ଆଜିର ଖାସ ଖବର
Tue. Apr 28th, 2026

ଆକ୍ସିସ୍ ବ୍ୟାଙ୍କର ଟିକସ ପରବର୍ତ୍ତୀ ଲାଭ ୯% ବୃଦ୍ଧି ପାଇଁ ୭୦୭୧ କୋଟି ଟଙ୍କା

By Admin_Dainkasha Apr28,2026

ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ୨୦୨୫-୨୬ ଆର୍ଥିକ ବର୍ଷକୁ ଚମତ୍କାର ଢଙ୍ଗରେ ଶେଷ କରିଛି। ଏହି ବର୍ଷର ଚତୁର୍ଥ ତ୍ରୈମାସିକରେ ବ୍ୟାଙ୍କର ଟିକସ ପରବର୍ତ୍ତୀ ଲାଭ ୯ ପ୍ରତିଶତ ବୃଦ୍ଧି ପାଇ ୭୦୭୧ କୋଟି ଟଙ୍କା ହୋଇଛି। ବ୍ୟାଙ୍କର ଅଗ୍ରୀମ ପରିମାଣ ବାର୍ଷିକ ଭିତ୍ତିରେ ୧୯ ପ୍ରତିଶତ ଓ ମୋଟ୍ ଜମା ୧୪ ପ୍ରତିଶତ ବୃଦ୍ଧି ପାଇଛି। କାସା ଅନୁପାତ ୪୦ ପ୍ରତିଶତ ରହିଛି। ନିଟ୍ ସୁଧ ଆୟ ୫ ପ୍ରତିଶତ ଏବଂ ଫି’ ଆୟ ୮ ପ୍ରତିଶତ ବଢ଼ିଛି। ରିଟେଲ ଫିରେ ୧୧ ପ୍ରତିଶତର ବୃଦ୍ଧି ହୋଇଛି।
ବିଶ୍ୱସ୍ତରୀୟ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ବ୍ୟାଭ୍‌କ ପକ୍ଷରୁ ୨୦୦୧ କୋଟି ଟଙ୍କାର ପ୍ରୋଭିଜନିଂ କରାଯାଇଛି। ଏହି ତ୍ରୈମାସିକରେ ବ୍ୟାଙ୍କ ୧ ନିୟୁତ କ୍ରେଡିଟ୍ କାର୍ଡ ଗ୍ରାହକ ହାସଲ କରିଥିଲା ଯାହା ଫଳରେ ବଜାର ଅଂଶ ୧୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ତିନି ମାସରେ ଏସଏମଇ ଋଣ ୨୪ ପ୍ରତିଶତ, କର୍ପୋରେଟ୍ ଋଣ ୩୮ ପ୍ରତିଶତ ଓ ମିଡ୍ କର୍ପୋରେଟ୍ ଋଣ ୩୩ ପ୍ରତିଶତ ବଢ଼ିଛି।
ଗ୍ରାହକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆକ୍ସିସ ବ୍ୟାଭ୍‌କ ପକ୍ଷରୁ ଏହାର ଓପନ୍ ଆପ୍‌ରେ ସେଫ୍‌ଟି ସେଂଟର୍ ଓ ଶିଳ୍ପର ପ୍ରଥମ ସେଣ୍ଡର ଆଇଡି ଭିତ୍ତିକ ପ୍ରମାଣୀକରଣ ସମାଧାନ ଏସ୍‌ଏମ୍‌ଏସ୍ ସିଲ୍‌ଡର ଶୁଭାରମ୍ଭ କରାଯାଇଛି।
ବ୍ୟାଙ୍କ ଏହାର ସହଯୋଗିତାକୁ ବମାଇ ଭାରତରେ ଟେସ୍‌ଲାର ପସନ୍ଦର ଫାଇନାନ୍ସରରେ ପରିଣତ ହୋଇଛି ଏବଂ ଇଣ୍ଡିଗୋ ସହ ସହଯୋଗିତାରେ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ପ୍ରଚଳନ କରିଛି। ହାୟାର ଟ୍ରେନ୍ ଡେପ୍ଲୟ କାର୍ଯ୍ୟକ୍ରମ ପାଇଁ ଏହା ଆଡ୍ଡା୨୪୭ ସହ ସହଯୋଗିତା କରିଛି।
ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇ ଏହା ସୁନା ଋଣ ଜରିଆରେ ଏମଏସଏମଇ ଋଣ ହାସଲ କରିବା ସୁବିଧା ଆରମ୍ଭ କରିଛି ଓ ସମାନ ଦିନ ଆବଂଟନ ପ୍ରଦାନ କରାଯାଉଛି। ଏହାର ଗୋଲଡେନ୍ ଟେମ୍ପୁଲ ଶାଖା ସହ ସମ୍ପ୍ରସାରଣ କରିଥିବା ବେଳେ ବିିଡିପିଓ ଅଭିଯାନ ଜରିଆରେ ଗ୍ରାମୀଣ ଅଂଚଳରେ ଉପସ୍ଥିତି ବିସ୍ତାର କରିଛି। “ମିସିଂ ହାଫ୍‌: ଓମେନ୍ ଆଣ୍ଡ୍ ଇଣ୍ଡିଆଜ୍ ଗ୍ରୋଥ୍ ଚ୍ୟାଲେଞ୍ଜ’ ରିପୋର୍ଟ ଜରିଆରେ ଏହା ନିଜର ନେତୃତ୍ୱରେ ଉନ୍ନତି ଆଣିଛି ଏବଂ ସ୍ପ୍ଲାସ୍ ଓ ଦିଲ୍ ସେ ଓପନ୍‌-ଅସ୍‌ଲି କେୱାଇସି ସହ ବ୍ରାଣ୍ଡ୍ ସହଯୋଗିତା କରିଛି।
ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ବ୍ୟାଙ୍କ ଅଧିକ ଡିଜିଟାଲ ହେଉଥିବା ବେଳେ ବିଶ୍ୱାସ, ସୁରକ୍ଷା ଓ ପ୍ରାସଙ୍ଗିକତା ମୂଳଦୁଆ ହୋଇରହିଛି। ଏହି ତ୍ରୈମାସିକର ଅଭିଯାନ ଗ୍ରାହକଙ୍କୁ ସଶକ୍ତ କରିବା, ସହଯୋଗୀ ବ୍ୟବସ୍ଥାରେ ନିବେଶ କରିବା ଏବଂ ଅଭିବୃଦ୍ଧିକୁ ସକ୍ଷମ କରିବା ପାଇଁ ପ୍ରତିଭା ଓ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା ପାଇଁ ଆମ ଅଭିପ୍ରାୟକୁ ପ୍ରତିଫଳିତ କରୁଛି। ଆମେ ବର୍ଷକୁ ଦୃଢ଼ ଭାବରେ ଶେଷ କରିଛୁ ଓ ଆମର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା କ୍ଷେତ୍ରରେ ନିରନ୍ତର ଅଭିବୃଦ୍ଧି ହାସଲ କରିଛୁ। ଆମେ ନୂତନ ଆର୍ଥିକ ବର୍ଷରେ ବିଶ୍ୱାସ ଓ ଉଚ୍ଚାକାଂକ୍ଷା ସହ ପ୍ରବେଶ କରିଥିବା ବେଳେ ଏକ ଅଧିକ ସ୍ଥାୟୀ ଫ୍ରାଂଚାଇଜି ଗଠନ ଉପରେ ଆମର ଗୁରୁତ୍ୱ ରହିଛି ଏବଂ ବିଶ୍ୱସ୍ତରୀୟ ଘଟଣା ଓ ଭୂରାଜନୈତିକ ସଙ୍କଟକୁ ନେଇ ଆମେ ସଚେତନ ରହିଛୁ ଏବଂ ତାହା ଉପରେ ତୀକ୍ଷ୍‌ଣ ନଜର ରଖିଛୁ।”

Related Post