ଆଜିର ଖାସ ଖବର
Sat. Apr 18th, 2026

ଏ-ୱାନ ଷ୍ଟିଲସ ଇଣ୍ଡିଆ ଲିମିଟେଡ ପକ୍ଷରୁ ୬୫୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

By Admin_Dainkasha Jan6,2025

ଭୁବନେଶ୍ୱର: ଦକ୍ଷିଣ ଭାରତର ପାଂଚ ଇସ୍ପାତ ନିର୍ମାତା ମଧ୍ୟରୁ ଅନ୍ୟତମ ତଥା ୧୦ ପ୍ରକାର ଇସ୍ପାତ ଓ ଶିଳ୍ପ ଉତ୍ପାଦ ଉତ୍ପାଦନ କରୁଥିବା ଏ-ୱାନ ଷ୍ଟିଲସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
କମ୍ପାନି ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ୬୫୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। ଏହି ଅଫରରେ କମ୍ପାନି ୬୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଂଶଧନକାରୀମାନେ ୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ।
ଡିଆରଏଚପି ଜରିଆରେ ପ୍ରସ୍ତାବ ଦିଆଯାଇଥିବା ଇକ୍ୱିଟି ସେୟାରଗୁଡ଼ିକ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ ଲିମିଟେଡରେ ତାଲିକାଭୁକ୍ତ ହେବ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ପିଏଲ କ୍ୟାପିଟାଲ ମାର୍କେଟସ ପ୍ରାଇଭେଟ ଲିମିଟେଡ ଓ ଖମ୍ବାଟା ସିକ୍ୟୁରିଟିଜ ଲିମିଟେଡ।

Related Post