ଆଜିର ଖାସ ଖବର
Fri. Jul 24th, 2026

ଆକ୍ସିିସ୍ ବ୍ୟାଙ୍କର ୨୦୨୬-୨୬ ପ୍ରଥମ ତ୍ରୈମାସିକରେ ଟିକସ ପରବର୍ତ୍ତୀ ଲାଭ ୨୩% ବୃଦ୍ଧି ପାଇ ୭୧୧୪ କୋଟି ଟଙ୍କା

By Admin_Dainkasha Jul23,2026

ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସିକର ନିଟ୍ ଲାଭ ବାର୍ଷିକ ଭିତ୍ତିରେ ୨୩ ପ୍ରତିଶତ ବୃଦ୍ଧି ପାଇ ୭,୧୧୪ କୋଟି ଟଙ୍କା ହୋଇଛି। ନିଟ୍ ସୁଧ ଆୟ ବାର୍ଷିକ ଭିତ୍ତିରେ ୮ ପ୍ରତିଶତ ବୃଦ୍ଧି ପାଇ ୧୪,୬୪୬ କୋଟି ଟଙ୍କା ଏବଂ ମୂଳ ପରିଚାଳନା ଲାଭ ୧୦ ପ୍ରତିଶତ ବୃଦ୍ଧି ପାଇ ୧୧,୧୨୨ କୋଟି ଟଙ୍କା ହୋଇଛି। ଜମା ଓ ଅଗ୍ରୀମରେ ନିଜର ବଜାର ଅଂଶକୁ ବଢ଼ାଇଛି ବ୍ୟାଙ୍କ ଜମାରେ ୧୮ ପ୍ରତିଶତ ଓ ଅଗ୍ରିମରେ ୧୯ ପ୍ରତିଶତ ବଜାର ଅଂଶ ହାସଲ କରିଥିବା ବେଳେ ବାଲାନ୍ସ ସିଟ୍ ୨୦ ପ୍ରତିଶତ ବୃଦ୍ଧି ପାଇ ୧୯,୨୧,୯୬୬ କୋଟି ଟଙ୍କା ହୋଇଛି। ବ୍ୟାଙ୍କର ମୋଟ୍ ଏନ୍‌ପିଏ ୧.୨୮ ପ୍ରତିଶତ ଓ ନିଟ୍ ଏନ୍‌ପିଏ ୦.୩୯ ପ୍ରତିଶତ ରହିଛି। ବ୍ୟାଙ୍କର ଇକ୍ୱିଟି ଉପରେ ରିଟର୍ଣ୍ଣ ୧୪.୧୬ ପ୍ରତିଶତ ଓ ପୁଞ୍ଜି ସ୍ୱଚ୍ଛଳତା ହାର ୧୬.୬୭ ପ୍ରତିଶତ ରହିଛି।
ଡିଜିଟାଲ ବ୍ୟାଙ୍କିଂରେ ନିଜର ଅଗ୍ରଣୀ ଭୂମିକା ବଜାୟ ରଖି ଆକ୍ସିସ୍ ବ୍ୟାଙ୍କ ୟୁପିଆଇ ପେୟାର ପିଏସ୍‌ପି ବଜାର ଅଂଶର ୩୮ ପ୍ରତିଶତ ହାସଲ କରିଛି ଏବଂ ଏହାର ୟୁପିଆଇ କାରବାର ପରିମାଣ ୪୮ ପ୍ରତିଶତ ବୃଦ୍ଧି ପାଇଛି। ବ୍ୟାଙ୍କର କର୍ପୋରେଟ୍ ଲୋନ୍ ବୁକ୍ ୩୮ ପ୍ରତିଶତ ବଢ଼ିଥିବା ବେଳେ ମଧ୍ୟମ କର୍ପୋରେଟ୍ ବୁକ୍ ୨୭ ପ୍ରତିଶତ ଓ ଏସ୍‌ଏମ୍‌ଇ ଋଣ ୨୫ ପ୍ରତିଶତ ବୃଦ୍ଧି ପାଇଛି। ବ୍ୟାଙ୍କର ଘରୋଇ ସହାୟକ ସଂସ୍ଥା ଉଲ୍ଲେଖନୀୟ ପ୍ରଦର୍ଶନ କରି ୨୧ ପ୍ରତିଶତ ବୃଦ୍ଧି ସହ ୫୪୬ କୋଟି ଟଙ୍କାର ନିଟ୍ ଲାଭ କରିଛନ୍ତି।
ଏହି ତ୍ରୟମାସିକରେ ବ୍ୟାଙ୍କ ପକ୍ଷରୁ ଡିଜିଟାଲ ନବସୃଜନ, ଏଆଇ ଆଧାରିତ ରୂପାନ୍ତରଣ ଓ ସହଯୋଗିତାରେ ନିବେଶ ଜରିଆରେ ଏକ ଭବିଷ୍ୟତଧର୍ମି ଫ୍ରାଂଚାଇଜି ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ନିଜର ସୁରକ୍ଷିତ ବ୍ୟାଙ୍କିଂ ସ୍ଥିତିକୁ ବଜାୟ ରଖି ପ୍ରଥମ ବ୍ୟାଙ୍କ ଭାବେ ଡିଜିଟାଲ ମାଧ୍ୟମରେ ମୋବାଇଲ ନମ୍ବର ଅପ୍‌ଡେଟ୍ କରିବା ପାଇଁ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଆଧାର ଚେହେରା ପ୍ରମାଣୀକରଣର ଶୁଭାରମ୍ଭ କରାଯାଇଥିଲା। ସୁରକ୍ଷିତ ଓଟିପିମୁକ୍ତ କାର୍ଡ ପେମେଂଟ୍ ନିମନ୍ତେ ବାୟୋମେଟ୍ରିକ୍ ପ୍ରମାଣୀକରଣ ପାଇଁ ଏହା ଫ୍ଲିପ୍‌କାର୍ଟ ଓ ପେୟୁ ସହିତ ସହଯୋଗିତା କରିଥିଲା। ବ୍ୟାଙ୍କ ସ୍ୱତନ୍ତ୍ର ଡିଜିଟାଲ ଲକର ଆଧାରିତ ଶାଖା ଖୋଲିଥିଲା।
ଶ୍ରୀନଗରରେ ପର୍ଯ୍ୟଟନ ପ୍ରସାର ଓ ସମ୍ପ୍ରସାରଣ ଯୋଜନା ସମ୍ମିଳନୀ ଆୟୋଜନ କରି ଏଫ୍‌ଏଚ୍‌ଆର୍‌ଏଆଇ ସହିତ ସହଯୋଗିତାରେ ଏହା ଆତିଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ସହ ନିଜ ସହଯୋଗିତାକୁ ସୁଦୃଢ଼ କରିଛି। ହାଇଦ୍ରାବାଦରେ ଏକ ଶିଳ୍ପ ଗବେଷଣା, ପ୍ରଯୁକ୍ତି ଓ ନବସୃଜନ ପାର୍କ ପାଇଁ ବିଟ୍ ପିଲାନି ସହିତ ବ୍ୟାଙ୍କ ୧୦୦ କୋଟି ଟଙ୍କାର ସହଯୋଗିତା କରିଥିଲା। ଏଥି ସହିତ ଏହା ନିଜର ୨୦୨୫ ବୁରଗୁଣ୍ଡି ପ୍ରାଇଭେଟ୍ ହୁରୁନ ଇଣ୍ଡିଆ ୫୦୦ ରିପୋର୍ଟ ପ୍ରକାଶ କରିଥିଲା।
ଏହି ତ୍ରୟମାସିକରେ ଆକ୍ସିସ୍ ଗ୍ରୁପ୍ ପକ୍ଷରୁ ଆକ୍ସିସ ଫାଇନାନ୍ସ ପାଇଁ ଆକ୍ସିସ୍ ବ୍ୟାଙ୍କ ଓ କେଦାର କ୍ୟାପିଟାଲ୍‌ଠାରୁ ୨୫୦୦ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ଏହି ସମୟ ଭିତରେ ବ୍ୟାଙ୍କ ଇନ୍‌ଫୋସିସ୍ ଫାନାକଲ୍ ଇନୋଭେସନ ଆୱାର୍ଡସ୍‌, ପିଡବ୍ଲ୍ୟୁଏମ୍ ୱେଲ୍‌ଥଟେକ୍ ଆୱାର୍ଡସ୍ ୨୦୨୬ ଓ ଫାଇନାନ୍ସିଆଲ ଏକ୍ସପ୍ରେସ୍ ବେଷ୍ଟ ଡିଜିଟାଲ ବ୍ୟାଙ୍କ ଅଫ୍ ଦି ଇୟର ୨୦୨୬ ପୁରସ୍କାର ଜିତିଥିଲା।
ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଗ୍ରାହକଙ୍କ ଅଭିଳାଷ ବଢ଼ିବା ଓ ପ୍ରଯୁକ୍ତି ଜରିଆରେ ଆର୍ଥିକ ସେବା କ୍ଷେତ୍ରରେ ପରିବର୍ତ୍ତନ ହେଉଥିବା ବେଳେ ଏଭଳି ଏକ ଫ୍ରାଚାଂଇଜି ଗଠନ ଉପରେ ଆମର ଧ୍ୟାନ ରହିଛି ଯେଉଁଥିରେ ବିଶ୍ୱାସ, ନବସୃଜନ ଓ ସ୍ଥାୟିତ୍ୱର ବ୍ୟାପକ ମିଶ୍ରଣ ରହିବ। ଏହି ତ୍ରୈମାସିକରେ ଆମେ ଡିଜିଟାଲ ସୁରକ୍ଷାକୁ ସୁଦୃଢ଼ କରିବା, ଗ୍ରାହକ ଯାତ୍ରାର ସରଳୀକରଣ ପାଇଁ ଏଆଇ ବ୍ୟବହାର କରିବା, ଅଭିବୃଦ୍ଧି ପ୍ଲାଟଫର୍ମର ସମ୍ପ୍ରସାରଣ କରିବା ଓ ଏଭଳି ଏକ ବ୍ୟବସ୍ଥାକୁ ସମର୍ଥନ କରିବା ଯାହା ଅର୍ଥନୈତିକ ପ୍ରଗତିକୁ ଆଗକୁ ବଢ଼ାଇବ। ସେହି ନିବେଶଗୁଡ଼ିକ ଜରିଆରେ ଆମେ ଆମ ଗ୍ରାହକ, ଅଂଶୀଦାର ଓ ସେବା ପ୍ରଦାନ କରୁଥିବା ସମୁଦାୟ ପାଇଁ ସହନଶୀଳ ମୂଲ୍ୟ ଗଠନ କରିବା ଆଶା ରଖିଛୁ।”

Related Post