ଆଜିର ଖାସ ଖବର
Sat. Sep 12th, 2026

ଆଟମବର୍ଗ ପକ୍ଷରୁ ୪୫୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Sep2,2026

ଭୁବନେଶ୍ୱର: ଆଟମବର୍ଗ ଟେକ୍ନୋଲୋଜିସ୍ ଲିମିଟେଡ୍ ପକ୍ଷରୁ ଏହାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। କମ୍ପାନି ଏହି ଇସ୍ୟୁରେ ୪୫୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର୍ ସେଲ୍‌ରେ ୭୬୫୪୨,୦୫୧ ଇକ୍ୱିଟି ସେୟାର ବିକ୍ରି କରିବ।
ଏଥିରୁ ସଂଗୃହୀତ ହେବାକୁ ଥିବା ପାଣ୍ଠି ମଧ୍ୟରୁ କମ୍ପାନି ୯୦ କୋଟି ଟଙ୍କାକୁ ହାସଲ କରିଥିବା ଋଣଗୁଡ଼ିକୁ ଆଂଶିକ କିମ୍ବା ସମ୍ପୂର୍ଣର୍ ପରିଶୋଧ କରିବା, ୧୫୦ କୋଟଇ ଟଙ୍କାକୁ ସଚେତନତା ଓ ପ୍ରଦର୍ଶନ ମାର୍କେଟିଂ କାର୍ଯ୍ୟକଳାପ ଓ ୧୦୦ କୋଟି ଟଙ୍କାକୁ ଗବେଷଣା ଓ ବିକାଶରେ ନିବେଶ ବାବଦରେ ଖର୍ଚ୍ଚ କରିବ। ଅବଶିଷ୍ଟ ରାଶିକୁ କମ୍ପାନି ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ।
୨୦୧୨ରେ ମନୋଜ ମୀନାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି କମ୍ପାନିରେ ୨୦୧୩ରେ ସୁବ୍ରତ ଦାସ ପ୍ରତିଷ୍ଠାତା ଭାବେ ଯୋଗଦେଇଥିଲେ। ଆଟମବର୍ଗ ହେଉଛି ଏକ ଡିପ୍‌-ଟେକ୍‌, ଗବେଷଣା ଓ ବିକାଶ ଆଧାରିତ କମ୍ପାନି ଯାହା ମିକ୍ସଚର ଗ୍ରାଇଣ୍ଡର, ୱାଟର ପ୍ୟୁରିଫାୟର, ଓ କୋଲ୍ଡ ପ୍ରେସ୍‌ଡ ଜୁସର ଭଳି ଭାରତୀୟ ପରିବାର ପାଇଁ ଆଟମବର୍ଗ ବ୍ରାଣ୍ଡ୍ ନାମରେ ଉତ୍ପାଦ ପ୍ରସ୍ତୁତ କରୁଛି। ସହାୟକ କମ୍ପାନି ଆଟମବର୍ଗ ଇନୋଭେସନ୍ସ ପ୍ରାଇଭେଟ୍ ଳିମିଟେଡ୍ ଜରିଆରେ ଭୋଲଟାସ, ଗୋଦରେଜ ଓ ବ୍ଲୁଷ୍ଟାର୍ ଭଳି କମ୍ପାନି ପାଇଁ ଏହା ମୋଟର ଓ କଂଟ୍ରୋଲର ଭଳି ଉପାଦାନ ବିକାଶ କରୁଛି।
୩୫୦୦ ଟଙ୍କାରୁ ଅଧିକ ମୂଲ୍ୟର ପ୍ରିମିୟମ ଫ୍ୟାନ୍ ବର୍ଗରେ ଆଟବର୍ଗର ସର୍ବାଧିକ ବଜାର ଅଂଶ ରହିଛି। କିଚେନ ଆପ୍ଲାଏନ୍‌ସେସ୍ ବର୍ଗରେ ୱାଟର ପ୍ୟୁରିଫାୟର ହେଉଛି ନୂଆ ଉତ୍ପାଦ। କ୍ରମବର୍ଦ୍ଧିଷ୍ଣୁ ବିକ୍ରିରେ କମ୍ପାନିର ୪୬.୦୮ ପ୍ରତିଶତ ବଜାର ଅଂଶ ରହିଛି। ତାଲିକାଭୁକ୍ତ ବ୍ୟାପକ ଉପଭୋକ୍ତା ଆପ୍ଲାଏନ୍‌ସେସ୍ କମ୍ପାନି ମଧ୍ୟରେ କମ୍ପାନି ହେଉଛି ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ।
୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଏହାର ନେଟୱର୍କରେ ୬୨୬ ବିତରବ ଓ ୪୬,୯୩୨ ପ୍ରତ୍ୟକ୍ଷ ଡିଲର ୧୬୦୦ରୁ ଅଧିକ ସହର ଓ ନଗରରେ ରହିଛି। ଏହା ୧୮୦୦୦ରୁ ଅଧିକ ପିନ୍‌କୋଡ୍‌କୁ ସେବା ପ୍ରଦାନ କରୁଛି। କମ୍ପାନିର ଦୁଇଟି ଲିଜ୍ ଭିତିକ ଉତ୍ପାଦନ କାରଖଶନା ପୁନେ, ମହାରାଷ୍ଟ୍ରରେ ରହିଛି। ୨୦୨୨ ଆର୍ଥିକ ବର୍ଷରୁ କମ୍ପାନିର ଚକନ କାରଖାନାର ଶୁଭାରମ୍ଭ ହୋଇଥିଲା। ଏହାର ଆରଆଣ୍ଡଡି ଟିମ୍‌ରେ ୨୫୪ ଇଞ୍ଜିନିୟର, ରହିଛନ୍ତି ଓ ଗବେଷଣା ଓ ବିକାଶରେ କମ୍ପାନି ୮୬.୭୯ କୋଟି ଟଙ୍କା ନିବେଶ କରିଛି। ୨୦୨୫-୨୬ରେ କମ୍ପାନିର ରାଜସ୍ୱ ପରିମାଣ ୧୨୯୩.୭୭ କୋଟି ଟଙ୍କା ଥିଲା ଯାହା ୨୦୨୪-୨୫ରେ ୯୫୯.୫୧ କୋଟି ଟଙ୍କା ରହିଥିଲା। ଆଡଜଷ୍ଟେଡ ଏବିଟଡା ୩୭.୧୨ କୋଟି ଟଙ୍କା ରହିଛି ଯାହା ପୂର୍ବବର୍ଷ ୫୧.୩୫ କୋଟି ଟଙ୍କା ଥିଲା। ଅନଲାଇନ ଚ୍ୟାନେଲରୁ କମ୍ପାନିର ରାଜସ୍ୱ ୪୫୬.୪୫ କୋଟି ଟଙ୍କା ଓ ଅଫଲାଇନରୁ ୮୨୦.୧୧ କୋଟି ଟଙ୍କା ହୋଇଛି।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆଭେଣ୍ଡସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଆଇଆଇଏଫ୍‌ଏଲ୍ କ୍ୟାପିଟାଲ ସର୍ଭିସେସ୍ ଲିମିଟେଡ୍‌।

Related Post