ଆଜିର ଖାସ ଖବର
Tue. Apr 21st, 2026

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ଠକେଇରୁ ମିଆଦୀ ଜମାକୁ ସୁରକ୍ଷିତ ରଖିବା ପାଇଁ ଶିଳ୍ପର ପ୍ରଥମ “ଲକ୍ ଏଫ୍‌ଡି”ର ଶୁଭାରମ୍ଭ

By Admin_Dainkasha Aug5,2025

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ଲକ୍ ଏଫ୍‌ଡି”ର ଶୁଭାରମ୍ଭ କରାଯାଇଛି, ଯାହାକୁ ବର୍ଦ୍ଧିତ ଡିଜିଟାଲ୍ ଠକେଇରୁ ଗ୍ରାହକମାନଙ୍କ ମିଆଦୀ ଜମାକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଅଭିନବ ସୁବିଧା ବ୍ୟାଙ୍କର ମୋବାଇଲ୍ ଆପ୍ “ଓପନ୍‌” ଏବଂ ସମସ୍ତ ଶାଖାରେ ଉପଲବ୍ଧ ହୋଇଛି, ଯାହା ଗ୍ରାହକମାନଙ୍କୁ ସେମାନଙ୍କ ମିଆଦୀ ଜମା (ଏଫ୍‌ଡି)କୁ ମୋବାଇଲ୍ ଓ ଇଂଟରନେଟ୍ ବ୍ୟାଙ୍କିଂ ଭଳି ଡିଜିଟାଲ୍ ମାଧ୍ୟମରେ ଆଗ୍ରୁଆ ବନ୍ଦ କରିବାରୁ ସୁରକ୍ଷା ପ୍ରଦାନ କରିବ ଏବଂ ତାହା ସାଇବର୍ ବିପଦରୁ ଅତିରିକ୍ତ ସୁରକ୍ଷା ସ୍ତର ଭାବେ କାମ କରିବ।
“ଲକ୍ ଏଫ୍‌ଡି” ହେଉଛି ଏକ ନୂଆ ସୁରକ୍ଷା ସୁବିଧା ଯାହା ଗ୍ରାହକମାନଙ୍କ ମିଆଦୀ ଜମାକୁ ଡିଜିଟାଲ୍ ଠକେଇରୁ ସୁରକ୍ଷା ପ୍ରଦାନ କରିବ ଏବଂ ଗ୍ରାହକମାନେ ଡିଜିଟାଲ୍ ମାଧ୍ୟମରେ ଏଫ୍‌ଡି ବନ୍ଦ କରିବାକୁ ରୋକିପାରିବେ। ଯେଉଁ ଗ୍ରାହକମାନେ ସେହି ସୁବିଧା ଚୟନ କରିବେ, ସେମାନଙ୍କୁ ଏଫ୍‌ଡି ବନ୍ଦ କରିବା ଲାଗି ବ୍ୟାଙ୍କ ଶାଖା ପରିଦର୍ଶନ କରିବାକୁ ପଡ଼ିବ। ଥରେ ଏଫ୍‌ଡି ଲକ୍ ହୋଇଯିବା ପରେ ତାହାକୁ ଆଉ ଡିଜିଟାଲ୍ ମାଧ୍ୟମରେ ବନ୍ଦ କରାଯାଇପାରିବ ନାହିଁ। ଶାଖାରେ ଯାଂଚ ସହିତ କଠୋର ପରିଚୟ ଯାଂଚ ଏଫ୍‌ଡିର ଅନଧିକୃତ ହାସଲ ବିପଦକୁ କମ୍ କରିବ। ଏହି ସୁବିଧା ସେହି ଗ୍ରାହକମାନଙ୍କ ପାଇଁ ବିଶେଷ ଲାଭଦାୟକ ଯେଉଁମାନେ ଡିଜିଟାଲ୍ ପ୍ଲାଟଫର୍ମ ସହ ଏତେଟା ଅଭ୍ୟସ୍ତ ନାହାନ୍ତି ଓ ଡିଜିଟାଲ୍ ଠକେଇର ଶିକାର ହେବା ଅଧିକ ଆଶଙ୍କା ରହିଛି।
ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍‌-ଡିଜିଟାଲ୍ ବିଜନେସ୍‌, ଟ୍ରାନ୍ସଫର୍ମେସନ୍ ଆଣ୍ଡ୍ ଷ୍ଟ୍ରାଟେଜିକ୍ ପ୍ରୋଗ୍ରାମ୍ ସମୀର ସେଟ୍ଟି କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ଆମେ ନିରନ୍ତର ଭାବେ ଡିଜିଟାଲ୍ ପ୍ରଥମ ବ୍ୟବସ୍ଥାରେ ନିବେଶ କରୁଛୁ ଯାହା ସୁରକ୍ଷିତ ଓ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ଅନୁଭୂତି ଉପରେ ଗୁରୁତ୍ୱାରୋପ କରୁଛି। ଏହି ଉଦ୍ୟମରେ “ଲକ୍ ଏଫ୍‌ଡି” ସୁବିଧା ଆରମ୍ଭ କରି ଆମେ ଉତ୍ସାହିତ ଯାହା ବର୍ଦ୍ଧିତ ଡିଜିଟାଲ୍ ଠକେଇ ପ୍ରତି ଆମ ପ୍ରତ୍ୟକ୍ଷ ପ୍ରତିକ୍ରିୟାକୁ ଦର୍ଶାଉଛି। ଏହି ସୁବିଧା ଗ୍ରାହକମାନଙ୍କୁ ସେମାନଙ୍କ ଏଫ୍‌ଡିକୁ ଡିଜିଟାଲ୍ ମାଧ୍ୟମରେ ଅନଧିକୃତ ହାସଲକୁ ରୋକିବ ଓ ଠକମାନଙ୍କ ଦ୍ୱାରା ବିକଳ୍ପ ମାଧ୍ୟମରେ ପାଣ୍ଠି ହଡ଼ପର ବିକଳ୍ପ ଡିଜିଟାଲ୍ ମାଧ୍ୟମକୁ ରୋକି ଗ୍ରାହକମାନଙ୍କ ପାଣ୍ଠିକୁ ସୁରକ୍ଷା ପ୍ରଦାନ କରିବାରେ ସକ୍ଷମ କରିବ।’’
ଆକ୍ସିସ୍ ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ପାଇଁ “ଲକ୍ ଏଫ୍‌ଡି” ସୁବିଧା ଉପଲବ୍ଧ ରହିଛି ଯାହାକୁ ଆକ୍ସିସ୍ ବ୍ୟାଙ୍କର ମୋବାଇଲ୍ ଆପ୍ କିମ୍ବା ଯେକୌଣସି ଶାଖାରେ ସକ୍ରିୟ କରାଯାଇପାରିବ। ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ନିକଟରେ “ଇନ୍‌-ଆପ୍ ମୋବାଇଲ୍ ଓଟିପି” ଆରମ୍ଭ କରାଯାଇଛି ଯାହା ପ୍ରମାଣୀକରଣ ସୁରକ୍ଷାରେ ଉନ୍ନତି ଆଣିବା ସହିତ ବର୍ଦ୍ଧିତ ଓଟିପି ଜନିତ ଠକେଇରୁ ସୁରକ୍ଷା ପ୍ରଦାନ କରିବ। ଡିଜିଟାଲ୍ ଠକେଇର ମୁକାବିଲା କରି ଗ୍ରାହକଙ୍କ ଡିଜିଟାଲ୍ ଅନୁଭୂତିରେ ଉନ୍ନତି ଆଣିବାରେ ବ୍ୟାଙ୍କର ରଣନୀତି ସହିତ ଏହା ସମନ୍ୱିତ ରହିଛି ଯାହା ଏହାକୁ ବ୍ୟାଙ୍କିଂ ସୁରକ୍ଷାର ଅଗ୍ରଣୀ ଭାବେ ଉପସ୍ଥାପିତ କରିବ।

Related Post