ଆଜିର ଖାସ ଖବର
Wed. Oct 28th, 2026

ବାତ୍ୟା ‘ଅର୍ଣ୍ଣବ’: ଓଡ଼ିଶାର ପରିବାରଗୁଡ଼ିକ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କିତ ଜରୁରୀ ପରାମର୍ଶ ଜାରି କଲା ଷ୍ଟାର ହେଲ୍ଥ ଇନ୍‌ସ୍ୟୁରାନ୍ସ

By Admin_Dainkasha Oct28,2026

ଭୁବନେଶ୍ୱର/ପୁରୀ/ବ୍ରହ୍ମପୁର, ଅକ୍ଟୋବର ୨୮, ୨୦୨୬: ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଆସନ୍ତା ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ ଜୋର୍ ପବନ ବହିବାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ବାତ୍ୟା ଅତି ଭୀଷଣ ରୂପ ନେଇ ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ୟାନମ୍ ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ରେଡ୍ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅକ୍ଟୋବର ୨୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼ ସମେତ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହାର ପ୍ରଭାବ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ରହିବାର ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ଓ ଜୋର୍ ପବନର ପ୍ରଭାବ ଅନୁଭୂତ ହୋଇପାରେ ।
ଏଭଳି ପ୍ରବଳ ବର୍ଷାର ପ୍ରଭାବ କେବଳ ବାତ୍ୟା ସମୟରେ ସୀମିତ ରହେ ନାହିଁ; ଏହା ପରେ ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ । ବନ୍ୟାଜଳ ପାନୀୟ ଜଳକୁ ଦୂଷିତ କରିପାରେ ଏବଂ ଜମି ରହୁଥିବା ପାଣି ମଶାଙ୍କ ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ । ପରିମଳ ବ୍ୟବସ୍ଥାରେ ବାଧା ଏବଂ ଦୈନନ୍ଦିନ ଚିକିତ୍ସା ସେବା ପାଇବାରେ ସମସ୍ୟା ଯୋଗୁଁ ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ପୂର୍ବରୁ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଅଧିକ ବିପଦର ସମ୍ମୁଖୀନ ହୋଇପାରନ୍ତି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ଅନ୍ୟତମ ଅଗ୍ରଣୀ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବୀମା କମ୍ପାନୀ ଷ୍ଟାର ହେଲ୍ଥ ଆଣ୍ଡ ଆଲାଏଡ୍ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ (ଏନ୍‌ଏସ୍‌ଇ: ଷ୍ଟାରହେଲ୍ଥ; ବିଏସ୍‌ଇ: ୫୪୩୪୧୨) ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ପୁରୀ ସମେତ ଓଡ଼ିଶାର ସମସ୍ତ ପରିବାରକୁ ସମୟୋଚିତ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି । ଏଥିସହ ରାଜ୍ୟରେ ଭର୍ଚୁଆଲ୍ ଡାକ୍ତର ପରାମର୍ଶ, ମାର୍ଗଦର୍ଶନ ଓ ଘରେ ରହି ଚିକିତ୍ସା ସେବାକୁ ଅଧିକ ସୁଗମ କରିବା ଉପରେ କମ୍ପାନୀ ଗୁରୁତ୍ୱ ଦେଉଛି ।
ଡାକ୍ତରଙ୍କ ତତ୍ତ୍ୱାବଧାନରେ ଘରେ ରହି ଚିକିତ୍ସା
ଷ୍ଟାର ହେଲ୍ଥ ଇନ୍‌ସ୍ୟୁରାନ୍ସର ତଥ୍ୟ ଅନୁଯାୟୀ, ଘରେ ରହି ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ନେବା ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି । ରାସ୍ତାରେ ପାଣି ଜମି ରହିଥିବା କିମ୍ବା ଯାତାୟାତ ନିରାପଦ ନଥିବା ସମୟରେ ଏହି ସେବା ବିଶେଷ ଉପଯୋଗୀ ହୋଇପାରେ । ଓଡ଼ିଶାରେ ଏହି ସେବା ପାଇବାକୁ ଯୋଗ୍ୟ ପଲିସିଧାରୀଙ୍କ ମଧ୍ୟରେ ୨୦୨୬ ଏପ୍ରିଲ୍‌ରୁ ସେପ୍େଟମ୍ବର ମଧ୍ୟରେ ଘରେ ରହି ଚିକିତ୍ସା ସେବାର ବ୍ୟବହାର ଗତ ବର୍ଷର ସମାନ ଅବଧି ତୁଳନାରେ ପ୍ରାୟ ୭.୫ ଗୁଣ ବୃଦ୍ଧି ପାଇଛି ।
ଓଡ଼ିଶାର ପରିବାରଗୁଡ଼ିକ ପାଇଁ ଜରୁରୀ ସ୍ୱାସ୍ଥ୍ୟ ସତର୍କତା
କେବଳ ସୁରକ୍ଷିତ ପାଣି ପିଅନ୍ତୁ: ପାଣିକୁ ଭଲ ଭାବେ ଫୁଟାଇ କିମ୍ବା କ୍ଲୋରିନ୍ ମିଶାଇ ବିଶୋଧନ କରନ୍ତୁ ଏବଂ ଘୋଡ଼ାଇ ରଖନ୍ତୁ ।
ଖାଦ୍ୟ ଓ ହାତକୁ ବନ୍ୟାଜଳଠାରୁ ଦୂରରେ ରଖନ୍ତୁ: ବନ୍ୟାଜଳ ସଂସ୍ପର୍ଶରେ ଆସିବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ । ବନ୍ୟାଜଳ ଲାଗିଥିବା ଖାଦ୍ୟ ଖାଆନ୍ତୁ ନାହିଁ ।
ବନ୍ୟାଜଳ ଭିତରେ ଚାଲିବାଠାରୁ ଦୂରେଇ ରୁହନ୍ତୁ: ଶରୀରରେ କୌଣସି କ୍ଷତ ଥିଲେ ତାହାକୁ ସଫା ରଖିବା ସହ ଘୋଡ଼ାଇ ରଖନ୍ତୁ ।
ମଶା ବଂଶବୃଦ୍ଧି ରୋକନ୍ତୁ: ବର୍ଷା କମିବା ପରେ ଘର ଚାରିପାଖରେ ଜମି ରହିଥିବା ପାଣି ହଟାଇ ଦିଅନ୍ତୁ ।
ମଶା କାମୁଡ଼ାରୁ ସୁରକ୍ଷିତ ରୁହନ୍ତୁ: ମଶାରି ବ୍ୟବହାର କରନ୍ତୁ, ମଶା ଘଉଡ଼ାଇବା ଔଷଧ ଲଗାନ୍ତୁ ଏବଂ ପୂରା ହାତ ଓ ଗୋଡ଼ ଘୋଡ଼ାଉଥିବା ପୋଷାକ ପିନ୍ଧନ୍ତୁ ।
ଆବଶ୍ୟକ ଔଷଧ ପ୍ରସ୍ତୁତ ରଖନ୍ତୁ: ନିୟମିତ ଖାଉଥିବା ଔଷଧ, ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ୍ ଏବଂ ଓଆର୍‌ଏସ୍ ପ୍ୟାକେଟ୍ ଘରେ ରଖନ୍ତୁ ।
ଜ୍ୱର, ଝାଡ଼ା, ବାନ୍ତି, ଦୀର୍ଘ ସମୟ ଧରି ଶରୀରରେ ଯନ୍ତ୍ରଣା, ଚର୍ମରେ ଦାଗ ବା ରାସ୍ କିମ୍ବା ଚର୍ମ ସଂକ୍ରମଣ ଭଳି ଲକ୍ଷଣ ଦେଖାଦେଲେ ନିଜେ ନିଜେ ଔଷଧ ଖାଇବା ପରିବର୍ତ୍ତେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ବିଶେଷକରି ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ପୂର୍ବରୁ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଅଧିକ ଜରୁରୀ । ଶ୍ୱାସକ୍ରିୟାରେ କଷ୍ଟ, ଦୀର୍ଘ ସମୟ ଧରି ଅତ୍ୟଧିକ ଜ୍ୱର, ରକ୍ତସ୍ରାବ କିମ୍ବା ଶରୀରରେ ଜଳୀୟ ଅଂଶ କମିଯିବାର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ସହାୟତା ନିଅନ୍ତୁ ।
ଏହି ପରାମର୍ଶ ସମ୍ପର୍କରେ ମତ ରଖି ଷ୍ଟାର ହେଲ୍ଥ ଇନ୍‌ସ୍ୟୁରାନ୍ସର ମୁଖ୍ୟ ବ୍ୟବସାୟ ଓ ଚିକିତ୍ସା ସେବାଦାତା ସମ୍ପର୍କ ଅଧିକାରୀ ଶ୍ରୀ ଆଦିତ୍ୟ ଓମପ୍ରକାଶ ବିୟାନୀ କହିଛନ୍ତି, “ବାତ୍ୟା ଯୋଗୁଁ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବ କେବଳ ପ୍ରବଳ ବର୍ଷା ହେଉଥିବା କିଛି ଦିନ ମଧ୍ୟରେ ସୀମିତ ରହେ ନାହିଁ । ଆକାଶ ସଫା ହେବା ପରେ ମଧ୍ୟ ଦୂଷିତ ପାନୀୟ ଜଳ, ଜମି ରହିଥିବା ପାଣି ଓ ପରିମଳ ବ୍ୟବସ୍ଥାରେ ବାଧା ଯୋଗୁଁ ପରିବାରଗୁଡ଼ିକ ରୋଗର ବିପଦରେ ରହିଥାନ୍ତି । ଜଳବାହିତ ଓ ମଶାବାହିତ ରୋଗର ପ୍ରାରମ୍ଭିକ ଲକ୍ଷଣ ଅନେକ ସମୟରେ ସମାନ ହୋଇଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ବିନା ଏହି ରୋଗଗୁଡ଼ିକୁ ଚିହ୍ନିବା କଷ୍ଟକର । ଏଭଳି ସମୟରେ ଅସୁସ୍ଥତାକୁ ଅଣଦେଖା କରି ଅପେକ୍ଷା କରିବା ଏକ ବଡ଼ ଭୁଲ୍ ହୋଇପାରେ । ଓଡ଼ିଶାର ସମସ୍ତ ପରିବାରକୁ ଆମର ଅନୁରୋଧ, ଏବେଠାରୁ ସୁରକ୍ଷିତ ପାନୀୟ ଜଳର ବ୍ୟବସ୍ଥା କରନ୍ତୁ, ନିୟମିତ ଖାଉଥିବା ଔଷଧ ଓ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ୍ ପାଖରେ ରଖନ୍ତୁ ଏବଂ ନିଜେ ନିଜେ ଔଷଧ ଖାଇବା ପରିବର୍ତ୍ତେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଚଳିତ ବର୍ଷ ଏପ୍ରିଲ୍‌ରୁ ସେପ୍େଟମ୍ବର ମଧ୍ୟରେ ଓଡ଼ିଶାରେ ଆମ ଗ୍ରାହକଙ୍କ ମଧ୍ୟରେ ଘରେ ରହି ଚିକିତ୍ସା ସେବାର ବ୍ୟବହାର ଗତ ବର୍ଷର ସମାନ ଅବଧି ତୁଳନାରେ ପ୍ରାୟ ୭.୫ ଗୁଣ ବୃଦ୍ଧି ପାଇଛି । ଏଥିରୁ ଜଣାପଡ଼ୁଛି ଯେ, ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁମତି ଦେଉଥିବା କ୍ଷେତ୍ରରେ ପରିବାରଗୁଡ଼ିକ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଘରେ ରହି ଚିକିତ୍ସା ନେବାକୁ ଅଧିକ ପସନ୍ଦ କରୁଛନ୍ତି । ଭର୍ଚୁଆଲ୍ ଡାକ୍ତର ପରାମର୍ଶ, ‘ଟକ୍ ଟୁ ଷ୍ଟାର’ ଓ ଘରେ ରହି ଚିକିତ୍ସା ସେବା ମାଧ୍ୟମରେ ଯାତାୟାତ ନିରାପଦ ନଥିବା ସମୟରେ ମଧ୍ୟ ଆମ ପଲିସିଧାରୀମାନେ ଘରୁ ବାହାରକୁ ନଯାଇ ଡାକ୍ତରଙ୍କ ସହାୟତା ପାଇପାରିବେ ।”
ଷ୍ଟାର ହେଲ୍ଥର ତିନୋଟି ପ୍ରମୁଖ ସେବା
ପଲିସିଧାରୀଙ୍କ ପାଇଁ ଅସୀମିତ ଟେଲିକନ୍‌ସଲ୍‌ଟେସନ୍‌: ପଲିସିର ଅବଧି ମଧ୍ୟରେ ଅସୁସ୍ଥତାର ଲକ୍ଷଣ ଦେଖାଦେଲେ ପ୍ରାଥମିକ ଡାକ୍ତରୀ ପରାମର୍ଶ ପାଇଁ ଏହି ସେବା ଉପଲବ୍ଧ ।
ପଲିସିଧାରୀଙ୍କ ପାଇଁ ‘ଟକ୍ ଟୁ ଷ୍ଟାର’: ୭୨୦୦ ୨୨୨ ୩୩୩ ନମ୍ବରକୁ କଲ୍ କରି ଘରେ ରହି ଚିକିତ୍ସା ସେବା ପାଇଁ ୧ ଦବାନ୍ତୁ କିମ୍ବା ଯୋଜନାବଦ୍ଧ ଭାବେ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମ୍ପର୍କିତ ପରାମର୍ଶ ପାଇଁ ୨ ଦବାନ୍ତୁ । ଏହା ମାଧ୍ୟମରେ ଚିକିତ୍ସା ପଦ୍ଧତି, କ୍ୟାସ୍‌ଲେସ୍ ସୁବିଧା ଓ ନେଟ୍‌ୱର୍କ ହସ୍ପିଟାଲ୍ ସମ୍ପର୍କରେ ମାର୍ଗଦର୍ଶନ ମିଳିପାରିବ ।
କ୍ୟାସ୍‌ଲେସ୍ ଘରୋଇ ଚିକିତ୍ସା ସେବା: ଘରେ ରହି ଚିକିତ୍ସା କରାଯାଇପାରୁଥିବା ରୋଗୀଙ୍କ କ୍ଷେତ୍ରରେ, ପଲିସିର ସର୍ତ୍ତାବଳୀ ଅନୁଯାୟୀ ଷ୍ଟାର ହେଲ୍ଥ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନର୍ସିଂ ସେବା, ରକ୍ତ ପରୀକ୍ଷା, ସ୍ୱାସ୍ଥ୍ୟ ନିରୀକ୍ଷଣ, ଶିରା ମାଧ୍ୟମରେ ତରଳ ଔଷଧ ପ୍ରଦାନ (ଆଇଭି ଫଳ୍‌ଉଇଡ଼ସ୍‌) ଓ ଇଞ୍ଜେକ୍ସନ୍ ଭଳି ଚିକିତ୍ସା ସୁବିଧା ଯୋଗାଇଥାଏ ।
ସାଧାରଣ ଲୋକଙ୍କ ପାଇଁ ମାଗଣା ଭର୍ଚୁଆଲ୍ ଡାକ୍ତର ପରାମର୍ଶ
ଷ୍ଟାର ହେଲ୍ଥର ପଲିସିଧାରୀ ନଥିବା ସାଧାରଣ ଲୋକେ ମଧ୍ୟ ମାଗଣାରେ ଭର୍ଚୁଆଲ୍ ଡାକ୍ତର ପରାମର୍ଶ ପାଇପାରିବେ । ଏଥିପାଇଁ ସକାଳ ୮ଟାରୁ ରାତି ୮ଟା ମଧ୍ୟରେ ଷ୍ଟାର ହେଲ୍ଥ କଷ୍ଟମର ଆପ୍ ଡାଉନ୍‌ଲୋଡ୍ କରି ନିଜର ମୌଳିକ ତଥ୍ୟ ସହ ପଞ୍ଜୀକରଣ କରିବାକୁ ହେବ । ଏହାପରେ ମେନୁରୁ ‘ଟେଲିମେଡିସିନ୍‌’ ବିକଳ୍ପ ଚୟନ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।
ଷ୍ଟାର ହେଲ୍ଥ ରାଜ୍ୟର ସମସ୍ତ ପରିବାର, ବିଶେଷକରି ଘରେ ବୟସ୍କ ବ୍ୟକ୍ତି ଓ ଛୋଟ ପିଲା ଥିଲେ, ସେମାନଙ୍କୁ କେବଳ ଫୁଟାଇଥିବା କିମ୍ବା କ୍ଲୋରିନ୍ ମିଶାଇ ବିଶୋଧନ କରାଯାଇଥିବା ପାଣି ପିଇବାକୁ ପରାମର୍ଶ ଦେଉଛି । ବର୍ଷା କମିବା ପରେ ଘର ଚାରିପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ । ଦୀର୍ଘ ସମୟ ଧରି ଜ୍ୱର ରହିଲେ କିମ୍ବା ପେଟ ଖରାପ ହେଲେ ନିଜେ ନିଜେ ଔଷଧ ଖାଇବା ପରିବର୍ତ୍ତେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Related Post