ଆଜିର ଖାସ ଖବର
Sat. May 30th, 2026

ଆଇଆଇଏଚଏଲ ପକ୍ଷରୁ ୨୦୩୦ ସୁଦ୍ଧା ୫୦ ବିଲିୟନ ଡଲାର ମୂଲ୍ୟ ହାସଲ ଲକ୍ଷ୍ୟ: ଅଧ୍ୟକ୍ଷ ଅଶୋକ ହିନ୍ଦୁଜା

By Admin_Dainkasha Mar24,2025
IIHL Targeting a Valuation of USD 50 billion by 2030: Chairman Ashok Hinduja

ଭୁବନେଶ୍ୱର: ରିଲାଏନ୍ସ କ୍ୟାପିଟାଲକୁ ଅଧିଗ୍ରହଣ କରିବା ପରେ ଇଣ୍ଡସିଇଣ୍ଡ ଇଂଟରନ୍ୟାସନାଲ ହୋଲ୍ଡିଂସର ଅଧ୍ୟକ୍ଷ ଅଶୋକ ହିନ୍ଦୁଜା କହିଛନ୍ତି ଯେ ୨୦୩୦ ସୁଦ୍ଧା କଂପାନି ୫୦ ବିଲିୟନ ଡଲାର ମୂଲ୍ୟ (ଭାଲୁଏସନ) ହାସଲ କରିବାକୁ ଲକ୍ଷ୍ୟ ରଖିଛି। ତିନି ବର୍ଷର ଲମ୍ବା ରିଜଲ୍ୟୁସନ ପ୍ରକ୍ରିୟା ପରେ ରିଲାଏନ୍ସ କ୍ୟାପିଟାଲକୁ ଆଇଆଇଏଚଏଲ ଅଧିଗ୍ରହଣ କରିଥିବା ସେ କହିଛନ୍ତି।
ଇଣ୍ଡସଇଣ୍ଡ ଇଂଟରନ୍ୟାସନାଲ ହୋଲଡିଂସ ଲିମିଟେଡ (ଆଇଆଇଏଚଏଲ) ବିଡ ମୂଲ୍ୟକୁ ଏକ ଏକ୍ସକ୍ରୋ ଖାତାରେ ଜମା କରିଛି ଏବଂ ପ୍ରଶାସକଙ୍କଠାରୁ କମ୍ପାନିର ପରିଚାଳନା ହସ୍ତାନ୍ତର ବୁଧବାର କରାଯାଇଛି।
ମରିସସ ସ୍ଥିତ ସଂସ୍ଥା ଆଇଆଇଏଚ୍‌ଏଲ୍ ରିଲାଏନ୍ସ କ୍ୟାପିଟାଲର ରିଜଲ୍ୟୁସନ ପାଇଁ ୯୬୫୦ କୋଟି ଟଙ୍କାର ବିଡ୍ ଦାଖଲ କରି ସଫଳତା ହାସଲ କରିଛି। ପରବର୍ତୀ ସମୟରେ କଂପାନି ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ସଲଭେନ୍ସି ବୃଦ୍ଧି ପାଇଁ ୨୦୦ କୋଟି ଟଙ୍କା ଦେଇଥିଲା ଯାହା ବିଡ୍ ରାଶି ଠାରୁ ଅଧିକ ଥିଲା।
ଶ୍ରୀ ହିନ୍ଦୁଜା କହିଛନ୍ତି ଯେ, “ଆମ ପକ୍ଷରୁ ପ୍ରକ୍ରିୟା ସମାପ୍ତ ହୋଇଛି। ଆମେ ଏହି ଡିଲ୍ ପାଇଁ ତିନି ବର୍ଷ ଧରି କାମ କରିଛୁ।” ସେ କହିଥିଲେ ଯେ “ମୂଲ୍ୟ ସୃଷ୍ଟିର ଯାତ୍ରା ବର୍ତମାନ ଆରମ୍ଭ ହେବ ଏବଂ ରିଲାଏନ୍ସ କ୍ୟାପିଟାଲର ବୀମା ବ୍ୟବସାୟର ମୂଲ୍ୟ ୨୦,୦୦୦ କୋଟି ଟଙ୍କା ହେବ। ଆଇଆଇଏଚ୍‌ଏଲ୍ ସମ୍ପୂର୍ଣ୍ଣ ରିଲାଏନ୍ସ କ୍ୟାପିଟାଲ ବ୍ୟବସାୟର ସମୀକ୍ଷା କରିବ ଏବଂ ଆବଶ୍ୟକ ପ୍ରଦାନ କରିବାକୁ ନିଷ୍ପତି ନେବ।”
ବ୍ୟବସାୟ ସୃଷ୍ଟି ପାଇଁ ଆବଶ୍ୟକ ହେଉଥିବା ପର୍ଯ୍ୟନ୍ତ ମୂଳଧନ ପ୍ରଦାନ କରିବା ଏକ ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି। ସେ କହିଥିଲେ ଯେ, ରିଲାଏନ୍ସ କ୍ୟାପିଟାଲର ପ୍ରାୟ ୩୯-୪୦ ଟି ସଂସ୍ଥା ଅଛି ଏବଂ ନୂତନ ପରିଚାଳନାରେର ଅଧିକାଂଶକୁ ବିକ୍ରି କରାଯିବ, କାରଣ ଅଧିକାଂଶ ଛୋଟ ଓ ସେଲ୍ ସଂସ୍ଥା।
ନୂତନ ପରିଚାଳନା ଦ୍ୱାରା ବ୍ରୋକିଂ ଏବଂ ଆସେଟ୍ ରିକନଷ୍ଟ୍ରକ୍ସନ୍ ବ୍ୟବସାୟ ରଖାଯିବ। ରିଜର୍ଭ ବ୍ୟାଙ୍କ ସହିତ ଏକ କୋର୍ ଇନଭେଷ୍ଟମେଂଟ କମ୍ପାନି ଭାବରେ ପଞ୍ଜିକୃତ ରିଲାଏନ୍ସ କ୍ୟାପିଟାଲର ରିଲାଏନ୍ସ ନିପ୍ପନ୍ ଲାଇଫ୍ ଇନସ୍ୟୁରାନ୍ସ, ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ, ରିଲାଏନ୍ସ ମନି, ରିଲାଏନ୍ସ ସିକ୍ୟୁରିଟିଜ୍‌, ରିଲାଏନ୍ସ ଆସେଟ୍ ରିକନଷ୍ଟ୍ରକ୍ସନ୍ ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ସମେତ ଅନେକ ସଂସ୍ଥା ଅଛି।
ଏହି ଆର୍ôଥକ ସେବା କମ୍ପାନିର ୧.୨୮ ଲକ୍ଷ କର୍ମଚାରୀ ଅଛନ୍ତି ଏବଂ ନୂତନ ସଂସ୍ଥା ଯଥା ସମ୍ଭବ କର୍ମଚାରୀଙ୍କ ସ୍ୱାର୍ଥ ସୁରକ୍ଷା କରିବ ବୋଲି ସେ ଆଶ୍ୱାସନା ଦେଇଥିଲେ।
ସେ କହିଥିଲେ ଯେ, ଏନସିଏଲଟି ସମସ୍ତ ପକ୍ଷକୁ ମାର୍ଚ୍ଚ ୨୦ ମଧ୍ୟରେ ଆଇଆଇଏଚଏଲ କୁ ମାଲିକାନା ହସ୍ତାନ୍ତର ପାଇଁ ପ୍ରକ୍ରିୟାଗତ ମାମଲା ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ। ନ୍ୟାସନାଲ୍ କମ୍ପାନି ଲ ଟ୍ରିବ୍ୟୁନାଲ୍ ଶେଷ ଶୁଣାଣିରେ ସମସ୍ତ ପକ୍ଷକୁ ମାର୍ଚ୍ଚ ୨୦ ମଧ୍ୟରେ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ସମାପ୍ତ କରିବାକୁ କହିଥିଲେ ଏବଂ ମାର୍ଚ୍ଚ ୨୫ରେ ମାମଲର ଶୁଣାଣି ହେବ ବୋଲି ଜଣାଇଥିଲେ।
୨୦୨୩ ଏପ୍ରିଲରେ ଆଇଆଇଏଚଏଲ୍ ପକ୍ଷରୁ କର୍ପୋରେଟ୍ ଇନସଲଭେନ୍ସି ରିଜଲ୍ୟୁସନ୍ ପ୍ରକ୍ରିୟା ଅଧୀନରେ ରିଲାଏନ୍ସ କ୍ୟାପିଟାଲ୍ ପାଇଁ ୯୬୫୦ କୋଟି ଟଙ୍କାର ବିଡ୍ ଜିତି ସଫଳ ରିସୋଲ୍ୟୁସନ୍ ପ୍ରାର୍ଥୀ ଭାବରେ ଉଭା ହୋଇଥିଲା। ଗତ ବର୍ଷ ଆଇଆଇଏଚଏଲ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତୃପକ୍ଷ (ଆଇଆରଡିଏଆଇ) ଏବଂ ଷ୍ଟକ୍ ଓ କମୋଡିଟି ଏକ୍ସଚେଂଜଗୁଡ଼ିକର ଅନୁମୋଦନ ହାସଲ କରିଥିଲା।
କେନ୍ଦ୍ରୀୟ ବ୍ୟାଙ୍କ ନାଗେଶ୍ୱର ରାଓ ୱାଇଙ୍କୁ ପ୍ରଶାସକ ଭାବରେ ନିଯୁକ୍ତ କରିଥିଲେ, ଯିଏ ପରବର୍ତ୍ତୀ ସମୟରେ ୨୦୨୧ ଡିସେମ୍ବରରେ କମ୍ପାନିର ଅଧିଗ୍ରହଣ ପାଇଁ ବିଡ୍ ଆମନ୍ତ୍ରଣ କରିଥିଲେ।

Related Post