ଆଜିର ଖାସ ଖବର
Sat. Apr 25th, 2026

ହିନ୍ଦୁଜା ଗ୍ରୁପ୍ ପକ୍ଷରୁ ଫିଲିପାଇନ୍ସର ବିଭିନ୍ନ କ୍ଷେତ୍ର ପାଇଁ ଅଭିବୃଦ୍ଧି ଯୋଜନା

By Admin_Dainkasha Aug10,2025

ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଭାରତ ପରିଦର୍ଶନରେ ଥିବା ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର୍ ହିନ୍ଦୁଜା ଗ୍ରୁପ୍ ପ୍ରତିନିଧି ଦଳଙ୍କୁ ଭେଟିଛନ୍ତି। ଏହାର ଶୋମ୍ ହିନ୍ଦୁଜା ନେତୃତ୍ୱ ଦେଇଥିଲେ ଏବଂ ଗ୍ରୁପ୍ ସହିତ କୌଶଳଗତ ଭାଗୀଦାରୀକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା କରିଥିଲେ। ରାଷ୍ଟ୍ରପତି ମାର୍କୋସ ଜୁନିଅର୍ ଏବଂ ତାଙ୍କ ଦଳ ହିନ୍ଦୁଜା ଗ୍ରୁପ୍‌କୁ ପ୍ରତିରକ୍ଷା, ଶକ୍ତି, ଅଟୋମୋଟିଭ୍ ଏବଂ ଡିଜିଟାଲ୍ ଟେକ୍ନୋଲୋଜି କ୍ଷେତ୍ରରେ ଉଭା ହୋଇଥିବା ସୁଯୋଗଗୁଡ଼ିକରେ ନିବେଶ ବୃଦ୍ଧି କରିବାକୁ ନିମନ୍ତ୍ରଣ କରିଥିଲେ।
ହିନ୍ଦୁଜା ଗ୍ରୁପ୍‌ର ଆଲ୍ଟରନେଟିଭ୍ ଏନର୍ଜି ଏବଂ ସଷ୍ଟେନେବିଲିଟିି ଏବଂ ଗଲ୍‌ଫ ଅଏଲ ୍‌ଲୁବ୍ରିକାଂଟ୍ ଏବଂ ଆଶୋକ୍ ଲେଲାଣ୍ଡର ବୋର୍ଡ୍ ସଦସ୍ୟ ସୋମ୍ ହିନ୍ଦୁଜା କହିଛନ୍ତି ଯେ, “ରାଷ୍ଟ୍ରପତି ମାର୍କୋସ ଜୁନିଅର୍ ଫିଲିପାଇନ୍ସରେ ଏକ ନୂଆ ନିବେଶ ପରିବେଶ ଗଢ଼ିବାକୁ ଯାଉଛି ଯାହା ଆମ ଗ୍ରୁପ୍ ପାଇଁ ପ୍ରତିରକ୍ଷା କ୍ଷେତ୍ର, ଡିଜିଟାଲ୍ ଟେକ୍ନୋଲୋଜି, ଶକ୍ତି, ଏବଂ ଅଟୋମୋଟିଭ୍ କ୍ଷେତ୍ରରେ ନୂଆ ସୁଯୋଗ ଖୋଲିବ। ଏଥିରେ ଗମନାଗମନରେ ଇଲେକ୍ଟ୍ରିକ୍ ଯାନ ଏବଂ ଗଲ୍‌ଫ ଅଏଲ ପାଇଁ ଚାର୍ଜିଂ ଭିତିଭୂମି ଅନ୍ତର୍ଭୁକ୍ତ ଯାହା ଫିଲିପାଇନ୍ସରେ ଇଲେକ୍ଟ୍ରିକ୍ ଯାନର ବୃଦ୍ଧିକୁ ସମର୍ଥନ କରିବ। ଆମେ ରାଷ୍ଟ୍ରପତିଙ୍କୁ ଆମର ଭାରତୀୟ ପ୍ରତିଷ୍ଠାନ ଆଶୋକ୍ ଲେଲାଣ୍ଡ ଦ୍ୱାରା ଫିଲିପାଇନ୍ସରେ ସ୍ଥାନୀୟ ଭାବରେ ଆସେମ୍ବଲ୍ କରାଯାଇ ପ୍ରଥମ ବ୍ୟାଚ୍ ୫୦ଟି ଏଲସିଭି (ଲାଇଟ୍ କମର୍ସିଆଲ୍ ଭେହିକଲ୍‌) ବିତରଣ କରାଯିବା ବିଷୟରେ ଜଣାଇଥିଲୁ। ହିନ୍ଦୁଜା ଗ୍ଲୋବାଲ୍ ସୋଲ୍ୟୁସନ୍ (ଏଚଜିଏସ) ଫିଲିପାଇନ୍ ସରକାରଙ୍କ ସହିତ ଏକ ଲେଟର୍ ଅଫ୍ ଇଂଟେଂଟ୍ (ଏଲ୍‌ଓଆଇ) ସ୍ୱାକ୍ଷର କରିଛି ଯାହା ତାହାର ସ୍ଥାନୀୟ ବ୍ୟବସାୟ ପରିଚାଳନାକୁ ବିସ୍ତାର କରିବାକୁ ଗୁରୁତ୍ୱପୂର୍ଣ୍ଣ ନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି ଏବଂ ଫିଲିପାଇନ୍ସକୁ ତାହାର ବିଶ୍ୱସ୍ତରୀୟ ପରିଚାଳନା ପାଇଁ ଏକ କୌଶଳଗତ ବୃଦ୍ଧି ବଜାର ଭାବରେ ପୁନର୍ବାର ପ୍ରତିଷ୍ଠା କରିଛି।”
ହିନ୍ଦୁଜା ଗ୍ରୁପ୍ ଏହାର ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଗଲ୍‌ଫ ଅଏଲ୍ ଇଂଟରନ୍ୟାସନାଲ୍ ମାଧ୍ୟମରେ ୧୯୯୮ରୁ ଫିଲିପାଇନ୍ ନ୍ୟାସନାଲ୍ ଅଏଲ୍ କମ୍ପାନି ସହିତ ଏକ ଯୌଥ ଉଦ୍ୟୋଗ ସହଯୋଗରେ ଗଲ୍ଫ ଅଏଲ୍ ଫିଲିପାଇନ୍ସ୍ ଇଂକ୍ ପରିଚାଳନା କରୁଛି ଯାହା ଏକ ଆଧୁନିକ କାରଖାନା ସହ ବିଭିନ୍ନ ପ୍ରମୁଖ ଗଲ୍ଫ ବ୍ରାଣ୍ଡେଡ୍ ଲୁବ୍ରିକାଂଟ୍ ଏବଂ ଅନ୍ୟ ସମ୍ବନ୍ଧିତ ଉତ୍ପାଦ ଉତ୍ପାଦନ ଏବଂ ବିତରଣ କରୁଛି।
୨୦୦୩ରେ ହିଜନ୍ଦୁା ଗ୍ଲୋବାଲ୍ ସଲ୍ୟୁସନ୍ସ ଫିଲିପାଇନ୍ସରେ ଏହାର କାରବାର ଆରମ୍ଭ କରିଥିଲା। ମାନିଲା ଏନସିଆର, ଇଲୋଇଲୋ ଓ ସେବୁରେ ଏହାର ଡେଲିଭରି କେନ୍ଦ୍ର ରହିଛି ଏବଂ ୩୫୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଏଲ୍‌ଓଆଇ ସ୍ୱାକ୍ଷର କରାଯିବା ପରେ ଫିଲିପାଇନ୍ସରେ କମ୍ପାନି ଏହାର ଗ୍ରାହକ ଅନୁଭୂତି ଓ ବଜେନସ୍ ପ୍ରକ୍ରିୟା ପରିଚାଳନା ଉପସ୍ଥିତିର ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି। ଏହି ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଏହା ଫିଲିପାଇନାନ୍ସରେ ଆସନ୍ତା କିଛି ବର୍ଷରେ ବ୍ୟାପକ ନିବେଶ କରିବ।

Related Post