ଆଜିର ଖାସ ଖବର
Sat. May 30th, 2026

ଗୋଦରେଜ ରେଫ୍ରିଜରେଟର୍ସ ପକ୍ଷରୁ ଏଆଇ ଶକ୍ତି ସମ୍ପର୍ଣ୍ଣ ସାଇଡ-ବାଏ-ସାଇଠ ରେଫ୍ରିଜରେଟରର ଶୁଭାରମ୍ଭ

By Admin_Dainkasha May19,2025

ଭୁବନେଶ୍ୱର: ହୋମ ଆପ୍ଲାଏନସେସ ଆଉ କେବଳ ଏକ ଜିନିଷ ହୋଇ ରହିନାହିଁ। ଏହା ଷ୍ଟାଇଲ ଓ ସ୍ମାର୍ଟ ଚଳନୀର ଏକ ଅଙ୍ଗରେ ପରିଣତ ହୋଇଛି। ଗ୍ରାହକମାନେ ପ୍ରିମିୟମ ଓ ଅଧିକ କ୍ଷମତାର ରେଫ୍ରିଜରେଟର ଚାହୁଛନ୍ତି ଯେଉଁଥିରେ ପ୍ରଯୁକ୍ତି ଦ୍ୱାରା ଚାଳିତ ସୁବିଧା ସୁଯୋଗ ରହିଥିବ। ତାହାକୁ ଦୃଷ୍ଟିରେ ରଖି ଗୋଦରେଜ ଏଂଟରପ୍ରାଇଜେସ ଗ୍ରୁପର ଅଂଶ ଗୋଦରେଜ ଆଣ୍ଡ ବଏସର ଆପ୍ଲାଏନସେସ ବ୍ୟବସାୟ ପକ୍ଷରୁ ଏଆଇର ଶକ୍ତି ଥିବା ଇଅନ ଭେଲଭେଟ ସାଇଡ-ବାଏ-ସାଇଡ ରେଫ୍ରିଜରେଟର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ପ୍ରଯୁକ୍ତି ଓ ସୌନ୍ଦର୍ଯ୍ୟର ମିଶ୍ରଣ ରହିଛି।
ଏହା ହେଉଛି ଏଆଇର ଶକ୍ତି ଥିବା ଏକ ୬୦୦ ଲିଟରର ବଡ଼ ରେଫ୍ରିଜରେଟର ଯାହା ଭିତରେ ଥିବା ଜିନିଷ, ଡୋର ଖୋଲିବା ଆଦିକୁ ବିଚାରକୁ ନେଇ ସ୍ୱୟଂକ୍ରିୟ ଭାବେ ଶୀତଳତା ପ୍ରଦାନ ଓ ଶକ୍ତି ଉପଯୋଗିତାରେ ଉନ୍ନତି ଆଣିବ। ସ୍ୱୟଂକ୍ରିୟ ତାପମାତ୍ରା ନିୟନ୍ତ୍ରଣ ପାଇଁ ଏଥିରେ ଇକୋ ମୋଡ ରହିଛି। ସେହିପରି ବାହାରେ ଥିବା ବେଳେ ଏହାର ହଲିଡେ ମୋଡ ଶକ୍ତି ସଂରକ୍ଷଣ କରିବ ଏବଂ ସୁପର ଫ୍ରିଜ ମୋଡ ଶୀଘ୍ର ଶୀତଳତା ପ୍ରଦାନ କରିବ। ଗ୍ରାହକମାନଙ୍କ ଆବଶ୍ୟକତା ଅନୁସାରେ ଏହି ଭାରତ ତିଆରି ରେଫ୍ରିଜରେଟର ଅତୁଳନୀୟ ସୁବିଧା ପ୍ରଦାନ କରିବ। ଏଥିରେ ସ୍ମାର୍ଟ କନଭର୍ଟିବଲ ଜୋନ ରହିଛି ଯେଉଁଥିରେ ତାପମାତ୍ରା ମାଇନସ ୩ ଡିଗ୍ରିରୁ ୫ ଡିଗ୍ରି ମଧ୍ୟରେ ରହିଛି ଯାହାକୁ ଫ୍ରିଜର, ଚିଲର କିମ୍ବା ପାଂଟ୍ରି ସେକ୍ସନ ଭାବେ ବ୍ୟବହାର କରିହେବ। ଶ୍ରେଷ୍ଠ ଦକ୍ଷତା, ଦୀର୍ଘସ୍ଥାୟିତ୍ୱ ଓ ନିରବ ପରିଚାଳନା ପାଇଁ ଏହାର ଉନ୍ନତ ଇନଭର୍ଟର କମ୍ବ୍ରେସର ପରିଚାଳନାକୁ ପରିଚାଳିତ କରିବ। ଏହାର ଡୋରରେ ଏକ ଡିଜିଟାଲ ଟଚ ପ୍ୟାନେଲ ରହିଛି ଯାହାକୁ ଗ୍ରାହକଙ୍କ ସୁବିଧା ଲାଗି ବିକାଶ କରାଯାଇଛି। ଏହା ଅପେରା ରୋଜ ଓ ଅପେରା ବ୍ଲାକ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହୋଇଛି।
ଗୋଦରେଜ ଏଂଟରପ୍ରାଇଜେସ ଗ୍ରୁପର ଆପ୍ଲାଏନସେସ ବ୍ୟବସାୟର ଉତ୍ପାଦ ମୁଖ୍ୟ (ରେଫ୍ରିଜରେଟର) ଅନୁପ ଭାର୍ଗବ କହିଛନ୍ତି ଯେ, “ଆଜିର ଗ୍ରାହକମାନେ ଏଭଳି ପ୍ରିମିୟମ କିଚେନ ଆପ୍ଲାଏସେସ ଚାହୁଛନ୍ତି ଯାହା ଉଚ୍ଚ ପ୍ରଦର୍ଶନ କରୁଥିବ ଏବଂ ସ୍ମାର୍ଟ ସୁବିଧାସୁଯୋଗ ସହିତ ସେମାନଙ୍କ ଜୀବନଶୈଳୀକୁ ବଢ଼ାଉଥିବ। ଗୋଦରେଜର ନୂଆ ଏଆଇ ଶକ୍ତି ଥିବା ଇଅନ ଭେଲଭେଟ ସାଇଡ ବାଏ ସାଇଡ ରେଫ୍ରିଜରେଟର ଦେଖିବାକୁ ବେଶ ସୁନ୍ଦର ଯାହା ଶୀତଳତା ପାଇଁ ସ୍ମାର୍ଟ ପ୍ରଯୁକ୍ତି ପ୍ରଦାନ କରୁଛି ଏବଂ ନମନୀୟ ସଂରକ୍ଷଣ ସମାଧାନ ସହିତ ବଡ଼ କ୍ଷମତାରେ ଆସିଛି ଯାହା ସୁବିଧା ବଢ଼ାଇବ ଏବଂ ଭାରତର ରୋଷେଇ ଘର ସୁନ୍ଦରତାରେ ଉନ୍ନତି ଆଣିବ। ଏହି ନୂତନ ଶୁଭାରମ୍ଭ ସହିତ ବିଭିନ୍ନ କ୍ଷମତାର ବ୍ୟାପକ ରେଫ୍ରିଜରେଟର ଜରିଆରେ ଆମେ ଚଳିତ ଗ୍ରୀଷ୍ମ ଋତୁରେ ରେଫ୍ରିଜରେଟରରେ ୨୫-୩୦% ଅଭିବୃଦ୍ଧି ଆଣିବାକୁ ଲକ୍ଷ୍ୟ ରଖିଛୁ।”
ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଓ ସର୍ବଭାରତୀୟ ସ୍ତରରେ ଥିବା ଷ୍ଟୋରଗୁଡ଼ିକରେ ଏହି ବର୍ଗମାଳା ୧,୧୫,୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହୋଇଛି।

Related Post