ଆଜିର ଖାସ ଖବର
Sun. Apr 26th, 2026

ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍‌, ବିଏମ୍‌ସି ଓ ଭାମ୍‌ଲା ଫାଉଣ୍ଡେସନ ପକ୍ଷରୁ “ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ’ ଅଭିଯାନର ଶୁଭାରମ୍ଭ

By Admin_Dainkasha Jun6,2025
Mr. Nadir B Godrej, Chairman and MD of Godrej Industries Group & Honourable Chief Minister of Maharashtra, Shri Devendra Fadnavis

ଭୁବନେଶ୍ୱର: ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ (ଜିଆଇଜି) ପକ୍ଷରୁ ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ (ବିଏମ୍‌ସି) ଓ ଭାମ୍‌ଲା ଫାଉଣ୍ଡେସନ ସହଯୋଗରେ ଏବଂ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ସହଯୋଗରେ “ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ’ (ପ୍ଳାଷ୍ଟିକ୍ ପ୍ରଦୂଷଣର ପ୍ରତିକାର) ଅଭିଯାନର ଶୁଭାରମ୍ଭ କରାଯାଇଛି। ପ୍ଲାଷ୍ଟିକ୍ ପ୍ରଦୂଷଣ ଭଳି ଗୁରୁତ୍ୱପୂର୍ଣ୍ଣ ପରିବେଶ ଆହ୍ୱାନର ମୁକାବିଲା ଏବଂ ଦୁନିଆରେ ସନ୍ତୁଳନ ବଜାୟ ରଖିବା ଓ ସ୍ଥାୟୀ ଜୀବନ ପାଇଁ ବ୍ୟାପକ ପରିବେଶ ପଦକ୍ଷେପର ଆବଶ୍ୟକତା ଉପରେ ଏହି ଅଭିଯାନ ଗୁରୁତ୍ୱାରୋପ କରୁଛି।
ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ନାଦୀର ଗୋଦରେଜ୍ କହିଛନ୍ତି ଯେ, “ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍‌ରେ ଲୋକମାନଙ୍କୁ ଓ ଗ୍ରହକୁ ଅଗ୍ରାଧିକାର ପ୍ରଦାନ କରିବା ଆମ ମୂଳ ମୂଲ୍ୟବୋଧ ସହିତ ଯୋଡ଼ିହୋଇରହିଛି। ଗତ ଦଶନ୍ଧିରେ ସ୍ଥାୟିତ୍ୱ ଦିଗରେ ଆମେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛୁ। ଆମର ୬୪ ପ୍ରତିଶତ ଶକ୍ତି ଅକ୍ଷୟ ଶକ୍ତି ଉତ୍ସରୁ ଆସୁଛି ଏବଂ ଆମେ ଆମର ପ୍ଲାଷ୍ଟିକ୍ ପ୍ୟାକେଜିଂ ସାନ୍ଦ୍ରତାକୁ ୨୦ ପ୍ରତିଶତରୁ ଅଧିକ ହ୍ରାସ କରିପାରିଛୁ। ଆମେ ପ୍ରସ୍ତୁତ କରୁଥିବା ପ୍ରାକ୍ ଓ ପରବର୍ତୀ ଗ୍ରାହକ ପ୍ଲାଷ୍ଟିକ୍ ପ୍ୟାକେଜିଂକୁ ସଂଗ୍ରହ ଓ ୧୦୦ ପ୍ରତିଶତ ରିସାଇକଲ୍ କରୁଥିବାରୁ ଆମେ ଗର୍ବିତ।’’
ଆମର ବର୍ଜ୍ୟ ପରିଚାଳନା ପ୍ରକଳ୍ପ ଜରିଆରେ ଆମେ ଲ୍ୟାଣ୍ଡ୍‌ଫିଲ୍‌ରୁ ୬୩,୦୦୦ ନିୟୁତ ଟନ୍ ରୁ ଅଧିକ ବର୍ଜ୍ୟକୁ ନିଷ୍କାସନ କରି ଜମିକୁ ଫାଙ୍କା କରିଛୁ ଏବଂ ପରିବେଶ ପ୍ରଭାବ କମ୍ କରିପାରିଛୁ। ଅର୍ଥପୂର୍ଣ୍ଣ ପରିବେଶ ପରିବର୍ତନକୁ ଆଗକୁ ବଢ଼ାଇବା ପାଇଁ ଏହି ଅଭିଯାନ ହେଉଛି ଆମ ପ୍ରତିବଦ୍ଧତାର ଏକ ସ୍ୱାଭାବିକ ସମ୍ପ୍ରସାରରଣ। ପ୍ଲାଷ୍ଟିକ୍ ପ୍ରଦୂଷଣ ଓ ଅକ୍ଷୟ ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରି ଆମେ ସାମଗ୍ରିକ ପଦକ୍ଷେପକୁ ଅନୁପ୍ରାଣିତ କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ଥ୍ରାୟୀ ପରମ୍ପରା ଗଠନ କରିବାକୁ ଲକ୍ଷ୍ୟ ରଖିଛୁ।’’
୨୦୨୩ରେ ୯.୪୬ ନିୟୁତ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ସୃଷ୍ଟି ହୋଇଥିଲା, ଯାହା ଭାରତରେ ଏକ ଚିନ୍ତାଜନକ ସମସ୍ୟା ଭାବେ ଉଭା ହୋଇଛି ଏବଂ ସେଥିରୁ ପ୍ରାୟ ୪୩ ପ୍ରତିଶତ ଥିଲା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌। ସେହି ଆହ୍ୱାନର ମୁକାବିଲା କରିବା ପାଇଁ ଏହି ଅଭିଯାନରେ ପ୍ଲାଷ୍ଟିକ୍ ବ୍ୟବହାରକୁ କମ୍ କରି ଏବଂ ଦୁନିଆର ସମ୍ବଳର ସୁରକ୍ଷା କରି ସ୍ଥାୟୀ ଜୀବନଶୈଳୀ ଅଭ୍ୟାସକୁ ଗ୍ରହଣ କରିବାର ମହତ୍ୱ ଉପରେ ଏହି ଅଭିଯାନ ଗୁରୁତ୍ୱାରୋପ କରୁଛି।
ସେହି ବାର୍ତାକୁ ସୁଦୃଢ଼ କରିବା ପାଇଁ ମୁମ୍ବାଇର ବାନ୍ଦ୍ରା ଅଂଚଳରେ ଗୋଦରେଜ୍ ମ୍ୟାଜିକ୍ ରେଡି-ଟୁ-ମିକ୍ସ ହାଣ୍ଡ୍‌ୱାସ୍ ସମାଧାନକୁ ଉନ୍ମୋଚନ କରାଯାଇଥିଲା। ଏହି ଅଭିଯାନ ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ଯାହା ହାତଧୁଆ କେନ୍ଦ୍ରଗୁଡ଼ିକରେ ବୋତଲକୁ ପୁନର୍ବାର ଭର୍ତି କରିବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବ। ଗୋଦରେଜ୍ ମ୍ୟାଜିକ୍ ହାଣ୍ଡ୍‌ୱାସ୍ ଷ୍ଟେସନ୍‌ରେ ରିଫିଲ୍‌କୁ ଆପଣାଇଲେ ଜଣେ ବ୍ୟକ୍ତି ବର୍ଷକୁ କେତେ ପ୍ଲାଷ୍ଟିକ୍ ସଂଚୟ କରିପାରିବେ ତାହାକୁ ବାସ୍ତବ ସମୟ ଡ୍ୟାସ୍‌ବୋର୍ଡରେ ପ୍ରଦର୍ଶନ କରୁଛି। ଏହା ବ୍ୟକ୍ତିଗତ ସ୍ଥାୟିତ୍ୱ ପଦକ୍ଷେପକୁ ଏକ ସାମଗ୍ରିକ ତଥା ଆଖିଦୃଶିଆ ପ୍ରଭାବରେ ରୂପାନ୍ତରୀତ କରୁଛି।
ଏହି ଅବସରରେ ଗୋଦରେଜ୍ କଂଜ୍ୟୁମର୍ ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍‌)ର ମାର୍କେଟିଂ ମୁଖ୍ୟ-ପର୍ସନାଲ୍ କେୟାର ନୀରଜ ସେଙ୍ଗୁତୁଭନ କହିଛନ୍ତି ଯେ, “ଭାରତ ପ୍ଲାଷ୍ଟିକ ବର୍ଜ୍ୟର ବିରାଟ ସଙ୍କଟକୁ ସାମ୍ନା କରୁଛି ଯେଉଁଠାରେ ବର୍ଷକୁ ନିୟୁତ ନିୟୁତ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ସୃଷ୍ଟି ହେଉଛି ଏବଂ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ପରିବେଶ ସ୍ଥାୟୀତ୍ୱ ପ୍ରତି ସବୁଠୁ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ଗୋଦରେଜ୍ ମ୍ୟାଜିକ୍ ହାଣ୍ଡ୍‌ୱାସ୍ ହେଉଛି ଏକ ସ୍ଥାୟିତ୍ୱ ନବସୃଜନ ଯେଉଁଥିରେ ନିୟମିତ ହାଣ୍ଡ୍‌ୱାସ୍ ତୁଳନାରେ ୫୦ ପ୍ରତିଶତ କମ୍ ପ୍ଲାଷ୍ଟିକ୍‌, ୭୫% କମ୍ ଇନ୍ଧନ ଓ ୭୫% କମ୍ କାଗଜ ବ୍ୟବହାର ହୋଇଛି। ବୋତଲକୁ ପୁନର୍ବାର ଭର୍ତି କରିବା ଭଳି ଛୋଟିଆ ସଚେତନ ପଦକ୍ଷେପ କିଭଳି ଅର୍ଥପୂର୍ଣ୍ଣ ପ୍ରଭାବ ଓ ବ୍ୟାପକ ପରିବର୍ତନ ଆଣିପାରେ ତାହାକୁ ଏହି ଅଭିଯାନ ପ୍ରଦର୍ଶିତ କରୁଛି। ଗୋଟିଏ ରିଫିଲ୍ ବ୍ୟବହାର ଗୋଟିଏ ପ୍ଲାଷ୍ଟିକ୍ ବୋତଲ ଭୂପୃଷ୍ଠକୁ ଯିବାରୁ ଅଟକାଉଛି। ସେହି ବାସ୍ତବ ପ୍ରଭାବକୁ ଦୃଷ୍ଟିରେ ରଖି ଆମେ ସଚେତନତାକୁ ପଦକ୍ଷେପରେ ପରିଣତ କରିଛୁ।’’
ଏହି ଅଭିଯାନକୁ ଗୋଦରେଜ୍ ଲା’ ଆଫେୟାର ପକ୍ଷରୁ ସମର୍ଥନ କରାଯାଇଛି ଯାହା ଏକ ସାଇକ୍ଲୋଥନ୍ ଆୟୋଜନ ସହ ଶେଷ ହୋଇଛି। ଏଥିରେ ଅଂଶଗ୍ରହଣକାରୀମାନଙ୍କୁ ସ୍ଥାୟୀତ୍ୱ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇବା ଏବଂ ପରିବେଶ ଦାୟିତ୍ୱର ବିଶ୍ୱସ୍ତରୀୟ ଆହ୍ୱାନକୁ ସୁଦୃଢ଼ କରିବା ପାଇଁ ଆମନ୍ତ୍ରଣ କରାଯାଇଥିଲା।

Related Post