ଆଜିର ଖାସ ଖବର
Sun. May 31st, 2026

କ୍ୟାମ୍ପସ ଆକ୍ଟିଭଓୟାର ପକ୍ଷରୁ ମହିଳା ବର୍ଗ ପାଇଁ କ୍ରୀତି ସେନନଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଘୋଷଣା

By Admin_Dainkasha Sep2,2025

ଭୁବନେଶ୍ୱର/କଟକ: ଦେଶର ଅଗ୍ରଣୀ ସ୍ପୋର୍ଟସ ଓ ଆଥିଲିଜର ଫୁଟଓୟାର ବ୍ରାଣ୍ଡ କ୍ୟାମ୍ପସ ଆକ୍ଟିଭଓୟାର ପକ୍ଷରୁ ଜାତୀୟ ପୁରସ୍କାର ବିଜୟିନୀ ବଲିଉଡ ଅଭିନେତ୍ରୀ କ୍ରୀତି ସେନନଙ୍କୁ କମ୍ପାନିର ମହିଳା ବର୍ଗର ଉତ୍ପାଦ ପାଇଁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଘୋଷଣା କରାଯାଇଛି। ଏହି ସହଯୋଗିତା କେବଳ ଏକ ବ୍ରାଣ୍ଡ ଓ ସେଲିବ୍ରିଟି ଭିତରେ ସହଯୋଗିତା ନୁହେଁ, ଏହା ହେଉଛି ଭାରତରେ ମହିଳା ଫୁଟଓୟାର ବର୍ଗର ଭବିଷ୍ୟତ ଗଠନ କରିବା ପାଇଁ କ୍ୟାମ୍ପସର ରହିଥିବା ଲକ୍ଷ୍ୟର ପ୍ରତିଫଳନ।
କ୍ରୀତି ସେନନ ନିଜର ସାହସିକ କ୍ୟାରିୟର ଚୟନ, ବିବିଧ ଭୂମିକାରେ ଅଭିନୟ କରିବା ଏବଂ ଆଜିର ମହିଳାର ମହିଳାମାନଙ୍କ ଭାବର ପ୍ରତିଫଳନ ଭାବେ ପରିଚିତ। ଜଣେ ଇଞ୍ଜିନିୟରିଂ ସ୍ନାତକରୁ ସେ ଭାରତର ଅନ୍ୟତମ ପସନ୍ଦର ଅଭିନେତ୍ରୀରେ ପରିଣତ ହୋଇପାରିଛନ୍ତି। ସେ ହେଉଛନ୍ତି ନିଷ୍ଠା, ବ୍ୟକ୍ତିତ୍ୱ ଓ ଷ୍ଟାଇଲ ପାଇଁ ପ୍ରେରଣା।
ଅନ୍ୟପକ୍ଷରେ ସ୍ନିକରକୁ ଲୋକଙ୍କ ନିକଟତର କରିବାରେ କ୍ୟାମ୍ପସ ଆକ୍ଟିଭଓୟାର ଅଗ୍ରଣୀ ରହିଛି। ବିଗତ ବର୍ଷଗୁଡ଼ିକରେ ଏହି ପ୍ରତିବଦ୍ଧତା ବଳରେ କମ୍ପାନିର ମହିଳା ପୋର୍ଟଫୋଲିଓରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। କ୍ରୀତି ସେନନଙ୍କୁ ନିଯୁକ୍ତ କରିବା ହେଉଛି ଏହି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ସହଯୋଗିତା ସମ୍ପର୍କରେ କ୍ୟାମ୍ପସ ଆକ୍ଟିଭଓୟାର ଲିମିଟେଡର ସିଇଓ ଓ ପୂର୍ଣ୍ଣକାଳୀନ ନିର୍ଦେଶକ ନିଖିଲ ଅଗ୍ରୱାଲ କହିଛନ୍ତି ଯେ, “କ୍ୟାମ୍ପସର ମହିଳା ବର୍ଗ ପାଇଁ କ୍ରୀତି ସେନନଙ୍କୁ ଚେହେରା ଭାବେ ଘୋଷଣା କରି ଆମେ ରୋମାଂଚିତ। ତାଙ୍କ ଆକାଂକ୍ଷା, ବିବିଧତା ଓ ଅସଲିପଣ ଆଜିର ଭାରତୀୟ ମହିଳାଙ୍କ ଭାବକୁ ତୋଳି ଧରିଛି ଏବଂ ଏହି ବର୍ଗ ପାଇଁ ଆମ ଲକ୍ଷ୍ୟ ସହ ସମନ୍ୱିତ ରହିଛି। ଆମ ପାଇଁ ମହିଳା ସ୍ପୋର୍ଟସ ଓ ଆଥିଲିଜର ଅଭିବୃଦ୍ଧି ବଢ଼ାଇବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ଏବଂ ଲୋକମାନଙ୍କ ସହ ଯୋଡ଼ିହେବାରେ କ୍ରୀତିଙ୍କ ଦକ୍ଷତାକୁ ନେଇ ଆମେ ଏହି ଧାରା ବଜାୟ ରଖିବା ସହିତ ଆମର ଡିଜାଇନ ପରିଭାଷାରେ ଉନ୍ନତି ଆଣିବା, ମହିଳଳାମାନଙ୍କ ପାଇଁ ନବସୃଜନ ପ୍ରଦାନ କରିବା ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ବର୍ଗରେ କ୍ୟାମ୍ପସର ଅଗ୍ରଣୀ ସ୍ଥାନକୁ ସୁଦୃଢ଼ କରିବାକୁ ଚାହୁଛୁ।”
ଏହି ସହଯୋଗିତା ସମ୍ପର୍କରେ କ୍ରୀତି କହିଛନ୍ତି ଯେ, “ଆପଣ ଯାହା, ଆପଣଙ୍କୁ ଯାହା କୁହାଯାଉଛି ତାହା ନୁହେଁ, ତାହା ଆପଣଙ୍କ ଷ୍ଟାଇଲ ପରିପ୍ରକାଶ କରିବା ଦରକାର ଉପରେ ମୋର ସର୍ବଦା ବିଶ୍ୱାସ ରହିଛି। ମୋ ପାଇଁ ବିଶିଷ୍ଟ ଭାରତୀୟ ସ୍ନିକର ବ୍ରାଣ୍ଡ କ୍ୟାମ୍ପସ ସେହି ବିଶ୍ୱାସର ପ୍ରତୀକ ଯାହା ଫୁଟଓୟାରକୁ ମହିଳାମାନଙ୍କ ଭଳି ବିବିଧ ଭୂମିକା ନିର୍ବାହ କରିବା ଓ ଆରାମ ଓ ଷ୍ଟାଇଳ ପ୍ରଦାନ କରିବା ଭଳି ପ୍ରସ୍ତୁତ କରାଯାଇଛି। କ୍ୟାମ୍ପସ ପରିବାର ସହ ଏବଂ ଏକ ଲକ୍ଷ୍ୟ ଯାହା ନିଜର ଭଳି ଲାଗୁଛି ତାହା ସହ ଯୋଡ଼ି ହୋଇ ମୁଁ ବେଶ ଉତ୍ସାହିତ ଯାହା ବ୍ୟକ୍ତିତ୍ୱର ଭାବକୁ ପାଳନ କରୁଥିବା ବେଳେ ନିଜ ବିନା ଦ୍ୱିଧାରେ ନିଜ ପାଇଁ ଚୟନ କରିବା ଲାଗି ମହିଳାମାନଙ୍କୁ ଅନୁପ୍ରାଣିତ କରିବ।”

Related Post