ଆଜିର ଖାସ ଖବର
Fri. Sep 11th, 2026

କ୍ରୋମା ପକ୍ଷରୁ ନୂଆ ଅଭିଯାନ “ଘର ବନତା ହୈ କ୍ରୋମା ସେ”ର ଶୁଭାରମ୍ଭ

By Admin_Dainkasha Aug18,2026

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ଅଂଶ ତଥା ଭାରତର ବିଶ୍ୱସନୀୟ ଓମନି ଚ୍ୟାନେଲ ଇଲେକ୍ଟ୍ରୋନିକ୍ସ ରିଟେଲର କ୍ରୋମା ପକ୍ଷରୁ “ଘର ବନତା ହୈ କ୍ରୋମା ସେ”ର ଶୁଭାରମ୍ଭ କରାଯାଇଛି। ଯାହା ଭାରତୀୟ ପରିବାର ସହିତ ଏହାର ଗଭୀର ସମ୍ପର୍କ ଏବଂ ଏକ ଗୃହକୁ ପୂର୍ଣ୍ଣାଙ୍ଗ କରୁଥିବା ଉଦ୍ଦେଶ୍ୟକୁ ପାଳନ କରୁଛି।
ଆପ୍ଲାଏ୍‌ସେସ୍‌ଗୁଡ଼ିକ ସହିତ ଆଧୁନିକ ଭାରତୀୟ ପରିବାରଗୁଡ଼ିକ ବଦଳୁଛି ଏବଂ ଇଲେକ୍ଟ୍ରୋନିକ୍ସ ଆଉ ବିଳାସ ହୋଇ ରହିନାହିଁ। ସେଗୁଡ଼ିକ ବର୍ତ୍ତମାନ ଜୀବନଧାରଣର ଗୁରୁତ୍ୱପୂର୍ଣ୍ଣ ଅଂଶ ବିଶେଷ ଭାବେ ପରିଗଣିତ ହେଉଛି। ଏହି ପରିବର୍ତ୍ତନକୁ ନଜରରେ ରଖି ଏହି ଅଭିଯାନରେ କ୍ରୋମାର ଭୂମିକାକୁ କେବଳ ଏକ ବ୍ୟବସାୟିକ ଅନୁଷ୍ଟାନ ଭାବେ ନୁହେଁ, ବରଂ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର୍ରେ ପରିବାରଗୁଡ଼ିକର ମାର୍ଗଦର୍ଶନ କରିବାର ଏକ ବିଶ୍ୱସନୀୟ ପରାମର୍ଶଦାତା ଭାବେ ନେତୃତ୍ୱ ବହନ କରୁଛି।
କ୍ରୋମାର ମୁଖ୍ୟ ମାର୍କେଟିଂ ଅଧିକାରୀ ଅମିତ ଅଗ୍ରୱାଲ କହିଛନ୍ତି ଯେ, “୨୦ ବର୍ଷରୁ ଅଧିକ ସମୟ ଭିତରେ କୋଟି କୋଟି ଭାରତୀୟଙ୍କ ଗୃହରେ କ୍ରୋମା ପ୍ରବେଶ ସହ ବିଶ୍ୱାସ ଭାଜନ ହୋଇପାରିବାର ସୌଭାଗ୍ୟ ହାସଲ କରିଛି ଏବଂ ଦୈନନ୍ଦୀନ ପରିବାର ଜୀବନରେ ସାମିଲ୍ ହୋଇ କିଭଳି ଅବିଚ୍ଛେଦ୍ୟ ଅଂଶ ପାଲଟୁଛି ତାହା ଅନୁଭବ ଦେଖୁଛି। ଆମେ ଯାହା କରୁଛୁ ତାହାର କେନ୍ଦ୍ର ସ୍ଥଳରେ କ୍ରୋମାରେ ଆମର ଲକ୍ଷ୍ୟ ହେଉଛି ଆମ ଗ୍ରାହକମାନଙ୍କ ପାଇଁ ଇଲେକ୍ଟ୍ରୋନିକ୍ସ ଉପକରଣ କ୍ରୟ କରିବାର ପ୍ରକ୍ରିୟାକୁ ସରଳ କରିବା। ନିଜ ଆବଶ୍ୟକତାକୁ ସୁହାଉଥିବା ସଦ୍ୟତମ, ଜୀବନରେ ଉନ୍ନତି ଆଣୁଥିବା ପ୍ରଯୁକ୍ତି ପ୍ରଦାନ କରି ଗ୍ରାହକମାନଙ୍କ ମୁହଁରେ ଖୁସି ଓ ହସ ଆଣିବା ହେଉଛି ଆମର ଲକ୍ଷ୍ୟ। ସେହି କାହାଣୀଗୁଡ଼ିକ ଓ ଗୋଟିଏ ଘରକୁ ଆରାମଦାୟକ ଓ ଦୀର୍ଘସ୍ଥାୟୀ ସ୍ମୃତି ସୃଷ୍ଟି କରିବାରେ ପରିବାରମାନଙ୍କୁ ସାହାଯ୍ୟ କରିବାରେ ଆମେ ନିର୍ବାହ କରୁଥିବା ଗୁୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରତିି ଆମର ସମ୍ମାନ ହେଉଛି “ଘର ବନତା ହୈ କ୍ରୋମା ସେ”।”
ଗ୍ରାହକମାନଙ୍କୁ ନିଜ ସ୍ୱପ୍ନର ଘର ଗଢ଼ିବାରେ କ୍ରୋମାକୁ ଏକ ବିଶ୍ୱସନୀୟ ସହଯୋଗୀ କରିବା ସ୍ଥିତିକୁ ଏହି ଅଭିଯାନ ସୁଦୃଢ଼ କରିବ। ସ୍ୱତନ୍ତ୍ର ଅଫର ଓ ପ୍ୟାକେଜ୍ ଜରିଆରେ ଘର ବନତା ହୈ କ୍ରୋମା ସେ ଗ୍ରାହକମାନଙ୍କୁ ସେମାନଙ୍କ ଘରକୁ ଉନ୍ନତ କରିବାରେ ସହାୟକ ହେବ। ଏହି ଅଭିଯାନରେ ତିନିଟି ହୃଦୟସ୍ପର୍ଶୀ ଡିଜିଟାଲ ସିନେମା ପ୍ରସ୍ତୁତ କରାଯାଇଛି। କେତେକ ନିର୍ଦ୍ଦିଷ୍ଟ କ୍ରୋମା ଷ୍ଟୋର୍‌ରେ ବିଶାଳ ୱାସିଂ ମେସିନ ପ୍ରତିକୃତି ରହିବ।

Related Post