ଆଜିର ଖାସ ଖବର
Thu. Apr 16th, 2026

ଜିସିପିଏଲ୍ ପକ୍ଷରୁ ଥଣ୍ଡରବୋଲ୍ଟ ପ୍ରଯୁକ୍ତି ସହ ହିଟ୍‌ସ ମସ୍କିଟୋ ଏରୋସଲ୍ ଉନ୍ମୋଚିତ

By Admin_Dainkasha Apr7,2025
GCPL Powers Up its Household Insecticides Category with Third Groundbreaking Innovation, Brings HIT Mosquito Aerosol with Thunderbolt Technology

ଭୁବନେଶ୍ୱର: ଘରୋଇ ମଶା ନିୟନ୍ତ୍ରଣ କ୍ଷେତ୍ରର ଅଗ୍ରଣୀ କମ୍ପାନି ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍‌) ପକ୍ଷରୁ ଏହାର ଅଭିନବ ଉଦ୍ଭାବନ ଓ କ୍ଷେତ୍ର ସମ୍ପ୍ରସାରଣ ଜାରି ରଖିଛି। ୨୦୨୪ରେ ଜିସିପିଏଲ୍ ଭାରତର ପ୍ରଥମ ଏବଂ ଏକମାତ୍ର ସରକାରୀ ଅନୁମୋଦିତ ମଶା ଘଉଡାଇବା ଧୂପକାଠି “ଗୁଡନାଇଟ୍ ଅଗରବତୀ” ଉନ୍ମୋଚନ କରିଥିଲା। ସେହି ଧାରାକୁ ବଜାୟ ରଖି କମ୍ପାନି ପକ୍ଷରୁ ଉତ୍କୃଷ୍ଟ ମାଶ ନିୟନ୍ତ୍ରଣ ପାଇଁ ଭାରତର ପ୍ରଥମ ତଥା ସ୍ୱଦେଶୀ ଭାବେ ବିକଶିତ ତରଳ ଭାପୋରାଇଜର୍ “ରେନୋଫ୍ଲୁଥ୍ରିନ୍‌”କୁ ଉନ୍ମୋଚନ କରାଯାଇଛି। ଏବେ ବର୍ଷକ ଭିତରେ ଜିସିପିଏଲ୍ ଏହାର ଗୋଦରେଜ୍ ହିଟ୍ ବ୍ରାଣ୍ଡ୍ ଅଧୀନରେ ଆଉ ଏକ ବୈପ୍ଳବିକ ଉତ୍ପାଦ ଆଣିବାକୁ ଯାଉଛି।
ତୁରନ୍ତ ମଶା ଘଉଡ଼ାଇବା ସମାଧାନ ଚାହୁଁଥିବା ଗ୍ରାହକମାନଙ୍କ ଆବଶ୍ୟକତାକୁ ହିଟ୍ ପୂରଣ କରୁଛି। ଜିସିପିଏଲ୍ ଏହାର ଲୋକପ୍ରିୟ କାଲା ହିଟ୍ ମଶା ଘଉଡ଼ାଇବା ସ୍ପ୍ରେକୁ ଥଣ୍ଡରବୋଲ୍ଟ ପ୍ରଯୁକ୍ତି ସହ ପୁନଃ ବିକଶିତ କରିଛି ଯାହା ହେଉଛି କମ୍ପାନିର ସବୁଠୁ ଦ୍ରୁତତମ ଓ ଶକ୍ତିଶାଳୀ ନୂଆ ଫର୍ମୁଲା। ଏହି ପ୍ରଯୁକ୍ତି ସହ କାଲା ହିଟ୍ ମଶା ଏରୋସଲ୍‌ରେ ଏବେ ମେଟୋଫ୍ଲୁଥ୍ରିନ୍ ନାମକ ଏକ ଶକ୍ତିଶାଳୀ ମିଶ୍ରଣ ରହିଛି ଯାହା ସାଧାରଣ ଏରୋସଲ ବ୍ୟବହାର ତୁଳନାରେ ୪ ଗୁଣା ଅଧିକ ଦକ୍ଷତା ପ୍ରଦାନ କରୁଛି। ଫଳରେ ଗ୍ରାହକମାନଙ୍କୁ କମ୍ ସ୍ପ୍ରେ କରି ମଶା ମାରିବା ସହଜ କରିବ ଏବଂ ତାହାର ପ୍ରଭାବ ଲମ୍ବା ସମୟ ପାଇଁ ରହିବ।
ଶୁଭାରମ୍ଭ ଅବସରରେ ହିଟ୍ ପକ୍ଷରୁ ପ୍ରାୟ ୨୦% ରିହାତିର ଏକ ସ୍ୱତନ୍ତ୍ର ଶୁଭାରମ୍ଭ ଅଫର ଗୋଷଣା କରାଯାଇଛି, ଯେଉଁଥିରେ ୪୦୦ ଏମ୍‌ଏଲ୍ କେନ୍ ୧୮୦ ଟଙ୍କାରେ ଓ ୬୨୫ ଏମ୍‌ଏଲ୍ କେନ୍ ୨୫୦ ଟଙ୍କାରେ ମିଳିବ। ଅନୁଭୂତିରେ ଉନ୍ନତି ଆଣିବା ଲାଗି କାଲା ହିଟ୍‌କୁ ସୁନ୍ଦର ଭାବେ ପ୍ୟାକେଜିଂ କରାଯାଇଥିବା ବେଳେ ନୂତନ ସୁଗନ୍ଧ ପ୍ରଦାନ କରାଯାଇଛି।
ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍‌)ର ମାର୍କେଟିଂ ମୁଖ୍ୟ-ହୋମ୍ କେୟାର ଶିଳ୍ପା ସୁରେଶ କହିଛନ୍ତି ଯେ, “ନବସୃଜନକୁ ଆଗକୁ ବଢ଼ାଇ ଓ ବଜାର ସମ୍ପ୍ରସାରଣ କରି ଘରୋଇ ମଶା ଘଉଡ଼ାଇବା ବର୍ଗରେ ଅଗ୍ରଣୀ ରହିବାକୁ ଜିସିପିଏଲ୍‌ରେ ଆମେ ପ୍ରତିବଦ୍ଧ ରହିଛୁ। ୭୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଘରୋଇ ମଶା ଘଉଡ଼ାଇବା ବଜାରରେ ଏରୋସଲ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗ ରହିଛି। ହିଟ୍‌ର ପ୍ରାୟ ଅଧା ରାଜସ୍ୱ ମଶା ଏରୋସଲ୍‌ରୁ ଆସୁଛି, ଯାହା ଏହି ବର୍ଗ ସମ୍ପ୍ରସାରଣ କରିବାରେ ପ୍ରମୁଖ ଭୂମିକା ତୁଲାଉଛି। ଗ୍ରାହକମାନେ ଶୀଘ୍ର ପ୍ରଭାବ ଚାହୁଛନ୍ତି ଏବଂ ଥଣ୍ଡରବୋଲ୍ଟ ପ୍ରଯୁକ୍ତି ସହ ନୂଆ ହିଟ ଏରୋସଲ୍ ତାହା ପ୍ରଦାନ କରୁଛି। ଏହା ହେଉଛି ବର୍ତମାନ ସୁଦ୍ଧାର ଆମର ସବୁଠୁ ଶକ୍ତିଶାଳୀ ଏରୋସଲ୍‌। ଏହି ଶୁଭାରମ୍ଭ ଏବଂ ଜାରି ରହିଥିବା ନବସୃଜନ ସହିତ ସୁରକ୍ଷିତ, ପ୍ରଭାବଶାଳୀ ଓ ସୁବିଧାରେ ପ୍ରତି ଭାରତୀୟ ଘରକୁ ସମାଧାନ ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ।”
ଡେଙ୍ଗୁ, ଚିକେନଗୁନିଆ ଓ ମାଲେରିଆ ବଢ଼ାଉଥିବା ମାରାତ୍ମକ ମଶାଗୁଡ଼ିକ ଘରର ଅନ୍ଧାରୀ କୋଣରେ ରହୁଛନ୍ତି। ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ସେହି ଲୁଚି ରହିଥିବା ସ୍ଥାନଗୁଡ଼ିକ ଯଥା ଖଟ ତଳ, ସୋଫା ପଛ ପଟ ଏବଂ ପରଦା ଓ କପବୋର୍ଡ ପଛରେ ନିୟମିତ କାଲା ହିଟ୍ ମଶା ଘଉଡ଼ାଇବା ସ୍ପେ୍‌୍ର ବ୍ୟବହାର କରିବା ଜରୁରୀ। ଏହି ନବସୃଜନ ସହିତ ହିଟ୍ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

Related Post