ଆଜିର ଖାସ ଖବର
Thu. Apr 16th, 2026

ଏଚଡି ଫାୟାର ପ୍ରୋଟେକ୍ଟ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

By Admin_Dainkasha Sep29,2025

ଭୁବନେଶ୍ୱର: ଏଚଡି ଫାୟାର ପ୍ରୋଟେକ୍ଟ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏହା ହେଉଛି ଅଗ୍ନି ସୁରକ୍ଷା ଉପକରଣ ଓ ସିଷ୍ଟମ ଉତ୍ପାଦନ ଓ ଯୋଗାଣ କରୁଥିବା ଏକ ଭାରତୀୟ ସଂସ୍ଥା ଯାହାର ଜଳ, ଫୋମ ଓ ଗ୍ୟାସ ଆଧାରିତ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟାପକ ପୋର୍ଟଫୋଲିଓ ରହିଛି। କମ୍ପାନି ଜାତୀୟ ଓ ଅନ୍ତର୍ଜାତୀୟ ମାନକୁ ବଜାୟ ରଖି ପ୍ରୋପାଇଟୋରି ଡିଜାଇନ ସହ ନିଜ କାରଖାନାରେ ଅଧିକାଂଶ ଉତ୍ପାଦ ନିର୍ମାଣ କରୁଛି ଯାହା ଶିଳ୍ପ, ଆବାସିକ ଓ ବାଣିଜ୍ୟିକ କ୍ଷେତ୍ରର ଆବଶ୍ୟକତା ପୂରଣ କରୁଛି।
୨୦୨୪ ଆର୍ôଥକ ବର୍ଷ ପରିଚାଳନା ରାଜସ୍ୱ ଆଧାରରେ କମ୍ପାନି ହେଉଛି ଭାରତରେ ଦ୍ୱିତୀୟ ବୃହତ ଅଗ୍ନି ସୁରକ୍ଷା ଉପକରଣ ଓ ସିଷ୍ଟମ ନିର୍ମାତା ଏବଂ ମୂଲ୍ୟ ଦୃଷ୍ଟିରୁ ସର୍ବବୃହତ ରପ୍ତାନିକାରୀ। ୨୦୨୪-୨୫ ଆର୍ôଥକ ବର୍ଷରେ କମ୍ପାନି ୯୦ରୁ ଅଧିକ ଦେଶକୁ ରପ୍ତାନି କରିଛି।
ଏହି ଅଫରରେ ଅଫର ଫର ସେଲରେ ୨୬,୨୮୪,୫୦୦ ଇକ୍ୱିଟି ସେୟାର ବିକ୍ରି କରାଯିବ। ଏହି ଇସ୍ୟୁରେ କମ୍ପାନି କୌଣସି ଅର୍ଥ ହାସଲ କରିବ ନାହିଁ।
ଏହି ଇସ୍ୟୁର ଲକ୍ଷ୍ୟ ହେଉଛି ପ୍ରତିଷ୍ଠାତା ଅଂଶଧନକାରୀମାନଙ୍କ ୨୬,୨୮୪,୫୦୦ ଇକ୍ୱିଟି ସେୟାରକୁ ଅଫର ଫଳ ସେଲରେ ବିକ୍ରି କରିବା ଏବଂ ଷ୍ଟକ ଏକ୍ସଚେଂଜରେ ଇକ୍ୱିଟି ସେୟାରକୁ ପଞ୍ଜୀକୃତ କରିବାର ଲାଭ ହାସଲ କରିବା। ଅଫର ଫର ସେଲରେ ହରିଷ ନର୍ସି ଧର୍ମଷୀ ୮,୯୮୩,୭୦୦ ଇକ୍ୱିଟି ସେୟାର ଓ କୁସୁମ ହରିଷ ଧର୍ମଷୀ ୧୭,୩୦୦,୮୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଆମ୍ବିଟ ପ୍ରାଇଭେଟ ଲିମିଟେଡ, ଆନନ୍ଦ ରାଠୀ ଆଡଭାଇଜର୍ସ ଲିମିଟେଡ ଓ ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ।

Related Post