ଆଜିର ଖାସ ଖବର
Mon. Nov 16th, 2026

ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଆଇଡିବିଆଇ ଇନୋଭେଟ ୨୦୨୬ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ

By Admin_Dainkasha Nov16,2026

ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କ ଏହାର ପ୍ରମୁଖ ହାକାଥନ କାର୍ଯ୍ୟକ୍ରମ “ଆଇଡିବିଆଇ ଇନୋଭେଟ୍ ୨୦୨୬’ ଗ୍ରାଣ୍ଡ ଫିନାଲେକୁ ସଫଳତାର ସହ ଶେଷ କରିଛି। ଏହା ବ୍ୟାଙ୍କିଙ୍ଗ ସେବାରେ ନୂତନ ଜ୍ଞାନକୌଶଳର ପ୍ରୟୋଗ, ଫିନ୍‌ଟେକ କ୍ଷେତ୍ର ସହ ସହଯୋଗ ଓ ଡିଜିଟାଲ ରୂପାନ୍ତରଣ ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି।
“ବିଲଡ, ଇଣ୍ଟିଗ୍ରେଟ୍‌, ଟ୍ରାନ୍ସଫର୍ମ’ ବିଷୟବସ୍ତୁ ଉପରେ ଆଧାରିତ ଏହି ହାକାଥନ ଷ୍ଟାର୍ଟଅପ୍‌, ଫିନ୍‌ଟେକ୍ ସଂସ୍ଥା, ବୃତ୍ତିଗତ ନବସୃଜନକାରୀଙ୍କ ପାଇଁ ଏକ ବଡ଼ ମଂଚ ଥିଲା। ଏହାର ମୂଳ ଲକ୍ଷ୍ୟ ଥିଲା ବ୍ୟାଙ୍କିଙ୍ଗ କ୍ଷେତ୍ରର ବିଭିନ୍ନ ସମସ୍ୟାର ସୁରକ୍ଷିତ, ସରଳ ଓ ଗ୍ରାହକ ଅନୁକୂଳ ସମାଧାନ ବାହାର କରିବା। ଏହି କାର୍ଯ୍ୟକ୍ରମରେ ୪ଟି ଭିନ୍ନ ଭିନ୍ନ ବିଷୟ ରହିଥିଲା ଏବଂ ସାରା ଦେଶରୁ ଏହାକୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା।
ବୈଷୟିକ ଯାଂଚ, ସମାଧାନର ପ୍ରଦର୍ଶନ, ବ୍ୟାଙ୍କର ସ୍ୟାଣ୍ଡବକ୍ସ ଆଇଡିବିଆଇ ଇନୋବକ୍ସରେ ପରୀକ୍ଷଣ ଓ ବିଚାରକମାନଙ୍କ ସମୀକ୍ଷା ପରେ ଶ୍ରେଷ୍ଠ ଓ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଦଳଗୁଡ଼ିକୁ ୨୦୨୬ ନଭେମ୍ବର ୦୩ରେ ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ଆଇଡିବିଆଇ ବ୍ୟାଙ୍କର ଏମଡି ଓ ସିଇଓ ଶ୍ରୀ ରାକେଶ ଶର୍ମା କହିଛନ୍ତି ଯେ, “ବ୍ୟାଙ୍କକୁ ଆଗାମୀ ଦିନ ପାଇଁ ଅଧିକ ସୁଦୃଢ଼ ଓ ଆଧୁନିକ କରିବାରେ ନୂତନ ଜ୍ଞାନକୌଶଳର ବ୍ୟବହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଗ୍ରାହକଙ୍କ ସେବାକୁ ଆହୁରି ସହଜ କରିବା, କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଏବଂ ସୁରକ୍ଷା ଓ ନିୟମାବଳୀକୁ କଡ଼ାକଡ଼ି ପାଳନ କରି ଡିଜିଟାଲ ସେବାକୁ ବଢ଼ାଇବା ଉପରେ ବ୍ୟାଙ୍କ ଗୁରୁତ୍ୱ ଦେଉଛି।”
ଗ୍ରାଣ୍ଡ ଫାଇନାଲରେ ବିଜେତା ଓ ଦ୍ୱିତୀୟ ସ୍ଥାନ ପାଇଥିବା ଦଳଗୁଡ଼ିକ ସେମାନଙ୍କ ନୂଆ ନୂଆ ଚିନ୍ତାଧାରା ଓ ସମାଧାନ ପ୍ରଦର୍ଶନ କରିଥିଲେ, ଯାହା ବ୍ୟାଙ୍କିଙ୍ଗ୍ ସେବାକୁ ଅଧିକ ସୁରକ୍ଷିତ, ଦକ୍ଷ ଓ ସହଜ କରିବାରେ ସାହାଯ୍ୟ କରିବ।
“ଆଇଡିବିଆଇ ଇନୋଭେଟ୍ ୨୦୨୬’ ଭଳି ମଂଚ ଜରିଆରେ ଆଇଡିବିଆଇ ବ୍ୟାଙ୍କ ଭାରତର ଫିନଟେକ ସଂସ୍ଥାଗୁଡ଼ିକ ସହ ମିଶି କାମ କରିବାକୁ ଆଉଥରେ ଦୋହରାଇଛି। ଏହି ସବୁ ପ୍ରଚେଷ୍ଟାର ଲକ୍ଷ୍ୟ ହେଉଛି ଡିଜିଟାଲ ସେବାକୁ ଆଗକୁ ନେବା, ଗ୍ରାହକଙ୍କୁ ଶ୍ରେଷ୍ଠ ସେବା ଯୋଗାଇବା ଓ ବ୍ୟାଙ୍କକୁ ଏକ ପ୍ରଯୁକ୍ତିବିଦ୍ୟା ଆଧାରିତ ଆର୍ôଥକ ଅନୁଷ୍ଠାନ ଭାବେ ଗଢ଼ିତୋଳିବା।

Related Post