ଆଜିର ଖାସ ଖବର
Sat. Apr 18th, 2026

ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପବ୍ଲିକ୍ ହେଲ୍‌ଥ ଓ ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ଉପରେ ଏକ୍‌ଜିକ୍ୟୁଟିଭ୍ ମାଷ୍ଟର୍ସର ୪ର୍ଥ ବ୍ୟାଚ୍‌ର ଶୁଭାରମ୍ଭ

By Admin_Dainkasha Jan23,2025

ଭୁବନେଶ୍ୱର: ଭାରତର ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ପରିଚାଳନା ଗବେଷଣା ବିଶ୍ୱବିଦ୍ୟାଳୟ ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ମାଷ୍ଟର ଅଫ୍ ପବ୍ଲିକ୍ ହେଲ୍‌ଥ(ଏମପିଏଚ୍‌) (ଏକ୍‌ଜିକ୍ୟୁଟିଭ୍‌) ୨୦୨୪-୨୬ ଏବଂ ମାଷ୍ଟର ଅଫ୍ ହସ୍ପିଟାଲ ଆଡମିନିଷ୍ଟ୍ରେସନ (ଏମ୍‌ଏଚ୍‌ଏ) (ଏକ୍‌ଜିକ୍ୟୁଟିଭ୍‌) ୨୦୨୪-୨୬ କାର୍ଯ୍ୟକ୍ରମର ଚତୁର୍ଥ ବ୍ୟାଚ୍‌ର ଶୁଭାରମ୍ଭ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଏକ୍‌ଜିକ୍ୟୁଟିଭ୍ ମାଷ୍ଟର ଅଫ୍ ପବ୍ଲିକ୍ ହେଲ୍‌ଥର ୫୦ ଜଣ ପେସାଦାର ଏବଂ ଏକଜିକ୍ୟୁଟିଭ୍ ମାଷ୍ଟର ଅଫ୍ ହସ୍ପିଟାଲ ଆଡମିନିଷ୍ଟ୍ରେସନର ୧୭ ଜଣ ପେସାଦାରଙ୍କ ପାଇଁ ଏକ ଶିକ୍ଷଣୀୟ ଯାତ୍ରା ଆରମ୍ଭ ହୋଇଛି। ଯେଉଁଥିରେ ସେମାନଙ୍କ କ୍ୟାରିୟର ଜାରି ରଖିବା ସହିତ ଜନସ୍ୱାସ୍ଥ୍ୟ ଏବଂ ଡାକ୍ତରଖାନା ପ୍ରଶାସନରେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ସମୃଦ୍ଧ ବିବିଧତା ପ୍ରଦର୍ଶନ କରୁଥିବା ଇଏମ୍‌ପିଏଚ୍ ବ୍ୟାଚ୍‌ରେ ୨୫ ଜଣ ଛାତ୍ରୀ ଓ ୨୫ ଜଣ ଛାତ୍ର ଥିବା ବେଳେ ଇଏମ୍‌ଏଚ୍‌ଏ ବ୍ୟାଚ୍‌ରେ ୯ ଜଣ ଛାତ୍ରୀ ଓ ୮ ଜଣ ଛାତ୍ର ରହିଛନ୍ତି।
ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟର ସଭାପତି ଡକ୍ଟର ପିଆର ସୋଦାନୀ କହିଛନ୍ତି ଯେ, “ସ୍ୱାସ୍ଥ୍ୟସେବା ପରିଚାଳନା ଶିକ୍ଷାରେ ୪୦ ବର୍ଷର ସମୃଦ୍ଧ ପରମ୍ପରା ସହିତ ଆମେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ପରିବର୍ତନ ଆଣିବା ପାଇଁ ଆବଶ୍ୟକ ଦକ୍ଷତା, ଜ୍ଞାନ ଏବଂ ନେତୃତ୍ୱ ସହିତ ପେସାଦାରମାନଙ୍କୁ ସଶକ୍ତ କରିବା ପାଇଁ ଗଭୀର ପ୍ରତିଶ୍ରୁତିବଦ୍ଧ। ମାଷ୍ଟର ଅଫ୍ ପବ୍ଲିକ୍ ହେଲ୍‌ଥ (ଏକ୍‌ଜିକ୍ୟୁଟିଭ୍‌) ଏବଂ ମାଷ୍ଟର ଅଫ୍ ହସ୍ପିଟାଲ ଆଡମିନିଷ୍ଟ୍ରେସନ୍ (ଏକ୍‌ଜିକ୍ୟୁଟିଭ୍‌) ପ୍ରୋଗ୍ରାମ୍ ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିକଶିତ ଚାହିଦା ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଯାହା ବୃତିଗତମାନଙ୍କୁ ଶୈକ୍ଷିକ ଜ୍ଞାନ ଏବଂ ବାସ୍ତବ ଦୁନିଆର ପ୍ରୟୋଗ ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବାରେ ସକ୍ଷମ କରିବ। ମୁଁ ନୂତନ ବ୍ୟାଚ୍‌କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ବିକାଶର ଏହି ଯାତ୍ରାକୁ ଗ୍ରହଣ କରିବାକୁ ସେମାନଙ୍କୁ ଉତ୍ସାହିତ କରୁଛି।”
ସ୍ୱାସ୍ଥ୍ୟସେବା ପରିଚାଳନାର ବିକଶିତ ପରିଦୃଶ୍ୟରେ ଯୋଗଦାନ କରିବାକୁ ଆଗ୍ରହୀ ପେସାଦାରମାନଙ୍କ ଏକ ବିବିଧ ଗୋଷ୍ଠୀକୁ ପ୍ରତିଫଳିତ କରିବା ସହ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପୃଷ୍ଠଭୂମିରୁ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଇଏମପିଏଚ୍ କାର୍ଯ୍ୟକ୍ରମର ୨୩ ଜଣ ପ୍ରାର୍ଥୀ ସରକାରୀ ଅନୁଷ୍ଠାନରୁ ଥିବା ବେଳେ ଘରୋଇ ହସ୍ପିଟାଲ, କନସଲଟାନ୍ସି ଇତ୍ୟାଦିରୁ ୨୨ ଜଣ ଏବଂ ଏନଜିଓରୁ ୫ ଜଣ ଅଂଶଗ୍ରହଣ କରିଥିଲେ। ଇ-ଏମ୍‌ଏଚ୍‌ଏରେ ଘରୋଇ ହସ୍ପିଟାଲ, କନସଲଟାନ୍ସି ଇତ୍ୟାଦିରୁ ୧୨ ଜଣ ଓ ସରକାରୀ ସଂସ୍ଥାର ୫ ଜଣ ଅଂଶଗ୍ରହଣ କରିଥିଲେ।
ଇଏମ୍‌ପିଏଚ୍ ଏବଂ ଇଏମ୍‌ଏଚ୍‌ଏ ଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ବୃତିଗତ ଅଭିଜ୍ଞତା ଏବଂ ପରିପକ୍ୱତା ଆଣିଥିଲେ, ଯେଉଁମାନଙ୍କ ପାଖରେ ଯଥାକ୍ରମେ ୧୦ ବର୍ଷ ଏବଂ ୯ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଛି। ଅଂଶଗ୍ରହଣକାରୀଙ୍କ ହାରାହାରି ବୟସ ଇଏମ୍ ପିଏଚ୍ ଗୋଷ୍ଠୀ ପାଇଁ ୩୮ ବର୍ଷ ଏବଂ ଇଏମଏଚ୍‌ଏ ଗୋଷ୍ଠୀ ପାଇଁ ୩୭ ବର୍ଷ ଥିଲା ଯାହା ସ୍ୱାସ୍ଥ୍ୟସେବା ପରିଚାଳନାର ବିକଶିତ କ୍ଷେତ୍ରରେ ଉତ୍କର୍ଷତା ଏବଂ ଦକ୍ଷତାର ଏକ ସନ୍ତୁଳିତ ମିଶ୍ରଣ ପ୍ରଦର୍ଶନ କରିଥିଲା।

Related Post