ଆଜିର ଖାସ ଖବର
Sat. May 30th, 2026

ବଜାଜ ଆଲିଆଞ୍ଜ ଲାଇଫର ନୂଆ ଗ୍ୟାରେଂଟେଡ ପେନସନ ଗୋଲ -୨ ପ୍ଲାନ ଘୋଷଣା

By Admin_Dainkasha Feb20,2025
Bajaj Allianz Life Unveils Guaranteed Pension Goal II with Industry-First 30-Year Deferment Option

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ବୀମା କମ୍ପାନି ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ନୂଆ ବଜାଜ ଆଲିଆଞ୍ଜ ଲାଇଫ ଗ୍ୟାରେଂଟେଡ ପେନସନ ଗୋଲ-୨ ଘୋଷଣା କରାଯାଇଛି। ଏହା ହେଉଛି ଏକ ନନ-ଲିଙ୍କଡ, ଅଣ-ଅଂଶଗ୍ରହଣକାରୀ ଓ ଡେଫରଡ ଆନୁଇଟି ପ୍ଲାନ ଯାହାକୁ ଲୋକମାନଙ୍କ ଅବସରକାଳୀନ ଯୋଜନାରେ ବିନିଯୋଗ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ କରାଯାଇଛି। ଏହା ହେଉଛି ଶିଳ୍ପର ପ୍ରଥମ ପ୍ଲାନ ଯେଉଁଥିରେ ୩୦ ବର୍ଷ ପର୍ଯ୍ୟନ୍ତ ଡେଫର (ବିଳମ୍ବ) କରିବାର ସୁବିଧା ରହିଛି। ଏହା ୩୫ ବର୍ଷ ଭଳି କମ ବୟସର ଯୁବକମାନଙ୍କୁ ନିଜ ଆର୍ôଥକ ଭବିଷ୍ୟତ ସୁରକ୍ଷିତ କରିବା ଲାଗି ସୁବିଧା ପ୍ରଦାନ କରିବ।
ନିକଟରେ ବଜାଜ ଆଲିଆଞ୍ଜ ଲାଇଫ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ଏକ ସୁରକ୍ଷିତ ଓ ଚାପ ମୁକ୍ତ ଅବସର ସମୟ ପାଇଁ ୭୭ ପ୍ରତିଶତ ଭାରତୀୟ ଜୀବନ ବୀମାକୁ ପସନ୍ଦର ଆର୍ôଥକ ବିକଳ୍ପ ଭାବେ ଦେଖୁଛନ୍ତି। ଆଗୁଆ ଅବସରକାଳୀନ ଯୋଜନା ପ୍ରସ୍ତୁତ କରିବା ନେଇ ଯୁବ ପ୍ରଫେସନାଲମାନଙ୍କ ମଧ୍ୟରେ ବଢ଼ୁଥିବା ସଚେତନତା ଉପରେ ଏହା ଆଲୋକପାତ କରିଥିଲା। ଗ୍ରାହକମାନଙ୍କ ସେହି ଆବଶ୍ୟକତା ପୂରଣ କରିବା ଲାଗି ବଜାଜ ଆଲିଆଞ୍ଜ ଲାଇଫ ଗ୍ୟାରେଟେଂଡ ପେନସନ ଗୋଲ-୨ ପ୍ଲାନକୁ ପ୍ରସ୍ତୁତ କରାଯାଇଛି ଯାହା ଶିଳ୍ପର ପ୍ରଥମ ୩୦ ବର୍ଷର ଡେଫରଡ ଅବଧି ସହିତ ଲୋକମାନଙ୍କୁ ନିଜ ଅବସରକାଳୀନ ପାଣ୍ଠି ଗଠନ କରିବା ଏବଂ ଆର୍ôଥକ ବିନିଯୋଗରେ ସ୍ୱାଧୀନତା ପ୍ରଦାନ କରୁଛି।
ଏ ସମ୍ପର୍କରେ ବଜାଜ ଆଲିଆଞ୍ଜ ଲାଇଫର ଏମଡି ଓ ସିଇଓ ଶ୍ରୀ ତରୁଣ ଚୁଗ କହିଛନ୍ତି ଯେ, “ଉନ୍ନତ ସ୍ୱାସ୍ଥ୍ୟ ସେବା ସହିତ ଭାରତରେ ଲୋକଙ୍କ ବଂଚିବା ହାର ବଢ଼ିଥିବା ବେଳେ ବହୁ ଲୋକ ୮୦ ଓ ୯୦ ବର୍ଷ ବୟସରେ ଭଲ ଭାବେ ଜୀବନ ଅତିବାହିତ କରୁଛନ୍ତି। ଏହାର ଅର୍ଥ ହେଉଛି ଜଣେ ବ୍ୟକ୍ତି ନିୟମିତ ଆୟ ବିନା ୨୫-୩୦ ବର୍ଷ ବଂଚିବେ। ସେଥିପାଇଁ ଅବସରକାଳୀନ ଯୋଜନା ପ୍ରସ୍ତୁତ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ବିଶ୍ୱସ୍ତରରେ ସାମାଜିକ ସୁରକ୍ଷା ଜରିଆରେ ଲୋକମାନେ ଦ୍ୱିତୀୟ ଆୟ ବିକଳ୍ପ ପାଉଥିବା ବେଳେ ଭାରତୀୟଙ୍କ ପାଇଁ ସେହି ସୁବିଧା ନାହିଁ। ତେଣୁ ଢ଼ାଂଚାଗତ ଅବସରକାଳୀନ ସମାଧାନ ଜରିଆରେ ଆମକୁ ସେହି ଅଭାବ ପୂରଣ କରିବାକୁ ହେବ। ସେଥିପାଇଁ ଆମେ ବଜାଜ ଆଲିଆଞ୍ଜ ଲାଇଫ ଗ୍ୟାରେଂଟେଡ ପେନସନ ଗୋଲ-୨ ପ୍ରସ୍ତୁତ କରିଛୁ ଯାହା ଲୋକମାନଙ୍କୁ ୩୫ ବର୍ଷ ବୟସ ଭଳି କମ ବସୟରୁ ଆଗୁଆ ଅବସର ଯୋଜନା ଆରମ୍ଭ କରିବାର ଅନୁମତି ଦେଉଛି। ଶିଳ୍ପର ପ୍ରଥମ ୩୦ ବର୍ଷ ଡେଫର ବିକଳ୍ପ ଏବଂ ଏକାଧିକ ଆନୁଇଟି ବିକଳ୍ପ ସହିତ ଏହି ପ୍ଲାନ ଜୀବନରେ ଦ୍ରୁତ ଆୟ ସ୍ରୋତକୁ ସୁନିଶ୍ଚିତ କରୁଛି ଯାହା ଦ୍ୱାରା ଗ୍ରାହକମାନେ ବିଶ୍ୱାସର ସହିତ ସେମାନଙ୍କ ଜୀବନ ଲକ୍ଷ୍ୟ ଓ ଆର୍ôଥକ ସ୍ୱାଧୀନତା ହାସଲ କରିପାରିବେ।”
ବଜାଜ ଆଲିଆଞ୍ଜ ଲାଇଫ ଗ୍ୟାରେଂଟେଡ ପେନସନ ଗୋଲ-୨ର ବିଶେଷତ୍ୱଗୁଡ଼ିକ ହେଉଛି ଏକାଧିକ ଆନୁଇଟି ବିକଳ୍ପ, ଶିଳ୍ପର ପ୍ରଥମ ୩୦ ବର୍ଷର ଡେଫରମେଂଟ, କ୍ରୟ ମୂଲ୍ୟରେ କଷ୍ଟମାଇଜ ରିଟର୍ଣ୍ଣ, ଗ୍ୟାରେଂଟି ଜୀବନବ୍ୟାପୀ ଆୟ ଓ ଏନପିଏସ ସବସ୍କ୍ରାଇବରମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା।

Related Post