ଆଜିର ଖାସ ଖବର
Sat. May 30th, 2026

ଅମୃତାଞ୍ଜନର ଋତୁସ୍ରାବ ସ୍ୱଚ୍ଛତା ବ୍ରାଣ୍ଡ୍ କମ୍ଫି ୧୦୦ କୋଟି ଅତିକ୍ରମ

By Admin_Dainkasha Mar7,2025

ଭୁବନେଶ୍ୱର: ଅମୃତାଞ୍ଜନ ହେଲ୍‌ଥକେୟାର ପକ୍ଷରୁ ୨୦୧୧ରେ କମ୍ଫି ବ୍ରାଣ୍ଡ୍‌ର ଶୁଭାରମ୍ଭ କରାଯାଇଥିଲା, ଯାହା ଏବେ ୧୦୦ କୋଟି ଟଙ୍କାର ବ୍ରାଣ୍ଡ୍‌ରେ ପରିଣତ ହୋଇଛି। ସାନିଟାରି ନାପ୍‌କିନ୍‌, ଟାମ୍ପୁନ୍‌ସ, ଋତୁସ୍ରାବ କପ୍ ଓ ପିରିଅଡ୍ ଯନ୍ତ୍ରଣା ରୋଲ୍ ଅନ୍ ସହିତ ଏହା ଋତୁସ୍ରାବ ପାଇଁ ସମ୍ପୂର୍ଣ୍ଣ ସମାଧାନ ପ୍ରଦାନ କରୁଛି। ଭାରତରେ ୪୫.୫ ନିୟୁତ ଋତୁସ୍ରାବ ହେଉଥିବା ମହିଳାଙ୍କ ମଧ୍ୟରୁ ମାତ୍ର ୩୬ ପ୍ରତିଶତ ସାନିଟାରି ନାପ୍‌କିନ୍ ବ୍ୟବହାର କରୁଚନ୍ତି। ଗ୍ରାମାଚଂଳରେ ବାସ କରୁଥିବା ମହିଳାମାନଙ୍କ ପାଖରେ ଗୁଣାତ୍ମକ ଋତୁସ୍ରାବ ପରିଚାଳନା ଉତ୍ପାଦନ ପହଂଚିବା କଷ୍ଟକର ରହୁଛି। ସେହି କାହାଣୀଗୁଡ଼ିକରୁ ଅନୁପ୍ରାଣିତ ହୋଇ ଓ ସେମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି କମ୍ଫି ଏହାର ଉତ୍ପାଦ ବିକାଶ କରୁଛି।
ବେଲା ପ୍ରିମିୟର୍ ହାପି ହାଇଜିନ୍ କେୟାର ଲିମିଟେଡ୍‌ର ସହଯୋଗରେ କମ୍ପାନି ପକ୍ଷରୁ ଏକ ଉତ୍ପାଦ ବିକାଶ କରାଯାଇଛି ଯାହା ଭାରତର ଅନ୍ୟ ଅଗ୍ରଣୀ ବ୍ରାଣ୍ଡ୍‌ଗୁଡ଼ିକ ତୁଳନାରେ ୮୦% ଉତମ ଅବଶୋଷଣ ପ୍ରତିଶ୍ରୁତି ଦେଉଛି। ଏଥିପାଇଁ ଉତର ଆମେରିକାରୁ ଆମଦାନି କରାଯାଉଥିବା ପପ୍ ବ୍ୟବହାର କରାଯାଉଛି। ବୈଷୟିକ ଉତ୍କୃଷ୍ଟତା ସହିତ ସୁଲଭତା ମଧ୍ୟ ଜରୁରୀ। କମ୍ଫିର ପ୍ରତିଯୋଗିତାମୂଳକ ମୂଲ୍ୟ ବିଭିନ୍ନ ଆର୍ଥିକ ବର୍ଗର ମହିଳାମାନଙ୍କ ପାଖରେ ଗୁଣାତ୍ମକ ଋତୁସ୍ରାବ ଯତ୍ନକୁ ପହଂଚାଇପାରିଛି।
ଅମୃତାଞ୍ଜନ ହେଲ୍‌ଥକେୟାର ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଏସ୍ ଶମ୍ଭୁ ପ୍ରସାଦ କହିଛନ୍ତି ଯେ, “କମ୍ଫି ଏବେ ହେଉଛି ଏକ ବିଲିଅନ ଟଙ୍କା (୧୦୦ କୋଟି)ର ବ୍ରାଣ୍ଡ୍‌। ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ସାନିଟାରି ପ୍ୟାଡ୍‌ର ଗ୍ରହଣୀୟତା ପାଇଁ ଆମର ମହିଳା ସ୍ୱଚ୍ଛତା ବ୍ୟବସାୟ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଆଗକୁ ବଢ଼ୁଛି। ସାନିଟାରି ନାପ୍‌କିନ୍ ବ୍ୟବସାୟକୁ ବଢ଼ାଇବା ପାଇଁ ରହିଥିବା ରଣନୀତି ଅନୁସାରେ ଆମେ ଏକ ବିଶ୍ୱସ୍ତରୀୟ ସାନିଟାରି ନାପ୍‌କିନ୍ ଉତ୍ପାଦନ କାରଖାନା ସ୍ଥାପନରେ ନିବେଶ କରୁଛୁ। ଆମ ଲକ୍ଷ୍ୟ ସର୍ବଦା ହେଉଛି ପ୍ରତିଟି ମହିଳାଙ୍କ ପାଖରେ ଉତ୍କୃ୍‌ଟ ଓ ସୁଲଭ ଋତୁସ୍ରାବ ଯତ୍ନ ପହଂଚାଇବା।”
“ପ୍ରୋଜେକ୍ଟ ଦିଶା ଭଳି ଆମ ଦୃଣମୂଳ ସ୍ତର ଅଭଯାନ ଜରିଆରେ ଆମେ ସଚେତନତା ବଢ଼ାଇବା ଏବଂ ବିଶ୍ୱାସ ଓ ସମ୍ମାନର ସହ ଜୀବନକୁ ଗ୍ରହଣ କରି ମହିଳାଙ୍କୁ ସଶକ୍ତ କରିବା ପ୍ରତି ପ୍ରତିବଦ୍ଧ ରହିଛୁ। ଇ-କମର୍ସ ପ୍ଲାଟଫର୍ମ, ସୋସିଆଲ ମିଡିଆର ବ୍ୟବହାର ଏବଂ କମ୍ଫି ପରିୟଡ୍ ଟ୍ରାକ୍ଟର ଭଳି ଆପ୍ ଉପଯୋଗ କରି ଗ୍ରାହକଙ୍କ ସହ ଯୋଗାଯୋଗ ବଢ଼ାଇବାକୁ ଆମେ ଡିଜିଟାଲ୍ ରୂପାନ୍ତରଣ ଓ ପ୍ରଯୁକ୍ତିକୁ ଗ୍ରହଣ କରୁଛୁ” ବୋଲି ସେ କହିଛନ୍ତି।
ଅମୃତାଞ୍ଜନ ହେଲ୍‌ଥକେୟାରର ପ୍ରମୁଖ ବିଶେଷତ୍ୱ ହେଉଛି ଏହାର ବ୍ୟାପକ ବିତରଣ ବ୍ୟବସ୍ତା। ପାଇକାରୀ ବିତରଣ ଚ୍ୟାନେଲ୍ ପାଇଁ କମ୍ପାନି ଏକ ସ୍ୱତନ୍ତ୍ର ୬ ୟୁନିଟ୍ ବିଶିଷ୍ଟ ପ୍ୟାକ୍ ୍‌ପ୍ରସ୍ତୁତ କରିଛି। ବ୍ରାଣ୍ଡ୍ ସଚେତନତା ବଢ଼ାଇବା ପାଇଁ କମ୍ପାନି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ନିଯୁକ୍ତ କରିଛି।

Related Post