ଆଜିର ଖାସ ଖବର
Fri. Sep 11th, 2026

କେୟାର ହେଲଥ୍ ଇନସ୍ୟୁରାନ୍ସ ପକ୍ଷରୁ ମଶା ବାହିତ ରୋଗ ସମ୍ପର୍କରେ ଜନସ୍ୱାସ୍ଥ୍ୟ ପରାମର୍ଶ ଜାରି

By Admin_Dainkasha Aug20,2026

ଭୁବନେଶ୍ୱର: ମୌସୁମୀ ପ୍ରଭାବରେ ଡେଙ୍ଗୁ, ମ୍ୟାଲେରିଆ ଓ ଚିକୁନଗୁନିଆ ଭଳି ମଶା ବାହିତ ରୋଗର ଆଶଙ୍କା ବଢ଼ିଥିବାରୁ କେୟାର ହେଲଥ୍ ଇନସ୍ୟୁରାନ୍ସ ପକ୍ଷରୁ ନାଗରିକମାନଙ୍କୁ ସଜାଗ ରହିବା, ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଓ ସମୟୋଚିତ ଚିକିତ୍ସା ସେବା ନେବା ପାଇଁ ଅନୁରୋଧ କରି ଏକ ଜନସ୍ୱାସ୍ଥ୍ୟ ପରାମର୍ଶ ଜାରି କରାଯାଇଛି। ଏହି ରୋଗଗୁଡ଼ିକ ଅଧିକାଂଶ ସମୟରେ ପ୍ରତିରୋଧଯୋଗ୍ୟ ହୋଇଥିବା ବେଳେ ମୌସୁମୀ ସମୟରେ ତାହା ବାରମ୍ବାର ଦେଖାଦେଉଥିବା ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ଯାହା ପ୍ରାୟତଃ ଗମ୍ଭୀର ଅସୁସ୍ଥତା ଓ ଅପ୍ରତ୍ୟାଶିତ ଚିକିତ୍ସା ଖର୍ଚ୍ଚର କାରଣ ହୋଇଥାଏ।
ଭାରତ ମୌସୁମୀ ଋତୁ ପ୍ରମୁଖ ସମୟରେ ପ୍ରବେଶ କରୁଥିବାରୁ ଋତୁକାଳୀନ ସ୍ୱାସ୍ଥ୍ୟଗତ ପ୍ରଭାବକୁ କମ୍ କରିବା ପାଇଁ ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପ୍ରସ୍ତୁତି ବ୍ୟବସ୍ଥାକୁ ଜୋରଦାର କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ରୋଗ ଉପରେ ନଜର ରଖିବା, ଭେକ୍ଟର ନିୟନ୍ତ୍ରଣ, ଗୋଷ୍ଠୀ ସଚେତନତା ଓ ସ୍ୱାସ୍ଥ୍ୟସେବା ପ୍ରସ୍ତୁତିକୁ ସୁଦୃଢ଼ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସମାନ ପରିସ୍ଥିତିରେ ହସ୍ପିଟାଲଗୁଡ଼ିକ ଶଯ୍ୟା, ଔଷଧ, ରୋଗ ନିରୂପଣ, ରକ୍ତର ଉପାଦାନ ଓ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପର୍ଯ୍ୟାପ୍ତ ଉପଲବ୍ଧତା ନିଶ୍ଚିତ କରିବା ପାଇଁ ଉପାୟ ପ୍ରସ୍ତୁତ କରୁଛନ୍ତି ଯାହା ଦ୍ୱାରା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିପାରୁଥିବା କୌଣସି ବି ମାମଲାର ବୃଦ୍ଧିକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରାଯାଇପାରିବ।
ଅପ୍ରତ୍ୟାଶିତ ଚିକିତ୍ସା ଆବଶ୍ୟକତା ପରିବାରଗୁଡ଼ିକ ଉପରେ ଆର୍ôଥକ ଚାପ ସୃଷ୍ଟି କରିଥାଏ। କେୟାର ହେଲଥ୍ ଇନସ୍ୟୁରାନ୍ସ ଲୋକମାନଙ୍କୁ ନିମ୍ନଲିଖିତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଉଛି:
ଆପଣଙ୍କ ଘର ଓଚାରିପାଖକୁ ନିୟମିତ ଭାବରେ ନିରୀକ୍ଷଣ କରନ୍ତୁ ଏବଂ କୁଲର, ବାଲଟି, ଫୁଲକୁଣ୍ଡ, ଟାୟାର, ଓଭରହେଡ୍ ଟାଙ୍କି ଓ ଅନ୍ୟାନ୍ୟ ପାତ୍ର ଯେଉଁଠାରେ ମଶା ବଂଶବୃଦ୍ଧି କରିପାରନ୍ତି ସେଠାରୁ ଜମା ହୋଇଥିବା ପାଣି ବାହାର କରନ୍ତୁ।
ମଶା ନିବାରକ ବ୍ୟବହାର କରନ୍ତୁ। ପୂରା ଶରୀର ଘୋଡ଼ାଇ ହେଉଥିବା ପୋଷାକ ପିନ୍ଧନ୍ତୁ ଏବଂ ଛୋଟପିଲା, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତିମାନଙ୍କ ପାଇଁ ମଶା ସ୍କ୍ରିନ୍ କିମ୍ବା ମଶାରୀ ଲଗାନ୍ତୁ।
ଯଦି ଆପଣ କ୍ରମାଗତ ଜ୍ୱର, ପ୍ରବଳ ମୁଣ୍ଡବିନ୍ଧା, ଶରୀର ବିନ୍ଧା, କ୍ଲାନ୍ତି କିମ୍ବା ମଶାବାହିତ ରୋଗ ସହିତ ଜଡ଼ିତ ଅନ୍ୟାନ୍ୟ ଲକ୍ଷଣ ଅନୁଭବ କରୁଛନ୍ତି ତେବେ ନିଜର ଚିକିତ୍ସା କରାନ୍ତୁ। ନିଜେ ଔଷଧ ଖାଇବାରୁ ନିବୃତ ରୁହନ୍ତୁ ଏବଂ ନିର୍ଦ୍ଧାରିତ ଚିକିତ୍ସାକୁ ସମ୍ପୂର୍ଣ୍ଣ କରନ୍ତୁ।
ପର୍ଯ୍ୟାପ୍ତ ଜଳୀୟ ଅଂଶ ବଜାୟ ରଖନ୍ତୁ ଏବଂ ଦ୍ରୁତ ଆରୋଗ୍ୟ ପାଇଁ ଓ ଜଟିଳତାକୁ କମ୍ କରିବା ପାଇଁ ସମ୍ପୂର୍ଣ୍ଣ ଆରୋଗ୍ୟ ସମୟ ମଧ୍ୟରେ ଆପଣଙ୍କ ଡାକ୍ତରଙ୍କ ସୁପାରିସ ପାଳନ କରନ୍ତୁ।
ଚିକିତ୍ସା ଓ ହସ୍ପିଟାଲ ଯତ୍ନରୁ ଉତ୍ପନ୍ନ ଆର୍ôଥକ ବୋଝକୁ କମ୍ କରିବାରେ ସାହାଯ୍ୟ କରିବା ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ବୀମା ସୁରକ୍ଷାକୁ ନିୟମିତ ସମୀକ୍ଷା କରନ୍ତୁ। ବର୍ତ୍ତମାନ ଅଧିକାଂଶ ପଲିସି ‘ଡକ୍ଟର ଅନ୍ କଲ୍‌’ ଭଳି ଭର୍ଚୁଆଲ୍ ପରାମର୍ଶ ସେବା ଯୋଗାଉଛନ୍ତି ଯାହା ଭେକ୍ଟର ବାହିତ ରୋଗର କୌଣସି ଲକ୍ଷଣ ଦେଖାଦେଲେ ପ୍ରଥମ ପଦକ୍ଷେପ ହୋଇପାରିବ।
ସମସ୍ତ ଭେକ୍ଟର ବାହିତ ରୋଗ ପାଇଁ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ନୁହେଁ। ଏହିସବୁ ଆରୋଗ୍ୟ ମଧ୍ୟରୁ ଅନେକ ରୋଗକୁ ଡାକ୍ତରଙ୍କ ପରାମର୍ଶ, ଔଷଧ ଓ ସଠିକ୍ ଚିକିତ୍ସା ନିୟମ ପାଳନ କରି ଘରେ ଚିକିତ୍ସା କରାଯାଇପାରିବ।
କେୟାର ହେଲଥ୍ ଇନ୍ସ୍ୟୁରାନ୍ସ ପ୍ରତିଷେଧକ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ଓ ସମୟୋଚିତ ପଦକ୍ଷେପକୁ ଉତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି। ସଚେତନତା, ପ୍ରାରମ୍ଭିକ ରୋଗ ନିରୂପଣ ଓ ସରଳ ପ୍ରତିଷେଧକ ବ୍ୟବସ୍ଥା ମଶାବାହିତ ରୋଗର ପ୍ରଭାବକୁ ହ୍ରାସ କରିବାରେ ଓ ସ୍ୱାସ୍ଥ୍ୟ ଫଳାଫଳରେ ସୁଧାର ଆଣିବାରେ ବହୁ ଦୂର ସହାୟକ ହୋଇପାରିବ।

Related Post