ଆଜିର ଖାସ ଖବର
Sat. May 30th, 2026

ଆଇଏଲ ଓ ଏଫଏସ ଇନଭିଟ -ରୋଡଷ୍ଟାର ଇଣ୍ଡିଆ ଇନଫ୍ରା ଇନଭେଷ୍ଟମେଂଟ ଟ୍ରଷ୍ଟ ଏନଏସଇରେ ତାଲିକାଭୁକ୍ତ

By Admin_Dainkasha Mar12,2025
IL&FS InvIT - Roadstar Infra Investment Trust – LISTS on NSE, unlocks value and growth potential

ଭୁବନେଶ୍ୱର: ଭିତିଭୂମି ଲିଜିଂ ଓ ଆର୍ôଥକ ସେବା କଂପାନି ରୋଡଷ୍ଟାର ଇନଫ୍ରା ଇନଭେଷ୍ଟମେଂଟ ଟ୍ରଷ୍ଟ ଇନଭିଟ (ଆରଆଇଆଇଟି) ଏନଏସଇରେ ତାଲିକାଭୁକ୍ତ ହୋଇଛି। ଏହି ଅବସରରେ ଆଇଏଲ ଆଣ୍ଡ ଏଫଏସ ଗ୍ରୁପର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ନନ୍ଦ କିଶୋର ଓ ରୋଡଷ୍ଟାର ଇନଭେଷ୍ଟମେଂଟ ମ୍ୟାନେଜର୍ସ ଲିମିଟେଡ (ଆରଆଇଏମଏଲ)ର ଅଧ୍ୟକ୍ଷ ଡ. ଜେ ଏନ ସିଂହ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଡାନି ସାମୁଏଲ ଉପସ୍ଥିତ ଥିଲେ।
ଆରଆଇଆଇଟି ତାଲିକାଭୁକ୍ତ ହୋଇଥିବା ବେଳେ ଏହା ଅଧୀନରେ ଥିବା ସଡ଼କ ସଂପତି ମୂଲ୍ୟ ୮୫୯୨ କୋଟି ଟଙ୍କା ରହିଛି। ଋଣ ସମାଧାନ ଲାଗି ବିବିଧ ଆର୍ôଥକ ଉପକରଣ ବିନିଯୋଗ କରିବାରେ ଆଇଏଲ ଆଣ୍ଡ ଏଫଏସ ଗ୍ରୁପର ଦକ୍ଷତାକୁ ଏହା ଦର୍ଶାଉଛି।
ଏହି ଗୁରୁତ୍ୱପୂର୍ଣ୍ଣ ଇନଭିଟ ତାଲିକାଭୁକ୍ତ ହେବା ସହିତ ଆଇଏଲ ଆଣ୍ଡ୍ ଏଫଏସ ଏହାର ଋଣ ସମାଧାନ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହା ନିକଟରେ ଋଣଦାତାଙ୍କୁ ୫,୦୦୦ କୋଟି ଟଙ୍କା ପ୍ରଦାନ କରିଛି। ସେଥିରୁ ୩,୫୦୦ କୋଟି ଟଙ୍କାର ଇନଭିଟ ୟୁନିଟ ହୋଇଥିବା ବେଳେ ଏବଂ ୧,୫୦୦ କୋଟି ଟଙ୍କା ହେଉଛି ନଗଦ ରାଶି।
ଆଇଏଲ ଆଣ୍ଡ୍ ଏଫଏସ ଗ୍ରୁପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ନନ୍ଦ କିଶୋର କହିଛନ୍ତି ଯେ, ‘ଆଇଏଲ ଆଣ୍ଡ ଏଫଏସ ଇନଭିଟରେ ସଫଳତାର ସହ ତାଲିକାଭୁକ୍ତ ହେବା ଏକ ଅଭିନବ ସମାଧାନ ବିକଳ୍ପକୁ ଉପସ୍ଥାପିତ କରୁଛି ଯାହାକୁ ନୂତନ ବୋର୍ଡ ଚୟନ କରି ସମ୍ପୂର୍ଣ୍ଣ କରିଛି। ଏହାଦ୍ୱାରା ଆମର ସଡ଼କ ସମ୍ପତି ପାଇଁ ଅଧିକରୁ ଅଧିକ ରିଟର୍ଣ୍ଣ ସହିତ ଦକ୍ଷ ସମାଧାନ ସୁନିଶ୍ଚିତ ହେବ।’
ଏନଏସଇରେ ରୋଡଷ୍ଟାର ଇନଭିଟର ମନେଟାଇଜେସନ, ଅନ୍ତରୀଣ ବଂଟନ ଏବଂ ବର୍ତମାନ ସଫଳ ତାଲିକାଭୁକ୍ତ ହେବା ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ସମାଧାନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ ଅଟେ । ଆମେ ବିଶେଷ ଭାବରେ ଆନନ୍ଦିତ ଯେ ଏହି ପଦକ୍ଷେପ ଇନଭିଟ ପୋର୍ଟଫୋଲିଓ ଅଧୀନରେ ଏହି ବର୍ତମାନ ଏବଂ ଭବିଷ୍ୟତର ସଡ଼କ ସମ୍ପତିର ଅଭିବୃଦ୍ଧି ସମ୍ଭାବନାକୁ ଯଥେଷ୍ଟ ଭାବରେ ଉନ୍ମୋଚନ କରିବ।
ଆଇଏଲ୍ ଆଣ୍ଡ୍ ଏଫ୍‌ଏସ୍ ନିକଟରେ ଏହାର ସର୍ବବୃହତ ଅନ୍ତରୀଣ ବଂଟନ ରାଶି ୫,୦୦୦ କୋଟି ଟଙ୍କା ପ୍ରଦାନ କରିଛି। ଯେଉଁଥିରେ ଆଇଏଲ୍ ଆଣ୍ଡ୍ ଏଫ୍‌ଏସ୍ ଗ୍ରୁପ୍ ଦ୍ୱାରା ପରିଶୋଧ କରାଯାଇଥିବା ମୋଟ ଋଣ ପରିମାଣ ୪୩,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ଭାରତର ସର୍ବବୃହତ ଆର୍ôଥକ ସଙ୍କଟର ପ୍ରଭାବଶାଳୀ ସମାଧାନ ଦିଗରେ ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି।’’
ରୋଡଷ୍ଟାର ଇନଭେଷ୍ଟମେଂଟ ମ୍ୟାନେଜର୍ସ ଲିମିଟେଡ୍ (ଆରଆଇଏମଏଲ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାନି ସାମୁଏଲ୍ କହିଛନ୍ତି ଯେ, ‘ଏନଏସଇରେ ଆଇଏଲ୍ ଆଣ୍ଡ୍ ଏଫ୍‌ଏସ୍ ଇନଭିଟର ସଫଳ ତାଲିକାଭୁକ୍ତ ଆଇଏଲ୍ ଆଣ୍ଡ୍ ଏଫଏସ୍ ଋଣର ଏକ ବଡ଼ ଅଂଶର ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ। ତାଲିକାଭୁକ୍ତ ହେବା ପରେ ଟ୍ରଷ୍ଟ ବିକଳ୍ପ ନିବେଶ କ୍ଷେତ୍ରରେ ଆଗ୍ରହୀ ବିପଦମୁକ୍ତ ନିବେଶକଙ୍କ ପାଇଁ ଏକ ନୂଆ ପ୍ଲାଟଫର୍ମ ପ୍ରଦାନ କରିବ।
ରାଜସ୍ୱ ସୃଷ୍ଟିକାରୀ ଭିତିଭୂମି ସମ୍ପତି ପରିଚାଳନା ଏବଂ ଅଧିଗ୍ରହଣରେ ପରିଚାଳନା ଦଳର ଦକ୍ଷତା, କ୍ଷମତା ଏବଂ ବୃତିଗତ ସହିତ ଏହି କ୍ଷେତ୍ରରେ ନୂତନ ପୁଞ୍ଜିର ବୃଦ୍ଧି ପାଉଥିବା ସୁଯୋଗ, ଟ୍ରଷ୍ଟର ବର୍ତମାନର ପୋର୍ଟଫୋଲିଓ ଏବଂ ମୂଲ୍ୟାଙ୍କନକୁ ଯଥେଷ୍ଟ ବୃଦ୍ଧି କରିବ । ଆମେ ଟ୍ରଷ୍ଟର ସମ୍ପତିକୁ ଏକ ସ୍ଥାୟୀ ଏବଂ ମୂଲ୍ୟ ଅନୁକୂଳ ଉପାୟରେ ପରିଚାଳନା କରିବାକୁ ଉତ୍ସର୍ଗୀକୃତ ଅଛୁ ଯାହା ଦ୍ୱାରା ଆମର ୟୁନିଟ୍ ଧାରକ ଏବଂ ଅନ୍ୟ ଅଂଶୀଦାରମାନେ ଉପକୃତ ହୋଇପାରିବେ।‘’

Related Post