ଆଜିର ଖାସ ଖବର
Sat. Apr 18th, 2026

ଏମଭି ଫଟୋଭୋଲଟାଇକ୍ ପାୱାର ଲିମିଟେଡ୍ ପକ୍ଷରୁ ଆଇପିଓ ଜରିଆରେ ୩୦୦୦ କୋଟି ଟଙ୍କା ସଂଗ୍ରହ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Jul8,2025

ଭୁବନେଶ୍ୱର: ସୋଲାର ଫଟୋଭୋଲଟାଇକ୍ ମଡ୍ୟୁଲ୍ ଓ ସୋଲାର୍ ସେଲ୍ ନିର୍ମାତା ଏମ୍‌ଭି ଫଟୋଭୋଲଟାଇକ୍ ପାୱାର ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୩୦୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
ଏହି ଆଇପିଓରେ ୨,୧୪୩.୮୬ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବ ଏବଂ ପ୍ରତିଷ୍ଠାତାମାନେ ଅଫର ଫର ସେଲ୍‌ରେ ୮୫୬.୧୪ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ। ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ହାସଲ କରିଥିବା ଋଣକୁ ପରିଶୋଧ କରିବାରେ ଏବଂ ଅବଶିଷ୍ଟ ଅଂଶକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବା ପ୍ରସ୍ତାବ ରହିଛି।
ବେଙ୍ଗାଲୁରୁର ଏହି କମ୍ପାନି ପ୍ରି-ଆଇପିଓ ପ୍ଳେସମେଂଟ୍ ଜରିଆରେ ୪୨୮.୭୭ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। ଯଦି ତାହା ସମ୍ଭବ ହେବ ତେବେ ମୋଟ ଇସ୍ୟୁ ଆକାର ସେହି ଅନୁସାରେ କମ୍ ହୋଇଯିବ।
ଏମଭି ଫଟୋଭୋଲଟାଇକ୍ ପାୱାର ହେଉଛି ଏକ ଅଗ୍ରଣୀ ସମନ୍ୱିତ ସୋଲାର ପିଭି ମଡ୍ୟୁଲ ଓ ସୋଲାର ସେଲ୍ ନିର୍ମାଣ କରୁଥିବା କମ୍ପାନି। ୨୦୨୫ ମେ’ ୩୧ ସୁଦ୍ଧା ଏହାର ପିଭି ସୋଲାର ମଡ୍ୟୁଲ ଉତ୍ପାଦନ କ୍ଷମତା ୭.୮୦ ଜିଡବ୍ଲୁ ଓ ସୋଲାର ସେଲ୍ ଉତ୍ପାଦନ କ୍ଷମତା ୨.୯୪ ଜିଡବ୍ଲୁ ରହିଛି।
କ୍ରିସିଲ୍‌ର ରିପୋର୍ଟ ଅନୁସାରେ ଆମଦାନି ନିର୍ଭରଶୀଳତା କମ କରିବା ପାଇଁ ଭାରତ ସରକାରଙ୍କ ନୀତିି, ବଜାର ସ୍ଥିତି ଓ ଅକ୍ଷୟ ଶକ୍ତି ପ୍ରତି ବର୍ଦ୍ଧିତ ପ୍ରତିବଦ୍ଧତା ଅନୁସାରେ ଭାରତର ସୋଲାର ପିଭି ମଡ୍ୟୁଲ ଓ ସେଲ୍ ନିର୍ମାଣ କ୍ଷମତା ୨୦୨୨ର ୨୧ ଜିଡବ୍ଲୁ ଓ ୩.୨ ଜିଡବ୍ଲୁରୁ ବୃଦ୍ଧି ପାଇ ୨୦୨୫ ମାର୍ଚ୍ଚ ସୁଦ୍ଧା ଯଥାକ୍ରମେ ୮୨ ଜିଡବ୍ଲୁ ଓ ୨୩ ଜିଡବ୍ଲୁ ହୋଇଛି। ୨୦୨୯-୩୦ ସୁଦ୍ଧା ଘରୋଇ ମଡ୍ୟୁଲ ଓ ସେଲ ଉତ୍ପାଦନ ଶିଳ୍ପ ଯଥାକ୍ରମେ ୧୭୫-୧୮୫ ଜିଡବ୍ଲୁ ଓ ୮୫-୯୫ ଜିଡବ୍ଲୁକୁ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ରିପୋର୍ଟରେ ଆକଳନ କରାଯାଇଛି।
ଏହି ଆଇପିଓ ପରିଚାଳନା କରିବା ପାଇଁ ଜେଏମ ଫାଇନାନ୍ସିଆଲ, ଆଇଆଇଏଫଏଲ କ୍ୟାପିଟାଲ୍ ସର୍ଭିସେସ୍‌, ଜେଫେରିଜ୍ ଇଣ୍ଡିଆ ଓ କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନିକୁ ମର୍ଚାଂଟ୍ ବ୍ୟାଙ୍କର ଭାବେ ନିଯୁକ୍ତ କରାଯାଇଛି।

Related Post