ଆଜିର ଖାସ ଖବର
Wed. Apr 22nd, 2026

ରକ୍ଷାବନ୍ଧନ ଉପଲକ୍ଷେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ମହିଳାଙ୍କୁ ସଶକ୍ତ କରୁଛି ଟିପିସିଓଡିଏଲ

By Admin_Dainkasha Aug6,2025

ଭୁବନେଶ୍ୱର: ପାଖେଇ ଆସୁଛି ଭାଇଭଉଣୀଙ୍କ ସ୍ନେହର ପର୍ବ ପବିତ୍ର ରକ୍ଷାବନ୍ଧନ। ଟିପିସିଓଡିଏଲ ଏହାର ସିଏସଆର ପ୍ରକଳ୍ପ ସମୃଦ୍ଧି ମାଧ୍ୟମରେ ଓଡ଼ିଶାର ଅନନ୍ୟ ସଂସ୍କୃତିକ ଲୋକକଳା ପଟ୍ଟଚିତ୍ର ଓ ଡୋକ୍ରା କାରିଗରୀକୁ ନେଇ ପ୍ରସ୍ତୁତ ପରିବେଶ ଉପଯୋଗୀ ରାକ୍ଷୀର ପ୍ରଚାର ପ୍ରସାର ଦିଗରେ ନେଇଛି ଅଭିନବ ପଦକ୍ଷେପ।

ମହିଳା ସଶକ୍ତିକରଣ ଓ କଳା ସଂସ୍କୃତିର ସୁରକ୍ଷା ଉଦ୍ଦେଶ୍ୟରେ, ଟିପିସିଓଡିଏଲ ଓଡିଶାର ପାରମ୍ପରିକ ଶିଳ୍ପ — ପଟ୍ଟଚିତ୍ର, ଡୋକ୍ରା ଓ ତାଳପତ୍ର ଶିଳ୍ପ ବ୍ୟବହାର କରି ପ୍ରାକୃତିକ ଓ ପରିବେଶ ଅନୁକୂଳ ରାକ୍ଷୀ ତିଆରିରେ ଗ୍ରାମୀଣ ମହିଳା ଓ ଶିଳ୍ପୀଙ୍କୁ ସହଯୋଗ କରୁଛି। ଏହି ହାତ ତିଆରି ରାକ୍ଷୀଗୁଡିକ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଆର୍ଟ କ୍ଲଷ୍ଟର୍ ଓ ଢେଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ହେରିଟେଜ ଭିଲେଜର ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି । ଯାହାକୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଉଛି। କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ପରିବେଶ ଅନୁକୂଳ ରାକ୍ଷୀଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ଭୁବନେଶ୍ୱରର ଇଡକୋ ଟାୱାରରେ ଏକ ସ୍ୱତନ୍ତ୍ର ଷ୍ଟଲ୍ ସ୍ଥାପନ କରାଯାଇଥିଲା। ଶହ ଶହ ଲୋକ ଷ୍ଟଲ୍ ପରିଦର୍ଶନ କରିଥିଲେ ଏବଂ ଏହି ସୁନ୍ଦର ହସ୍ତଶିଳ୍ପ ରାକ୍ଷୀଗୁଡ଼ିକୁ ଦେଖି ଖୁସି ବ୍ୟକ୍ତ କରିଥିଲେ ।

ଟିପିସିଓଡିଏଲ ଦ୍ୱାରା ଦିଆଯାଉଥିବା ପ୍ରଶିକ୍ଷଣ, ଦକ୍ଷତା ବିକାଶ ଓ ବଜାର ସଂଯୋଜନ ସହଯୋଗରେ ୩୦୦ ରୁ ଅଧିକ ମହିଳା ଲୋକକଳାର ତାଲିମ ନେବା ସହ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ଏହି ପ୍ରୟାସ ଗ୍ରାମୀଣ ମହିଳାଙ୍କୁ ଉଦ୍ୟମୀତା ରାସ୍ତାରେ ଆଗେଇ ନେବା ସହ ଓଡିଶାର ପାରମ୍ପରିକ କଳାକୁ ପୁନରୁଜ୍ଜୀବିତ କରୁଛି। ଏହି ପରିବେଶ ଅନୁକୂଳ ରାକ୍ଷୀଗୁଡିକୁ ପ୍ରଦର୍ଶନୀ, ସ୍ଥାନୀୟ ବିକ୍ରୟ କେନ୍ଦ୍ର ଓ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ବିକ୍ରୟ କରାଯାଉଛି। ଗ୍ରାମୀଣ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରତିଟି ରାକ୍ଷୀ ଓଡ଼ିଶାର କଳା ସଂସ୍କୃତି ପରମ୍ପରା ଓ ମହିଳା ସଶକ୍ତିକରଣର ପ୍ରତୀକ।

Related Post