ଆଜିର ଖାସ ଖବର
Mon. Apr 20th, 2026

ଅଗମୋଂଟ ଏଂଟରପ୍ରାଇଜେସ ଲିମିଟେଡ ପକ୍ଷରୁ ୮୦୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

By Admin_Dainkasha Oct8,2025

ଭୁବନେଶ୍ୱର: ବ୍ୟବସାୟ ଓ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରୁଥିବା ସୁନା ଓ ରୁପା ପ୍ଲାଟଫର୍ମ ଅଗମୋଂଟ ଏଂଟରପ୍ରାଇଜେସ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
ଆଇପିଓ ଜରିଆରେ କମ୍ପାନି ୮୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। ସେଥିରୁ ୬୨୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ୧୮୦ କୋଟି ଟଙ୍କାର ଇକ୍ୱିଟି ସେୟାରକୁ କମ୍ପାନିର ଅଂଶଧନକାରୀମାନେ ବିକ୍ରି କରିବେ। ଅଫର ଫର ସେଲରେ ନମିତା କେତନ କୋଠାରି ୬୦ କୋଟି ଟଙ୍କା ପର୍ଯ୍ୟନ୍ତ, ବିବେକ ପୃଥ୍ୱୀରାଜ କୋଠାରି ୬୦ କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ଡିମ୍ପଲ ମୁକେଶ କୋଠାରି ୬୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୪୬୫ କୋଟି ଟଙ୍କାକୁ ଇନଭେଟୋଂରିକୁ ସଂଗ୍ରହ ଓ ରକ୍ଷଣାବେକ୍ଷଣ କରିବା ପାଇଁ ଆବଶ୍ୟକ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା, ପ୍ରକ୍ୟୁରମେଂଟ ପାଇଁ ଅଗ୍ରିମ ପ୍ରଦାନ କରିବାରେ ବ୍ୟବହାର କରାଯିବ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବା ପ୍ରସ୍ତାବ ରହିଛି।
ଅଗମୋଂଟ ଏଂଟରପ୍ରାଇଜେସ ଲିମିଟେଡ ସୁନା ଓ ରୁପାର ପ୍ରକ୍ୟୁରମେଂଟଠାରୁ ଆରମ୍ଭ କରି ରିଫାଇନିଂ, ବୁଲିଅନ ଟ୍ରେଡିଂ, ଡିଜିଟାଲ ସୁନା ପ୍ରଦାନ, ଗହଣା ନିର୍ମାଣ, ଆନ୍ତର୍ଜାତିକ ବିକ୍ରି ଓ ସୁନା ଆଧାରିତ ଫାଇନାନ୍ସ ସେବା ପ୍ରଦାନ କରୁଛି। କମ୍ପାନି ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ ଦୁନିଆରେ ସକ୍ରିୟ ରହିଛି। କମ୍ପାନିର ଦୁଇଟି ପ୍ଲାଟଫର୍ମ ଅଗମୋଂଟ ସ୍ପଟ ଓ ଅଗମୋଂଟ ଗୋଲ୍ଡ ଫର ଅଲ ରହିଛି।
୨୦୨୫-୨୬ରୁ ଏହା ଲ୍ୟାବ ପ୍ରସ୍ତୁତ ହୀରାର ଟ୍ରେଡିଂ ଆରମ୍ଭ କରିଛି। ସୁନା ଋଣ ପ୍ରଦାନ ପାଇଁ ଏହା ଗ୍ରୁପର କମ୍ପାନି ପିନକର୍ଭ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ ସହ ବୁଝାମଣା କରିଛି। ଖୁଚୁରା ଗ୍ରାହକମାନଙ୍କ ପାଇଁ ଏହାର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡ଼ୁରେ ୮୩ ଗୋଲ୍ଡ ଫର ଅଲ କେନ୍ଦ୍ର ରହିଛି।
କମ୍ପାନି ଏହାର ରାଜସ୍ଥାନର ଜୟପୁରରେ ଥିବା ସିତାପୁର ଏସଇଜେଡରେ ଉତ୍ପାଦ ଉତ୍ପାଦନ କରୁଥିବା ବେଳେ ସେଗୁଡ଼ିକୁ ହଂକଂ, ତୁର୍କୀ ଓ ୟୁଏଇରେ ବିକ୍ରି କରୁଛି। କମ୍ପାନିର ରୁଦ୍ରପୁରରେ ଦୁଇଟି ରିଫାଇନିଂ ଓ ମୁମ୍ବାଇରେ ଗୋଟିଏ ରିଫାଇନିଂ କେନ୍ଦ୍ର ରହିଛି। ଏହା ବିଏସଇ ଓ ଏମସିଏକ୍ସକୁ ବୁଲିଅନ ପ୍ରଦାନ କରୁଛି।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ନୁଭାମା ୱେଲଥ ମ୍ୟାନେଜମେଂଟ ଲିମିଟେଡ, ଇଂଟେନସିଭ ଫିସକାଲ ସର୍ଭିସେସ ପ୍ରାଇଭେଟ ଲିମିଟେଡ, ଜେଏମ ଫାଇନାନ୍ସିଆଲ ଲିମିଟେଡ ଓ ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ ଆଡଭାଇଜର୍ସ ଲିମିଟେଡ।

Related Post