ଆଜିର ଖାସ ଖବର
Thu. Apr 16th, 2026

ଘରୋଇ ବଜାରରେ ଗ୍ରୀନ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର ବଣ୍ଡ୍ ଜାରି କରିବାରେ ବ୍ୟାଙ୍କ୍ ଅଫ୍ ବରୋଦା ଭାରତର ପ୍ରଥମ ବ୍ୟାଙ୍କ୍

By Admin_Dainkasha Mar8,2026

ଭୁବନେଶ୍ୱର: ଭାରତର ଅନ୍ତର୍ଜାତୀୟ ବ୍ୟାଙ୍କ୍‌-ବ୍ୟାଙ୍କ୍ ଅଫ୍‌ ବରୋଦା’ ପକ୍ଷରୁ ‘ସିରିଜ୍‌-୧ ଦୀର୍ଘକାଳୀନ ଗ୍ରୀନ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର (ସବୁଜ ଭିତ୍ତିଭୂମି) ବଣ୍ଡ୍‌’ ଜାରି କରି ସଫଳତାର ସହ ୧୦,୦୦୦ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଏଥି ସହିତ ଘରୋଇ ଗ୍ରୀନ୍ ବଣ୍ଡ୍ ଜାରି କରିବାରେ ବ୍ୟାଙ୍କ୍ ଅଫ୍‌ ବରୋଦା ଭାରତର ପ୍ରଥମ ବ୍ୟାଙ୍କ୍ ହୋଇଛି।
ଏହି ବଣ୍ଡ୍ ନିବେଶକମାନଙ୍କ ମଧ୍ୟରେ ଅତ୍ୟଧିକ ଚାହିଦା ସୃଷ୍ଟି କରିଥିଲା। ଏଥିରେ ସମୁଦାୟ ୧୬,୪୧୫ କୋଟି ଟଙ୍କାର ବିଡ୍ ଆସିଥିଲା ଯାହା ମୂଳ ଇସ୍ୟୁ ଆକାର ୫,୦୦୦ କୋଟି ଟଙ୍କାର ତିନି ଗୁଣରୁ ଅଧିକ। ଏହି ସାତ ବର୍ଷିଆ ବଣ୍ଡ ଏନ୍‌ଏସ୍‌ଇର ଇବିପି ପ୍ଲାଟଫମ୍‌ର୍ ରେ ୫,୦୦୦ କୋଟି ଟଙ୍କାର ମୂଳ ଇସ୍ୟୁ ଏବଂ ୫,୦୦୦ କୋଟି ଟଙ୍କାର ଗ୍ରୀନ୍ ସୁ ବିକଳ୍ପ ସହିତ ରଖାଯାଇଥିଲା। ବର୍ତ୍ତମାନର ବଜାର ଅସ୍ଥିରତା ସତ୍ତ୍ୱେ ବ୍ୟାଙ୍କ୍ ୭.୧୦%ର ଏକ ପ୍ରତିଯୋଗିତାମୂଳକ କଟ୍‌-ଅଫ୍ କୁପନ୍ ହାର ହାସଲ କରିଛି ଯାହା ବ୍ୟାଙ୍କ୍ ଉପରେ ନିବେଶକମାନଙ୍କ ଦୃଢ଼ ବିଶ୍ୱାସକୁ ଦର୍ଶାଉଛି।
ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କାରଣରୁ ବ୍ୟାଙ୍କ୍ ବଜାରରୁ ପ୍ରଭାବଶାଳୀ ଭାବରେ ଏକ ‘ଗ୍ରୀନିୟମ୍‌’ ହାସଲ କରିଛି ଯାହା ଏହାର ସ୍ଥାୟୀ ଏବଂ ସବୁଜ ନିବେଶ ପ୍ରତି ପ୍ରତିବଦ୍ଧତା ଏବଂ ଇଏସଜି ରୋଡମ୍ୟାପର ସଶକ୍ତ ସ୍ଥିତି ଯୋଗୁଁ ସମ୍ଭବ ହୋଇଛି।
ଏ ସମ୍ପର୍କରେ ବ୍ୟାଙ୍କ୍ ଅଫ୍‌ ବରୋଦାର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଡକ୍ଟର ଦେବଦତ୍ତ ଚାନ୍ଦ କହିଛନ୍ତି ଯେ, ଗ୍ରୀନ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର ବଣ୍ଡ୍ ପ୍ରଦାନ ବ୍ୟାଙ୍କ୍ ଅଫ୍‌ ବରୋଦା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଓ ଭାରତର ଘରୋଇ ଇଏସଜି ବଣ୍ଡ୍ ବଜାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଏଭଳି ଦୃଢ଼ ଚାହିଦା ଓ ଆକର୍ଷଣୀୟ ମୂଲ୍ୟ ସହିତ ୧୦,୦୦୦ କୋଟି ଟଙ୍କା ସଂଗ୍ରହ କରିବା ଦର୍ଶାଉଛି ଯେ ଆମର ଇଏସଜି ଯାତ୍ରାର ଅଂଶସ୍ୱରୂପ ସବୁଜ ଏବଂ ସ୍ଥାୟୀ ଅଭିବୃଦ୍ଧି ପ୍ରତି ରହିଥିବା ପ୍ରତିବଦ୍ଧତା ଏବଂ ବ୍ୟାଙ୍କ୍ ଉପରେ ନିବେଶକମାନଙ୍କ ଗଭୀର ବିଶ୍ୱାସ ରହିଛି। ଏହି ପାଣ୍ଠି ଭାରତର ଭିତ୍ତିଭୂମି ଆବଶ୍ୟକତାକୁ ସହାୟତା କରିବ ଏବଂ ଏକ ସ୍ୱଚ୍ଛ, ସବୁଜ ଏବଂ ଅଧିକ ସ୍ଥାୟୀ ଭବିଷ୍ୟତ ଆଡକୁ ଅଗ୍ରସର ହେବାରେ ସାହାଯ୍ୟ କରିବ।”
ଗ୍ରୀନ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର ବଣ୍ଡ୍‌ରୁ ମିଳିଥିବା ଅର୍ଥକୁ ବ୍ୟାଙ୍କ୍‌ର ସବୁଜ ଫାଇନାନ୍ସ ଫ୍ରେମୱାର୍କ ଓ ପ୍ରଯୁଜ୍ୟ ନିୟାମକ ନିର୍ଦ୍ଦେଶାବଳୀ ଅନୁଯାୟୀ ଯୋଗ୍ୟ ସବୁଜ ପ୍ରକଳ୍ପଗୁଡ଼ିକରେ ବିନିଯୋଗ କରାଯିବ। ଏହା ଅକ୍ଷୟ ଶକ୍ତି ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ସ୍ଥାୟୀ ଭିତ୍ତିଭୂମି ପ୍ରକଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ଦୀର୍ଘକାଳୀନ ପାଣ୍ଠି ଯୋଗାଇବାରେ ସକ୍ଷମ ହେବ।
କେୟାର ରେଟିଙ୍ଗସ୍ ଏବଂ ଇକ୍ରା(ଆଇସିଆରଏ) ଦ୍ୱାରା ଏହି ବଣ୍ଡ୍‌କୁ ‘ସ୍ଥିର’ ଆଉଟଲୁକ୍ ସହିତ ‘ଏଏଏ’ ମାନ୍ୟତା ଦିଆଯାଇଛି।

Related Post