ଆଜିର ଖାସ ଖବର
Sat. May 30th, 2026

ଡୋର୍ଫ-କେଟାଲ୍ କେମିକାଲ୍‌ସ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Jan30,2025
DORF-KETAL CHEMICALS INDIA LIMITED FILES DRHP WITH SEBI
DORF-KETAL CHEMICALS INDIA LIMITED FILES DRHP WITH SEBI
ଭୁବନେଶ୍ୱର: ସ୍ପେସିଆଲିଟି କେମିକାଲ୍‌ସର ଅଗ୍ରଣୀ ଉତ୍ପାଦନକାରୀ ତଥା ଯୋଗାଣକାରୀ ଡୋର୍ଫ-କେଟାଲ୍ କେମିକାଲ୍‌ସ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
କମ୍ପାନି ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ସଂଗ୍ରହ କରିବାକୁ ପ୍ରସ୍ତାବ ଦିଆଯାଇଛି । ନୂଆ ଇକ୍ୱିଟି ସେୟାର ଜାରି କରି ୧୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଓ ଅଫର୍ ଫର୍ ସେଲ୍ ଜରିଆରେ ୩୫୦୦ କୋଟି ଟଙ୍କା ସଂଗ୍ରହ କରିବା ଲକ୍ଷ୍ୟ ରହିଛି । ଏହି ଅଫରରେ ମୋଟ ୫୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରାଯିବ । ଏଥି ଅଫରରେ ମେନନ୍ ଫାମିଲି ହୋଲ୍‌ଡିଂ ଟ୍ରଷ୍ଟ ପକ୍ଷରୁ ୩୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଅଫର୍ ଫର୍ ସେଲ୍‌ରେ ବିକ୍ରି କରାଯିବ ।
୧୯୯୨ରେ ସ୍ଥାପନ କରାଯାଇଥିବା ଡୋର୍ଫ-କେଟାଲ୍ କେମିକାଲ୍‌ସ ଇଣ୍ଡିଆ ଲିମିଟେଡ୍ ହେଉଛି ଏକ ଅଗ୍ରଣୀ ସ୍ପେସିଆଲିଟି କେମିକାଲ୍ ନିର୍ମାତା । କମ୍ପାନି ପକ୍ଷରୁ ହାଇଡ୍ରୋକାର୍ବନ୍ ପାଇଁ ସ୍ପେସିଆଲିଟି କେମିକାଲ୍ ଓ ଶିଳ୍ପ ପାଇଁ ସ୍ୱତନ୍ତ୍ର କେମିକାଲ୍ ଉତ୍ପାଦନ କରାଯାଉଛି । କମ୍ପାନି ପକ୍ଷରୁ ଉତ୍ପାଦନ କରାଯାଉଥିବା ଉତ୍ପାଦଗୁଡ଼ିକ ହେଉଛି ତୈଳ ଫିଲ୍ଡ, ରିଫାଇନାରି କେମିକାଲ୍ ଓ ପେଟ୍ରୋକେମିକାଲ୍‌ସ, ଫୁଏଲ୍ ଆଡିଟିଭ୍ ଏବଂ ମୋଡିଫାଏଡ୍ ଏସିଡ୍‌, ଅର୍ଗାନୋମେଟାଲିକ୍ ଟାଇଟାନେଟ୍‌ସ, ଜିରକୋନେଟ୍‌ସ, ପଲିଭିନାଇଲ୍ ଫର୍ମାଇଡ୍‌, ଓବିଏ ଏବଂ ଲୁବ୍ରିକ୍ୟାଂଟ୍ ଆଡିଟିଭ୍ । କମ୍ପାନିର ଗ୍ରାହକମାନଙ୍କ ମଧ୍ୟରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ପେଟ୍ରୋନାସ୍‌, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍‌, ପିପିଜି ଇଣ୍ଡଷ୍ଟ୍ରିଜ୍‌, କ୍ଲାରିଆଂଟ୍‌, ଲିବର୍ଟି ଏନର୍ଜି, ଇଟାଲିଆନା ପେଟ୍ରୋଲି ଓ ବେଦାନ୍ତ । ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା କମ୍ପାନିର ୧୩୨୨ ଜଣ ଗ୍ରାହକ ରହିଛନ୍ତି ।
୨୦୨୩ରେ ଭାରତ ଓ ବ୍ରାଜିଲ୍‌ରେ କମ୍ପାନି ରିଫାଇନାରି କେମିକାଲ୍‌, ପେଟ୍ରୋକେମିକାଲ୍‌ସ ଓ ଫୁଏଲ୍ ଆଡିଟିଭ୍‌ର ରାଜସ୍ୱ ବଜାର ଅଂଶରେ ଅଗ୍ରଣୀ ସ୍ଥାନରେ ରହିଛି । ୨୦୨୪ ଅକ୍ଟୋବର ୩୧ ସୁଦ୍ଧା କମ୍ପାନିର ଭାରତରେ ଆଠଟି, ବ୍ରାଜିଲ୍‌ରେ ଦୁଇଟି, ଆମେରିକା ଓ କାନାଡାରେ ତିନି ଲେଖାଏଁ କାରଖାନା ସମେତ ଚାରିଟି ରାଷ୍ଟ୍ରରେ ୧୬ଟି କାରଖାନା ରହିଛି ଯାହା ମୋଟ କ୍ଷମତା ହେଉଛି ୧୪୭୭୭୦ ଏମ୍‌ଟିପିଏ । ଗୁଜରାଟର ମୁନ୍ଦ୍ରାରେ କମ୍ପାନିର ସର୍ବବୃହତ୍ କାରଖାନା ଥିବା ବେଳେ ତାହାର କ୍ଷମତା ହେଉଛି ୯୮,୯୦୦ ଏମ୍‌ଟିପିଏ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌, ସିଟି ଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଏଚ୍‌ଏସ୍‌ବିସି ସିକ୍ୟୁରିଟିଜ୍ ଆଣ୍ଡ୍ କ୍ୟାପିଟାଲ୍ ମାର୍କେଟ୍‌ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଷଟଡ୍‌, ଜେ ପି ମୋର୍ଗାନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ମୋର୍ଗାନ୍ ଷ୍ଟାନ୍‌ଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍ ଓ ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍ ।

Related Post