ଆଜିର ଖାସ ଖବର
Mon. Apr 20th, 2026

କମଟେଲ ନେଟୱର୍କସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Oct8,2025

ଭୁବନେଶ୍ୱର: ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡିକ ପାଇଁ ସଂଯୁକ୍ତ ଦୂରସଂଚାର, ସୁରକ୍ଷା ଏବଂ ସୁରକ୍ଷିତ ପ୍ରଣାଳୀର ଡିଜାଇନ୍‌, ନିର୍ମାଣ ଏବଂ କାର୍ଯ୍ୟକାରିତା କ୍ଷେତ୍ରରେ ବିଶେଷତା ଥିବା ସଂସ୍ଥା କମଟେଲ ନେଟୱର୍କସ ଲିିମଟେଡ୍ ପକ୍ଷରୁ ପୁଞ୍ଜି ବଜାର ନିୟାମକ ସଂସ୍ଥା ସେବି ନିକଟରେ ଇନିସିଆଲ ପବ୍ଲିକ ଅଫର୍ (ଆଇପିଓ) ମାଧ୍ୟମରେ ଅର୍ଥ ସଂଗ୍ରହ ପାଇଁ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆରଏଚପି) ଦାଖଲ କରାଯାଇଛି।
କମ୍ପାନି ସଂଯୁକ୍ତ ପ୍ରଯୁକ୍ତି ପ୍ଲାଟଫର୍ମଗୁଡିକୁ ଡିଜାଇନ୍ ଏବଂ କାର୍ଯ୍ୟକାରୀ କରୁଛି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନି ଆଇଟିଏସ୍‌ଏସ୍ ସିଷ୍ଟମ୍ ଫ୍ରେମୱର୍କରେ ୪୪ଟି ଭିନ୍ନ ପ୍ରଯୁକ୍ତି ପ୍ରଣାଳୀକୁ ସଂଯୋଜିତ କରିବାର ଅନୁଭୂତି ରଖିଛି ଏବଂ ୧୯ଟି ଦେଶରେ ୬୦୦ଟି ପ୍ରକଳ୍ପ ସମାପ୍ତ କରିଛି ଏବଂ ୪୦୦ରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରିଛି।
ଏହି ଇସ୍ୟୁରେ କମ୍ପାନି ପକ୍ଷରୁ୧୫୦ କୋଟି ଟଙ୍କାର ଏକ ନୂତନ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୭୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ। ଏହି ଅଫରର ମୋଟ ପରିମାଣ ହେଉଛି ୯୦୦ କୋଟି ଟଙ୍କା।
ଅଫର ଫର୍ ସେଲ୍‌ରେ ପ୍ରତିଷ୍ଠାତା ଅଂଶଧନକାରୀ ଯଥାକମ୍ପାନିର ପ୍ରତିଷ୍ଠାତା ଶ୍ରୀପ୍ରକାଶ ଆର. ପାଣ୍ଡେ ୩୪୪ କୋଟି ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତୀଶ ପୁକୁଲାଙ୍ଗାରା ଏବଂ ରାମକୃଷ୍ଣନ୍ ସସୀନ୍ଦ୍ରନ୍ କୋଡପୁଲ୍ଲି ୨୦୩ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ବିକ୍ରୟ କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଏ୍‌ଫଆଣ୍ଡ୍‌ଏସ୍ ଅନୁଯାୟୀ, ଭାରତୀୟ ଆଇଟିଏସ୍‌ଏସ୍ ବଜାର ୨୦୨୫ରୁ ୨୦୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୦.୯% ହାରରେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଭାରତ ୨୦୨୫ରୁ ୨୦୩୦ ଆର୍ଥିକ ବର୍ଷ ପାଇଁ ଅନୁମାନିତ ଆଇଟିଏସ୍‌ଏସ୍‌ରେ ୯.୪% ଠାରୁ ଦ୍ରୁତତର ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଫ୍ରୋଷ୍ଟ ଆଣ୍ଡ ସୁଲିଭାନ୍ ମତରେ ଭାରତୀୟ ଆଇଟିଏସ୍‌ଏସ୍ ବଜାର ଆକାର ୨୦୨୫ ଆର୍ଥିକ ବର୍ଷରେ ୩୮୪.୪୫ ନିୟୁତ ଡଲାର୍ ହେବ ଏବଂ ପରବର୍ତୀ ପାଂଚ ବର୍ଷରେ ୬୪୪.୯୧ ନିୟୁତ ଡଲାର୍ ହେବ ବୋଲି ପୂର୍ବାନୁମାନ କରାଯାଇଛି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଇକ୍ୟୁଇରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ଼ ଏବଂ ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ୍ ଲିମିଟେଡ଼।

Related Post