ଆଜିର ଖାସ ଖବର
Fri. Jul 24th, 2026

କ୍ୟୁବ୍ ହାଇୱେଜ୍ ଟ୍ରଷ୍ଟର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୬ ଜୁଲାଇ ୨୨ରେ ଖୋଲିବ

By Admin_Dainkasha Jul17,2026

ଭୁବନେଶ୍ୱର: କ୍ୟୁବ୍ ହାଇୱେଜ୍ ଫଣ୍ଡ୍ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ କ୍ୟୁବ୍ ହାଇୱେଜ୍ ଟ୍ରଷ୍ଟ ପକ୍ଷରୁ ଏହାର ଇନିସିଆଲ ପବ୍ଲିକ୍ ଅଫରିଂର ସେୟାର ମୂଲ୍ୟ ବ୍ୟାଣ୍ଡ୍ ଘୋଷଣା କରାଯାଇଛି। ଏହି ଅଫରରେ ସେୟାର ପିଛା ଦର ୧୫୧ ଟଙ୍କାରୁ ୧୫୨ ଟଙ୍କା ମଧ୍ୟରେ ରହିବ। ଏଥିରେ ଅଫର ଫର ସେଲ୍‌ରେ —ସେୟାର ବିକ୍ରି କରି ୫୦୦୦ କୋଟି ଟଙ୍କା ସଂଗ୍ରହ କରିବା ପ୍ରସ୍ତାବ ରହିଛି।
ଏହି ଅଫରର ବିଡ୍ ୨୦୨୬ ଜୁଲାଇ ୨୨ ବୁଧବାର ଦିନ ଖୋଲିବ ଓ ଜୁଲାଇ ୨୪ ଶୁକ୍ରବାର ଦିନ ବନ୍ଦ ହେବ। ଆଙ୍କର ନିବେଶକ ଓ ଗୁରୁତ୍ୱପୂର୍ଣ୍ଣ ନିବେଶକ ବାଦ ଅନ୍ୟ ନିବେଶକମାନେ ସର୍ବନିମ୍ନ ୯୫ଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଓ ପରେ ସେଥିରେ ୯୫ଟି ଲେଖାଏଁ ସେୟାର ଯୋଡ଼ିପାରିବେ।
ଏହି ଟ୍ରଷ୍ଟ ୨୦୨୬ ଜୁଲାଇ ୧୩ରେ ଗୁରୁତ୍ୱପୂର୍ଣ୍ଣ ନିବେଶକଙ୍କ ସହିତ ୟୁନିଟ୍ ସବ୍‌ସ୍କ୍ରିପ୍‌ସନ୍ ଚୁକ୍ତି କରାଯାଇଛି। ଏହି ବୁଝାମଣା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ନିବେଶକମାେ ସେୟାର ପିଛା ଦର ୧୫୨ ଟଙ୍କାରେ ୮୨,୨୩୬,୮୪୦ ସେୟାର ସବ୍‌ସ୍କ୍ରାଇବ୍ କରିବାକୁ ରାଜି ହୋଇଛନ୍ତି ଯାହାର ମୂଲ୍ୟ ହେଉଛି ୧୨୫୦ କୋଟି ଟଙ୍କା।
ଗୁରୁତ୍ୱପୂର୍ଣ୍ଣ ନିବେଶକମାନଙ୍କ ମଧ୍ୟରୁ ପ୍ରାଜିମ୍ ଟ୍ରେଡିଂ ଆଣ୍ଡ୍ ଇନଭେଷ୍ଟମେଂଟ୍ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍ ୯୫୦ କୋଟି ଟଙ୍କାର ୬୨,୫୦୦,୦୦୦ ସେୟାର, ଏଚ୍‌ଡିଏଫ୍‌ସି ଲାଇଫ୍ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ୧୦୦ କୋଟି ଟଙ୍କାର ୬,୫୭୮,୯୪୭ ସେୟାର, ଏଚ୍‌ଡିଏଫ୍‌ସି ପେନ୍‌ସନ୍ ଫଣ୍ଡ୍ ମ୍ୟାନେଜମେଂଟ୍ ଲିମିଟେଡ୍ ୧୦୦ କୋଟି ଟଙ୍କାର ୬,୫୭୮,୯୪୭ ସେୟାର, ଆକ୍ସିସ୍ ମ୍ୟାକ୍ସ ଲାଇଫ୍ ଇନ୍‌ସ୍ୟୁରାନ୍ସ ଲିମିଟେଡ୍ ୧୦୦ କୋଟି ଟଙ୍କାର ୩,୨୮୯,୪୭୩ ଇକ୍ୱିଟି ସେୟାର ଓ ହ୍ୱାଇଟ୍‌ଓକ୍ କ୍ୟାପିଟାଲ୍ ଆର୍‌ଇଆଇଟି ଆଣ୍ଡ୍ ଇନ୍‌ଭିଟ୍ ଅଲ୍‌ଟରନେଟିଭ୍‌ସ ଫଣ୍ଡ୍‌-୧ ୫୦ କୋଟି ଟଙ୍କାର ୩,୨୮୯,୪୭୩ ଇକ୍ୱିଟି ସେୟାର ହାସଲ କରିବାକୁ ରଙ୍କକ୍ସକ୍ଟ ହୋଇଛନ୍ତି।
ଭାରତୀୟ ପ୍ରତିଭୂତି ଓ ବିନିମିୟ ବୋର୍ଡ (ସେବି)ର ବୁକ୍ ବିଲଡିଂ ପ୍ରକ୍ରିୟା ମାଧ୍ୟମରେ ଏହି ଅଫର ପ୍ରଦାନ କରାଯିବ। ଟ୍ରଷ୍ଟର ପ୍ରାୟୋଜକ ହେଉଛି କ୍ୟୁବ୍ ହାଇୱେଜ୍ ଆଣ୍ଡ୍ ଇନଫ୍ରାଷ୍ଟ୍ରାକ୍‌ଚର୍ ଭି ପିଟିଇ ଲିମିଟେଡ୍ ଓ ଟ୍ରଷ୍ଟି ହେଉଛି ଆକ୍ସିସ୍ ଟ୍ରଷ୍ଟି ସର୍ଭିସେସ୍ ଲିମିଟେଡ୍‌। ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟାକ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲିମିଟେଡ୍‌, ଏଚ୍‌ଏସ୍‌ବିସି ସିକ୍ୟୁରିଟିଜ୍ ଆଣ୍ଡ୍ କ୍ୟାପିଟାଲ୍ ମାର୍କେଟ୍‌ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌। ଅଫରର ରେଜିଷ୍ଟ୍ରାର୍ ହେଉଛି କେଫିନ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ଓ ଘରୋଇ ଆଇନଗତ ପରାମର୍ଶଦାତା ହେଉଛି ସିରିଲ୍ ଅମରଚାନ୍ଦ ମଙ୍ଗଲଦାସ।

Related Post