ଆଜିର ଖାସ ଖବର
Mon. Apr 20th, 2026

ଆର୍‌ଡି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Oct7,2025

ଭୁବନେଶ୍ୱର: ସର୍କୁଲାର ଇକୋନମିର ଅଗ୍ରଣୀ ସଂସ୍ଥା ଆରଡି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚପି) ଦାଖଲ କରାଯାଇଛି। ପ୍ରସ୍ତାବିତ ଆଇପିଓରେ ୩୨୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍‌ରେ ଅଂଶଧନକାରୀମାନେ ୩୭,୬୫୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ। ଅଫର ଫର୍ ସେଲ୍‌ରେ ପ୍ରତିଷ୍ଠାତା ଅଂଶଧନକାରୀ ସନ୍ଦୀପ ଅଗ୍ରୱାଲ୍ ୧୮,୮୨୫,୦୦୦ ଇକ୍ୱିଟି ସେୟାର ଓ ନିକୁଞ୍ଜ ଅଗ୍ରୱାଲ ୧୮,୮୨୫,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ସେଥିରୁ ୨୨୦ କୋଟି ଟଙ୍କାକୁ କମ୍ପାନି ବର୍ଦ୍ଧିତ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଏବଂ ୨୨ କୋଟି ଟଙ୍କାକୁ ବିଭିନ୍ନ ପ୍ରକାରର ଋଣ ପରିଶୋଧ କରିବା ଓ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି।
ରାଜସ୍ୱ ଦୃଷ୍ଟିରୁ ଆର୍‌ଡି ଇଣ୍ଡଷ୍ଟ୍ରିଜ୍ ହେଉଛି ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନି ଯାହାର ରାଜସ୍ୱ ପୂର୍ବ ତିନି ଆର୍ଥିକ ର୍ବେରେ ୩୩.୧୫ ପ୍ରତିଶତ ହାରରେ ବୃଦ୍ଧି ପାଇଛି। କମ୍ପାନି ପକ୍ଷରୁ ଲିଡ କ୍ୟାଲସିୟମ ଆଲୟ, ଲିଡ୍ ଆଂଟିମୋନି ଆଲୟ, ଲିଡ ଟିନ ଆଲୟ, ଲିଡ ସିଲଭର ଆଲୟ, ଲିଡ କ୍ୟାଡମିୟମ ଆଲୟରେ ପ୍ରସ୍ତୁତ କରାଯାଉଛି ଯାହାକୁ ଶକ୍ତି, ସଂରକ୍ଷଣ, ଇ-ଗମନାଗମନ, ଅଟୋମୋବାଇଲ, ରସାୟନ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଶିଳ୍ପରେ ବ୍ୟବହାର କରାଯାଉଛି। ବ୍ରାଣ୍ଡ୍ “ଆରଡି”କୁ ଏମସିଏକ୍ସ ପ୍ଲାଟଫର୍ମରେ ତାଲିକଭୁକ୍ତ କରାଯାଇଛି।
୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନିର ୫୦ରୁ ଅଧିକ ଗ୍ରାହକ ଥିବା ବେଳେ ଏହା ସିଙ୍ଗାପୁର, ହଂକଂ, ଦକ୍ଷିଣ କୋରିଆ, ସ୍ୱିଜରଲ୍ୟାଣ୍ଡ, ୟୁନାଇଟେଡ ଆରବ ଏମିରେଟସ, ଜାପାନ ଓ ଆମେରିକାକୁ ରପ୍ତାନି କରୁଛି। ଭାରତର ୧୦ଟି ରାଜ୍ୟରେ କମ୍ପାନିର ବ୍ୟବସାୟ ରହିଛି। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରେ କମ୍ପାନିର ୭.୬୧ ଏକର ଜମିରେ ଏକ କାରଖାନା ରହିଛି ଯାହା ସ୍ଥାପିତ କ୍ଷମତା ହେଉଛି ୧୦୪,୦୨୫ ଏମଟିପିଏ।
ରାଜସ୍ୱ ଦୃଷ୍ଟିରୁ ଏହା ହେଉଛି ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନି। କମ୍ପାନିର ଟନ ପିଛା ମାର୍ଜିନ ୨୦୨୩-୨୪ର ୧୯,୫୧୧.୯୫ କୋଟି ଟଙ୍କାରୁ ୨୦୨୪-୨୫ରେ ୩୩,୬୪୨.୧୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। କମ୍ପାନିର ଟିକସ ପରବର୍ତୀ ଲାଭ ଏହି ସମୟରେ ୯୭.୦୭ ପ୍ରତିଶତ ବୃଦ୍ଧି ପାଇଛି। ରପ୍ତାନିରୁ ରାଜସ୍ୱ ଏହି ସମୟରେ ୫୨୧.୨୨ ପ୍ରତିଶତ ବୃଦ୍ଧି ପାଇଛି।
ଏହି ଇସ୍ୟୁର ବ୍ୟାଙ୍କର ହେଉଛି ପାଂଟୋମାଥ କ୍ୟାପିଟାଲ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏହାକୁ କେଫିନ୍ ଟେକ୍ନୋଲୋଜିସ୍ ଲିମିଟେଡ୍‌ରେ ପଞ୍ଜୀକୃତ କରାଯାଇଛି।

Related Post