟର ବିକାଶ ଓ ବିପର୍ଯ୍ୟୟ ସମୟରେ ସହାୟତା କ୍ଷେତ୍ରରେ ସାରା ଦେଶରେ ଦୀର୍ଘଦିନ ଧରି କାମ କରୁଥିବା ସାମାଜିକ ସଂଗଠନ ଗୁଞ୍ଜ ସହ ଭାଗୀଦାରି କରିଛି । ଦୈନନ୍ଦିନ ଟଙ୍କା ଦେଣନେଣ ପାଇଁ ଭୀମ୍ ଆପ୍ ବ୍ୟବହାର କରିବାକୁ ଏହି ଅଭିଯାନ ଲୋକଙ୍କୁ ଉତ୍ସାହିତ କରୁଛି । ଏହା ସହିତ ଅଧିକ ପିଲାଙ୍କ ପାଖରେ ପାଠପଢ଼ା ପାଇଁ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବାର ଏକ ସାମୂହିକ ପ୍ରୟାସରେ ସାମିଲ ହେବାର ସୁଯୋଗ ମଧ୍ୟ ଦେଉଛି ।
ଅଭିଯାନର ଟିଭି ବିଜ୍ଞାପନ: ଷଗ୍ଧଗ୍ଧକ୍ଟ୍ରଗ୍ଦ://ଚ୍ଚକ୍ଟଙ୍କଗ୍ଧଙ୍କ.ଭର/୦୦ତଷଭଶୠଜଦ୍ଭ୪ଇ
ଦୀପାବଳିର ଆନନ୍ଦ ଏକାଠି ହେବା, ନୂଆ ଆରମ୍ଭର ଆଶା ଏବଂ ନିଜ ଖୁସିକୁ ଅନ୍ୟମାନଙ୍କ ସହ ବାଣ୍ଟିବାରେ ରହିଛି । ଏ ବର୍ଷ ଭୀମ୍ ଆପ୍ ସେହି ଖୁସିକୁ ଶ୍ରେଣୀଗୃହ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚାହୁଁଛି । ଏକ ସାଧାରଣ ସ୍କୁଲ କିଟ୍ ମଧ୍ୟ ଅସୁବିଧାରେ ଥିବା ପିଲାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରେ । ଏହି ପଦକ୍ଷେପ ଦୈନନ୍ଦିନ ଜୀବନରେ ଡିଜିଟାଲ୍ ପେମେଣ୍ଟ୍‌କୁ ଅଭ୍ୟାସର ଅଂଶ କରିବା ସହ ସମାଜରେ ଭଲ ପ୍ରଭାବ ପକାଇବା ପାଇଁ ସୁଯୋଗ ସୃଷ୍ଟି କରିବା ଦିଗରେ ଭୀମ୍ ଆପ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି । ‘ଭାରତ କା ଅପନା ପେମେଣ୍ଟ୍ସ ଆପ୍‌’ର ଭାବନାକୁ ମଧ୍ୟ ଏହା ଆଗକୁ ନେଉଛି—ଏକ ସରଳ ଓ ପରିଚିତ କାମ ମଧ୍ୟ ବଡ଼ ଉଦ୍ଦେଶ୍ୟରେ ସହଯୋଗ କରିପାରେ ଏବଂ ଦୀପାବଳିର ଖୁସିକୁ ଆହୁରି ଦୂରକୁ ପହଞ୍ଚାଇପାରେ ।
ଏହି ପଦକ୍ଷେପ ସମ୍ପର୍କରେ ଏନ୍‌ପିସିଆଇ ଭୀମ୍‌ର ମୁଖ୍ୟ ବ୍ୟବସାୟ ଅଧିକାରୀ ଗୌରବ କୋଚ୍ଚର କହିଛନ୍ତି, “ଦୀପାବଳି ଆମକୁ ମନେ ପକାଇଦିଏ ଯେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବାରେ ହିଁ ଉତ୍ସବର ପ୍ରକୃତ ଆନନ୍ଦ ରହିଛି । ‘ମିଠି ଦିୱାଲି ୨୦୨୬’ ମାଧ୍ୟମରେ ଆମେ ଡିଜିଟାଲ୍ ପେମେଣ୍ଟ୍ ଭଳି ସରଳ କାମକୁ ପିଲାଙ୍କ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ସହ ଯୋଡ଼ି ଏହି ଖୁସିକୁ ଆହୁରି ବାଣ୍ଟିବାକୁ ଚାହୁଁଛୁ । ପ୍ରତ୍ୟେକ ପିଲା ଶିଖିବା, ଆଗକୁ ବଢ଼ିବା ଏବଂ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖିବାର ସୁଯୋଗ ପାଇବା ଉଚିତ । ଗୁଞ୍ଜନ ସହ ଆମର ଭାଗୀଦାରି ଏହି ବିଶ୍ୱାସକୁ ବାସ୍ତବ ରୂପ ଦେଉଛି । ଭୀମ୍ ଆପ୍‌ରେ ହେଉଥିବା ଦୈନନ୍ଦିନ ଲେଣଦେଣ ମାଧ୍ୟମରେ ପିଲାଙ୍କୁ ପାଠପଢ଼ାର ଆବଶ୍ୟକ ସାମଗ୍ରୀ ଯୋଗାଇବାରେ ସହଯୋଗ ମିଳିବ । ‘ଭାରତ କା ଅପନା ପେମେଣ୍ଟ୍ସ ଆପ୍‌’ ଭାବେ ଆମର ବିଶ୍ୱାସ, ପ୍ରଯୁକ୍ତି ଯେତେବେଳେ ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ତିଆରି ହୁଏ, ସେତେବେଳେ ଛୋଟ ଛୋଟ ପଦକ୍ଷେପ ମଧ୍ୟ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ ।”
ଗୁଞ୍ଜର ପ୍ରତିଷ୍ଠାତା ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଂଶୁ ଗୁପ୍ତା କହିଛନ୍ତି, “ଭୀମ୍ ଆପ୍ ସହ ଆମର ଏହି ସହଯୋଗ ଦୈନନ୍ଦିନ ଜୀବନରେ ବ୍ୟବହୃତ ପ୍ରଯୁକ୍ତିର ପହଞ୍ଚକୁ ସଚେତନ ନାଗରିକଙ୍କ ଅଂଶଗ୍ରହଣ ସହ ଯୋଡ଼ିବାରେ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ । ସାଧାରଣ ଲେଣଦେଣକୁ ପ୍ରକୃତ ସହାୟତାରେ ପରିଣତ କରିବା ପାଇଁ ଭୀମ୍ ଆପ୍‌ର ଏହି ପ୍ରୟାସକୁ ଆମେ ସ୍ୱାଗତ କରୁଛୁ । ଏହା ଦ୍ୱାରା ପିଲାମାନେ ନିଜ ସମ୍ମାନ ବଜାୟ ରଖି ପାଠପଢ଼ା ପାଇଁ ଆବଶ୍ୟକ ସାମଗ୍ରୀ ପାଇପାରିବେ ।”
ଷୋଚିର ସହ-ପ୍ରତିଷ୍ଠାତା ଓ ସିଇଓ ମେହୁଲ ଗୁପ୍ତା କହିଛନ୍ତି, “ଅନ୍ୟ କାହା ସହ ଟିକିଏ ଖୁସି ବାଣ୍ଟିଲେ ହିଁ ଉତ୍ସବ ପୂର୍ଣ୍ଣ ହୁଏ—ଏହି ଭାବନା ଆମ ସଂସ୍କୃତିର ଏକ ଅଂଶ । ‘ମିଠି ଦିୱାଲି’ ଅଭିଯାନ ପାଇଁ ଆମେ ଦୁଇଟି ସରଳ ପ୍ରଶ୍ନ ଉପରେ ଭାବିଥିଲୁ: ଉତ୍ସବରେ ଦାନ ଓ ସହଯୋଗର ଭାବନାକୁ କିପରି ଉତ୍ସବ ଋତୁ ପରେ ମଧ୍ୟ ଜାରି ରଖିହେବ? ଏବଂ ଏକ ସାଧାରଣ ଡିଜିଟାଲ୍ ଲେଣଦେଣ କିପରି କାହାର ଜୀବନରେ ପରିବର୍ତ୍ତନ ଆଣିପାରିବ? ଆଜି ଆମ ଜୀବନର ଅନେକ କାମ ମୋବାଇଲ୍ ଫୋନ୍‌ରେ ହେଉଥିବାରୁ, କିଣାକିଣିରେ ସୀମିତ ନ ରହି ଦୈନନ୍ଦିନ ଅଭ୍ୟାସକୁ ଏକ ଭଲ କାମରେ ଲଗାଇବାର ସୁଯୋଗ ଆମେ ଦେଖିଲୁ ।”
‘ମିଠି ଦିୱାଲି ୨୦୨୬’ ମାଧ୍ୟମରେ ଭୀମ୍ ଆପ୍ ଡିଜିଟାଲ୍ ପେମେଣ୍ଟ୍‌କୁ ଏପରି ଏକ ସାମାଜିକ ଉଦ୍ଦେଶ୍ୟ ସହ ଯୋଡ଼ି ନିଜର ବାର୍ଷିକ ଉତ୍ସବକାଳୀନ ପଦକ୍ଷେପକୁ ଜାରି ରଖିଛି, ଯାହାର ଉପକାର ଦୀପାବଳି ପରେ ମଧ୍ୟ ଜାରି ରହିବ ।

Related Post