ଆଜିର ଖାସ ଖବର
Thu. Apr 16th, 2026

ଆଟଲାଂଟା ଇଲେକ୍ଟ୍ରିକାଲ୍ସ ଲିମିଟେଡର ୬୮୭ କୋଟି ଟଙ୍କାର ଆଇପିଓ ୨୦୨୫ ସେପ୍ଟେମ୍ବର ୨୨ରେ ଖୋଲିବ

By Admin_Dainkasha Sep19,2025

ଭୁବନେଶ୍ୱର: ଆଟଲାଂଟା ଇଲେକ୍ଟ୍ରିକାଲ୍ସ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ସେପ୍ଟେମ୍ବର ୨୨ ସୋମବାର ଦିନ ଖୋଲିବ । ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ସେପ୍ଟେମ୍ବର ୧୯ ଶୁକ୍ରବାର ବିଡ୍ ଦାଖଲ କରିପାରିବେ । ୨୦୨୫ ସେପ୍ଟେମ୍ବର ୨୪ ବୁଧବାର ଦିନ ବିଡ୍ ଦାଖଲ ଶେଷ ହେବ ।
ଏହି ଅଫରର ଆକାର ୬୮୭ କୋଟି ଟଙ୍କା । ସେଥିରୁ ୪୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲରେ ଅଂଶଧନକାରୀମାନେ ୨୮୭କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ। ନିବେଶକମାନେ ସର୍ବନିମ୍ନ ୧୯ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୧୯ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୭୧୮ ଟଙ୍କାରୁ ୭୫୪ ଟଙ୍କା ମଧ୍ୟରେ ରହିଛି ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ସେଥିରୁ ୭୯ କୋଟି ଟଙ୍କାକୁ କମ୍ପାନି ନେଇଥିବା ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, ୨୧୦ କୋଟି ଟଙ୍କାକୁ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି।
ଅଫର ଫର ସେଲରେ ୩,୮୧୦,୮୯୫ ଇକ୍ୱିଟି ସେୟାର ବିକ୍ରି କରାଯିବ। ସେଥିରୁ ପ୍ରତିଷ୍ଠାତା ଆଟଲାଂଟା ୟୁଏଚଭି ଟ୍ରାନ୍ସଫମର୍ସ ଏଲଏଲପି ୪୩୫,୯୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ହେମନ୍ତ ହରେନ୍ଦ୍ର ଶାହ ୬୬୬,୫୬୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ନିମିଶା ହରେନ୍ଦ୍ର ଶାହ ୭୭୭,୧୮୫ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଧବଲ ହର୍ଷଦଭାଇ ମେହେଟ୍ଟା ୨୧୭,୫୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଗୀତାବେନ ହର୍ଷଦଭାଇ ମେହେଟ୍ଟା ୩୨୬,୨୫୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଏବଂ ଜିଗ୍ନେଶ ସୂର୍ଯ୍ୟକାନ୍ତ ପଟେଲ ୧,୩୮୭,୫୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିବେ।
କମ୍ପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ ଓ ଆକ୍ସିସ କ୍ୟାପିଟାଲ ଲିମିଟେଡ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେ କେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ । ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ । ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।

Related Post