ଆଜିର ଖାସ ଖବର
Sat. May 30th, 2026

ଦକ୍ଷତା ଜରିଆରେ ରୂପାନ୍ତରଣ-ଓଡ଼ିଶାରେ ଲୋକଙ୍କ ଜୀବନରେ ରୂପାନ୍ତରଣ ଆଣୁଛି ତାଲିମ କାର୍ଯ୍ୟକ୍ରମ

By Admin_Dainkasha May21,2025

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହଜାର ହଜାର ଯୁବକ-ଯୁବତୀଙ୍କୁ, ବିଶେଷକରି ମହିଳାମାନଙ୍କୁ ଶିଳ୍ପ-ଅନୁକୂଳ ପ୍ରଶିକ୍ଷଣ ଦେଇ ପୋଷାକ ଏବଂ ବସ୍ତ୍ର କ୍ଷେତ୍ରରେ ସ୍ଥାୟୀ ବୃତି ଗଠନରେ ସାହାଯ୍ୟ କରୁଛି।
ଏହାର ଏକ ଉଜ୍ଜ୍ୱଳ ଉଦାହରଣ ହେଉଛନ୍ତି ଅର୍ଘ୍ୟରୂପା ବାରିକ। ସେ ହେଉଛନ୍ତି ଡିଡିୟୁ-ଜିକେୱାଇ ପ୍ରକଳ୍ପ ଅଧୀନରେ ସିଲାଇ ମେସିନ ଅପରେଟର ଭାବରେ ପ୍ରଶିକ୍ଷଣ ନେଇଥିବା ଜଣେ ଯୁବତୀ। ଶାହି ଏକ୍ସପୋର୍ଟସ୍‌ର ବାଙ୍ଗାଲୋର କାରଖାନାରେ କାମ ଆରମ୍ଭ କରି ସେ ଶୀଘ୍ର ଫ୍ଲୋର ସୁପରଭାଇଜର ଭାବରେ ପଦୋନ୍ନତି ପାଇଛନ୍ତି। ଆଜି ସେ ଓଡ଼ିଶାର ବାରିପଦା ସେଂଟରରେ ଏକ ପ୍ରଶିକ୍ଷକ ଭାବରେ ଅନ୍ୟମାନଙ୍କୁ ମାର୍ଗଦର୍ଶନ ଦେଉଛନ୍ତି।
ଶାହି ଏକ୍ସପୋର୍ଟସ୍‌ର ଏହି ଦକ୍ଷତା ପ୍ରଶିକ୍ଷଣ ଅଭିଯାନରୁ ଅନେକ ସଫଳ କାହାଣୀ ସୃଷ୍ଟି ହୋଇଛି। ସରକାରୀ ପ୍ରକଳ୍ପ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁ-ଜିକେୱାଇ) ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ), ଏବଂ ସମର୍ଥ (ବସ୍ତ୍ର ମନ୍ତ୍ରାଳୟ) ସହ ମିଳିତ ଭାବରେ ଏହି କମ୍ପାନି ଓଡ଼ିଶାର ହଜାର ହଜାର ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦେଜ ନିଯୁକ୍ତି ପ୍ରଦାନ କରିଛି।


ପ୍ରକଳ୍ପ ଭିତିକ ତାଲିମ ଓ ନିୟୋଜନ ତଥ୍ୟ:

ପ୍ରକଳ୍ପ 

ତାଲିମପ୍ରାପ୍ତ ଶ୍ରମିକଙ୍କ ମୋଟ ସଂଖ୍ୟା

ନିଯୁକ୍ତିପ୍ରାପ୍ତ ଶ୍ରମିକଙ୍କ ମୋଟ ସଂଖ୍ୟା

ଡିଡିୟୁ-ଜିକେୱାଇ

10783

10092

ସମର୍ଥ ଇଏଲ୍‌

4288

3448

ସମର୍ଥ ଅପସ୍କିଲିଂ

173

173

ଓଏସ୍‌ଡିଏ-ଓଏମ୍‌ସି

2615

2169

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକରେ ପୋଷାକ ଏବଂ ବସ୍ତ୍ର ଶିଳ୍ପ ପାଇଁ ନିମ୍ନଲିଖିତ ବିଭିନ୍ନ କୋର୍ସ ରହିଛି:
– ଏସ୍‌ଏମ୍‌ଓ: ସିଲାଇ ମେସିନ ଅପରେଟର
– ଏଫ୍‌ଡି: ଫ୍ୟାଶନ୍ ଡିଜାଇନର
– ଏସ୍‌ଟି: ସାମ୍ପଲିଂ ଟେଲର
– ଏସ୍‌ଇଟି: ସ୍ୱାବଲମ୍ବୀ ଟେଲର
ଶାହି ଏକ୍ସପୋର୍ଟସର ଦକ୍ଷତା ବିକାଶ ନିର୍ଦ୍ଦେଶକ ଜେ.ଡି. ଗିରି କହିଛନ୍ତି ଯେ, “ଶାହିରେ ଆମେ ଦକ୍ଷତା ବିକାଶକୁ ବ୍ୟକ୍ତିଗତ ସଶକ୍ତିକରଣ ଏବଂ ସମାଜିକ ଉନ୍ନତିର ମୂଳସ୍ତମ୍ଭ ଭାବରେ ଦେଖୁଛୁ। ଯୁବପିଢ଼ି, ବିଶେଷକରି ମହିଳାମାନଙ୍କୁ ସ୍ଥାୟୀ ଏବଂ ସାର୍ଥକ ବୃତି ପାଇଁ ପଥ ପ୍ରସ୍ତୁତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।”
ଏକ ଦୀର୍ଘମିଆଦୀ ସାମାଜିକ-ଅର୍ଥନୈତିକ ପ୍ରଭାବ ସୃଷ୍ଟି କରିବାର ଲକ୍ଷ୍ୟରେ ଶାହି ପ୍ରଶିକ୍ଷଣ ଏବଂ ନିଯୁକ୍ତି ଅଭିଯାନରେ ନିବେଶ ଜାରି ରଖିଛିଯାହା ସମାବେଶୀ ବିକାଶକୁ ସମର୍ଥନ କରୁଛି ଏବଂ ଏକ ଦକ୍ଷ ଓ ସଶକ୍ତ ଭାରତୀୟ ଶ୍ରମଶକ୍ତିର ସ୍ୱପ୍ନକୁ ସାକାର କରୁଛି।

Related Post